Advertisment

ପାଣି କମାଇବ ମୋଟାପଣ

ମୋଟାପଣ ଏପରି ଏକ ସମସ୍ୟା ଯାହା ଏବେ ସମସ୍ତଙ୍କର ଚିନ୍ତାର କାରଣ ହୋଇଛି। ଆଜିକାଲିର ଖରାପ ଜୀବନଶୈଳୀ ଓ ବାହାରର ମସଲାଯୁକ୍ତ ଖାଦ୍ୟ ଯୋଗୁ ଲୋକମାନେ ମୋଟାପଣର ଶିକାର ହେଉଛନ୍ତି। ଓଜନ କମାଇବା ଲାଗି ଲୋକେ ଅନେକ ବ୍ୟାୟାମ କରିବା ସହ ଔଷଧ ଖାଇଥାନ୍ତି। ହେଲେ ଆଶା ମୁତାବକ ଏଥିରୁ ଫାଇଦା ମିଳି ନଥାଏ। ଯଦି ଆପଣ ଏପରି ସମସ୍ୟାରେ ପଡିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏପରି ଏକ ସହଜ ଉପାୟ ଅଛି, ଯାହାକୁ […]

author-image
Chinmayee Roy
ଅଦ୍ୟତନ ହୋଇଛି
ପାଣି କମାଇବ ମୋଟାପଣ

water

ମୋଟାପଣ ଏପରି ଏକ ସମସ୍ୟା ଯାହା ଏବେ ସମସ୍ତଙ୍କର ଚିନ୍ତାର କାରଣ ହୋଇଛି। ଆଜିକାଲିର ଖରାପ ଜୀବନଶୈଳୀ ଓ ବାହାରର ମସଲାଯୁକ୍ତ ଖାଦ୍ୟ ଯୋଗୁ ଲୋକମାନେ ମୋଟାପଣର ଶିକାର ହେଉଛନ୍ତି। ଓଜନ କମାଇବା ଲାଗି ଲୋକେ ଅନେକ ବ୍ୟାୟାମ କରିବା ସହ ଔଷଧ ଖାଇଥାନ୍ତି। ହେଲେ ଆଶା ମୁତାବକ ଏଥିରୁ ଫାଇଦା ମିଳି ନଥାଏ। ଯଦି ଆପଣ ଏପରି ସମସ୍ୟାରେ ପଡିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏପରି ଏକ ସହଜ ଉପାୟ ଅଛି, ଯାହାକୁ ଆପଣେଇଲେ ମୋଟାପଣରୁ ମୁକ୍ତି ମିଳିପାରିବ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପାଣି ପିଇ ଜଣେ ବହୁତ ସହଜରେ ଓଜନ କମାଇ ପାରିବେ।

Advertisment

drinking

ଏକ ସର୍ଭେରୁ ଜଣାପଡ଼ିଛି ଯେ ଶରୀର ଉପରେ ଜଳର ସକରାତ୍ମକ ପ୍ରଭାବ ପଡ଼ିଥାଏ। ପାଣିରେ କ୍ୟାଲୋରୀ ଆଦୌ ନଥାଏ ଫଳରେ ଏହା ଶରୀରକୁ ସକ୍ରିୟ ରଖେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ଏଥିସହ, ଏହା ଚର୍ବିକୁ ମଧ୍ୟ କମ୍ କରିଥାଏ। ହେଲେ ଏଥିପାଇଁ ଆପଣଙ୍କୁ ପାଣି ପିଇବାର ଅଭ୍ୟାସରେ ଟିକେ ପରିବର୍ତ୍ତନ ଆଣିବାକୁ ହେବ। ଆସନ୍ତୁ ଜାଣିବା ପାଣି କିପରି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

https://www.instagram.com/p/CCu7BL3BNoB/?utm_source=ig_web_copy_link

କିଛି ମୋଟା ପିଲାଙ୍କୁ ନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଥଣ୍ଡା ପାଣି ପିଇବା ଦ୍ୱାରା କ୍ୟାଲୋରୀ ଶୀଘ୍ର ବର୍ନ ହୋଇଯାଏ। ସାଧାରଣତ ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଭୋକ କମିଯାଏ। ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ଖାଦ୍ୟ ଖାଇବା ପୂର୍ବରୁ ପାଣି ପଇଥିଲେ ସେମାନଙ୍କ ମଧ୍ୟରୁ 44 ପ୍ରତିଶତ ଓଜନ ହ୍ରାସ କରିଛନ୍ତି। ଅନ୍ୟପଟେ ଯେଉଁମାନେ ଭୋଜନ ପରେ ତୁରନ୍ତ, ପାଣି ପିଉଥିଲେ ସେମାନଙ୍କର ଓଜନ ବୃଦ୍ଧି ହୋଇଛି। ତେବେ ଏହା ପ୍ରମାଣ କରୁଛି ଯେ ଭୋଜନ ପୂର୍ବରୁ  ପାଣି ପିଇବା ଓଜନ ହ୍ରାସ ପାଇଁ ଲାଭଦାୟକ।

Advertisment

publive-imageଅଧ୍ୟୟନରୁ ଜଣାପଡ଼ିଛି ଯେ ଯଦି ଆପଣ ଜଳଖିଆ ପୂର୍ବରୁ ପାଣି ପିଅନ୍ତି, ତେବେ ଭୋଜନ ସମୟରେ କ୍ୟାଲୋରୀ ପରିମାଣ 13 ପ୍ରତିଶତ କମିଯାଏ। ପାଣିରେ କ୍ୟାଲୋରୀ ନଥାଏ ଫଳରେ ଏହା ଶୀଘ୍ର ଫ୍ୟାଟ୍ ବର୍ନ କରିଥାଏ। ସକାଳେ ଭାରି ଜଳଖିଆ ବଦଳରେ ପ୍ରଚୁର ପାଣି ପିଅନ୍ତୁ। ଏହା କେବଳ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ ନାହିଁ ବରଂ ଆପଣଙ୍କ ଚେହେରାରେ ଚମକ ମଧ୍ୟ ଆଣିଥାଏ।