Advertisment

ବ୍ୟାୟାମ ପରେ ଶରୀରକୁ ଯନ୍ତ୍ରଣା ମୁକ୍ତ ରଖନ୍ତୁ

ଭୁବନେଶ୍ୱର: ବ୍ୟାୟାମ କରିବା ଦ୍ୱାରା ଆମେ କର୍ମଠ ରହିବା ସହ ମାନସିକ ସ୍ତରରେ ମଧ୍ୟ ଉତ୍‌ଫୁଲ୍ଲତା ଅନୁଭବ ହୁଏ। ତେବେ ସୁସ୍ଥ ଶରୀର ଓ ମନ ପାଇଁ ନିୟମିତ ବ୍ୟାୟାମ ଯେତିକି ଜରୁରୀ ବ୍ୟାୟାମ ପରେ ଶରୀରକୁ ଯନ୍ତ୍ରଣା ମୁକ୍ତ ରଖିବା ସେତିକି ଜରୁରୀ। ଏଥିପାଇଁ ଧ୍ୟାନରେ ରଖନ୍ତୁ କିଛି ଖାସ୍‌ ଟିପ୍ସ, ଯାହାର ପ୍ରୟୋଗରେ ବ୍ୟାୟାମ ପରର ଯନ୍ତ୍ରଣା ହେବ ନାହିଁ ଆଉ କଷ୍ଟ ଦାୟକ। ଆବ୍ୟଶକୀୟ ପରିମାଣରେ ଶୋଇନ୍ତୁ: ବ୍ୟାୟାମ କରିବା ପରେ ଶୋଇବାରେ […]

ଅଦ୍ୟତନ ହୋଇଛି
ବ୍ୟାୟାମ ପରେ ଶରୀରକୁ ଯନ୍ତ୍ରଣା ମୁକ୍ତ ରଖନ୍ତୁ

gmy

Advertisment

ଭୁବନେଶ୍ୱର: ବ୍ୟାୟାମ କରିବା ଦ୍ୱାରା ଆମେ କର୍ମଠ ରହିବା ସହ ମାନସିକ ସ୍ତରରେ ମଧ୍ୟ ଉତ୍‌ଫୁଲ୍ଲତା ଅନୁଭବ ହୁଏ। ତେବେ ସୁସ୍ଥ ଶରୀର ଓ ମନ ପାଇଁ ନିୟମିତ ବ୍ୟାୟାମ ଯେତିକି ଜରୁରୀ ବ୍ୟାୟାମ ପରେ ଶରୀରକୁ ଯନ୍ତ୍ରଣା ମୁକ୍ତ ରଖିବା ସେତିକି ଜରୁରୀ। ଏଥିପାଇଁ ଧ୍ୟାନରେ ରଖନ୍ତୁ କିଛି ଖାସ୍‌ ଟିପ୍ସ, ଯାହାର ପ୍ରୟୋଗରେ ବ୍ୟାୟାମ ପରର ଯନ୍ତ୍ରଣା ହେବ ନାହିଁ ଆଉ କଷ୍ଟ ଦାୟକ।

Advertisment

ଆବ୍ୟଶକୀୟ ପରିମାଣରେ ଶୋଇନ୍ତୁ: ବ୍ୟାୟାମ କରିବା ପରେ ଶୋଇବାରେ ଅବହେଳା କରନ୍ତୁ ନାହିଁ। ଆବ୍ୟଶକୀୟ ପରିମାଣର ଶୋଇଲେ ମାଂସପେଶୀ ଓ ଟିସୁ ସୁସ୍ଥ ରହେ। ଶୋଇବା ଦ୍ୱାରା ଶରୀରରେ ଅଧିକ ମାତ୍ରାର ହରମୋନ କ୍ଷରଣ ହୁଏ, ଯାହା ଶରୀରର ସେଲ ଓ ମାଂସପେଶୀକୁ ଶକ୍ତ ରଖେ।

ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା ବଢ଼ାନ୍ତୁ: ଯେଉଁମାନେ ବଡି ବିଲଡିଂ ପାଇଁ ବ୍ୟାୟାମ କରୁଥାନ୍ତି ସେମାନଙ୍କ ପାଇଁ ପ୍ରୋଟିନ୍‌ର ଅଧିକ ଆବଶ୍ୟକତା ରହିଛି। ତେବେ ପ୍ରୋଟିନ୍‌ ପାଇଁ ଅଣ୍ଡା, ମାଛ ଓ ଡାଲି ଆଦିକୁ ଅଧିକ ପରିମାଣରେ ଖାଇବା ଆବଶ୍ୟକ। ଫଳରେ ମାଂସପଶୀ ଟିସୁର ପୁନଃ ଗଠନ ଭଲ ରୂପେ ହୋଇପାରେ।

Advertisment

ଓମେଗା ଥ୍ରୀ ଫ୍ୟାଟି ଏସିଡ୍‌: ବ୍ୟାୟାମ କରିବା ପରେ ଅନେକ ସମୟରେ ହାତ, ଗୋଡ଼ରେ ଯନ୍ତ୍ରଣା ଅନୁଭବ ହେବ ସାଧାରଣ କଥା। ତେବେ ଏହି ଯନ୍ତଣାରୁ ରକ୍ଷା ପାଇବା ପାଇଁ ଓମେଗା ଥ୍ରୀ ଫ୍ୟାଟି ଏସିଡ୍‌ ଜରୁରୀ। ଅଧିକାଂଶ ସମୟରେ ବ୍ୟାୟାମ କରିବା ଦ୍ୱାରା ଶରୀରରୁ ଜଳୀୟ ଅଂଶ କିମଯାଏ। ତେଣୁ ବ୍ୟାୟାମ ପରେ ପ୍ରଚୁର ମାତ୍ରାରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ତେବେ ବ୍ୟାୟାମ ପରେ ଶରୀର ପାଇଁ ପ୍ରୋଟିନ୍‌, ଓମେଗା ଥ୍ରୀ ଯେତିକି ଜରୁରୀ ସେତିକି ଜରୁରୀ ପାଣି ମଧ୍ୟ।

ଗରମ ପାଣିରେ ଗାଧୋଇବା: ବ୍ୟାୟାମ ପରେ ଗରମ ପାଣିରେ ଗା‌ଧୋଇଲେ ଶରୀରକୁ ଆରାମ ମିଳିଥାଏ। ଏହା ମାଂସପେଶୀ ଯନ୍ତ୍ରଣା କମାଇବା ସହ ଶରୀରକୁ ଆରମ ଦେଇଥାଏ।ଯଦି ଅଧିକ ଯନ୍ତ୍ରଣା ଅନୁଭବ ହୁଏ ତେବେ ଉଷୁମ ତେଲରେ ଯନ୍ତ୍ରଣା ହେଉଥିବା ସ୍ଥାନରେ ମସାଜ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe