Advertisment

ଡିପ୍ରେସନ୍‌ ଦୂର କରିବାକୁ ଚାହୁଁଛନ୍ତି? ଖାଆନ୍ତୁ ଏସବୁ ଖାଦ୍ୟ

ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସେ। ବେଳେ ବେଳେ ସମସ୍ୟାରୁ ବାହାରିବା ଆମ ପାଇଁ ମୁସ୍କିଲ ହୋଇଯାଏ। ଫଳରେ ଆମକୁ ଚିନ୍ତା ମାଡ଼ିବସେ। ଡାକ୍ତରୀ ଭାଷାରେ ଆମେ ଡିପ୍ରେସନର ଶିକାର ହେଉ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ତେବେ ଏମିତି କିଛି ଖାଦ୍ୟ ଅଛି ଯାହା ଡିପ୍ରେସନ ଦୂର କରିଥାଏ। ଆସନ୍ତୁ ସେ ସଂପର୍କରେ ଜାଣିବା। ଡାର୍କ ଚକ୍‌ଲେଟ୍‌– ଚକ୍‌ଲେଟ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। […]

ଡିପ୍ରେସନ୍‌ ଦୂର କରିବାକୁ ଚାହୁଁଛନ୍ତି? ଖାଆନ୍ତୁ ଏସବୁ ଖାଦ୍ୟ

choclet

Advertisment

ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସେ। ବେଳେ ବେଳେ ସମସ୍ୟାରୁ ବାହାରିବା ଆମ ପାଇଁ ମୁସ୍କିଲ ହୋଇଯାଏ। ଫଳରେ ଆମକୁ ଚିନ୍ତା ମାଡ଼ିବସେ। ଡାକ୍ତରୀ ଭାଷାରେ ଆମେ ଡିପ୍ରେସନର ଶିକାର ହେଉ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ତେବେ ଏମିତି କିଛି ଖାଦ୍ୟ ଅଛି ଯାହା ଡିପ୍ରେସନ ଦୂର କରିଥାଏ। ଆସନ୍ତୁ ସେ ସଂପର୍କରେ ଜାଣିବା।

Advertisment

ଡାର୍କ ଚକ୍‌ଲେଟ୍‌- ଚକ୍‌ଲେଟ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଯଦି କେବେ କାହା ସହିତ ଝଗଡ଼ା ହୁଏ ତା’ହେଲେ ଆପଣ ଚକ୍‌ଲେଟ୍ ଖାଇପାରନ୍ତି। ଏହା ଆପଣଙ୍କୁ ତୁରନ୍ତ ଟେନ୍‌ସନ୍‌ରୁ ମୁକ୍ତି ଦେବ। ଏଥିରେ କୋକଆ ଓ କମ୍‌ ଚିନି ସହ ସେରୋଟୋନିନ ନାମକ ଏକ ପଦାର୍ଥ ଥାଏ। ଏହା ଏକ ଆଣ୍ଟିଅକ୍ସିଡେଣ୍ଟ। ଏହା ବ୍ଲଡ ପ୍ରେସରକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରେ। ଫଳରେ ଆପଣଙ୍କ କ୍ରୋଧ ଓ ମୁଣ୍ଡରେ ରହିଥିବା ଚାପ ଉଭୟ ହ୍ରାସ ପାଏ।

ଦହି- ଦହିରୁ ମିଳୁଥିବା ବ୍ୟାକ୍ଟେରିଆ ଆପଣଙ୍କର ମୁଡ୍‌ ଠିକ୍‌ କରିବାରେ ସାହାଯ୍ୟ କରେ। ଦହିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଓ କ୍ୟାଲସିୟମ୍‌ ଥାଏ ଯାହା ଡିପ୍ରେସନ୍ ଓ ରାଗକୁ ହ୍ରାସ କରାଇବାରେ ସାହାଯ୍ୟ କରେ।

Advertisment

କଦଳୀ- ନ୍ୟୁରୋଟ୍ରାନ୍ସମିଟର ସେରୋଟୋନିନର ପରିମାଣ କମି ଗଲେ ଆମେ ଡିପ୍ରେସନ୍‌ର ଶିକାର ହେଉ। କଦଳୀରେ ସେରୋଟୋନିନର ମାତ୍ରା ଅଧିକ ଥାଏ। ଏହାକୁ ଖାଇଲେ ଆପଣଙ୍କ ରାଗ ବି କମିଯିବ ଓ ଡିପ୍ରେସନ୍ ବି ଦୂର ହୋଇଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe