Advertisment

ଡାଳିମ୍ୱ ଚୋପାର ଚାହା ବି ବଡ଼ ଉପକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର ହେତୁ ଡାଳିମ୍ୱକୁ ସୁପର୍‌ଫୁଡ୍‌ ବୋଲି କୁହାଯାଏ। ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟସ୍‌ ଓ ମିନେରାଲ୍ସ ରହିଛି, ଯାହା କ୍ୟାନସର୍‌ ଓ ହୃଦ୍‌ଜନିତ ସମସ୍ୟାରୁ ରକ୍ଷା କରିଥାଏ। ଏହା ବ୍ୟତୀତ ଡାଳିମ୍ୱରେ ଫାଇବର୍‌, ଭିଟାମିନ୍ କେ, ସି, ବି, ଆଇରନ୍‌, ପୋଟାସିୟମ୍‌, ଜିଙ୍କ୍‌ ଓ ଓମେଗା-୬ ଫ୍ୟାଟି ଏସିଡ୍‌ ମଧ୍ୟ ରହିଛି। ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁ ଲୋକେ ଏହାକୁ ଖାଇବା ପାଇଁ ପସନ୍ଦ କରିଥା’ନ୍ତି। ତେବେ […]

ଡାଳିମ୍ୱ ଚୋପାର ଚାହା ବି ବଡ଼ ଉପକାରୀ

d2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର ହେତୁ ଡାଳିମ୍ୱକୁ ସୁପର୍‌ଫୁଡ୍‌ ବୋଲି କୁହାଯାଏ। ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟସ୍‌ ଓ ମିନେରାଲ୍ସ ରହିଛି, ଯାହା କ୍ୟାନସର୍‌ ଓ ହୃଦ୍‌ଜନିତ ସମସ୍ୟାରୁ ରକ୍ଷା କରିଥାଏ।

Advertisment

ଏହା ବ୍ୟତୀତ ଡାଳିମ୍ୱରେ ଫାଇବର୍‌, ଭିଟାମିନ୍ କେ, ସି, ବି, ଆଇରନ୍‌, ପୋଟାସିୟମ୍‌, ଜିଙ୍କ୍‌ ଓ ଓମେଗା-୬ ଫ୍ୟାଟି ଏସିଡ୍‌ ମଧ୍ୟ ରହିଛି। ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁ ଲୋକେ ଏହାକୁ ଖାଇବା ପାଇଁ ପସନ୍ଦ କରିଥା’ନ୍ତି। ତେବେ କେବଳ ଡାଳିମ୍ୱ ମଞ୍ଜି ନୁହେଁ, ଏହାର ଚୋପାରେ ମଧ୍ୟ ଔଷଧୀୟ ଗୁଣ ରହିଛି। ଆପଣ ଚାହିଁଲେ ଡାଳିମ୍ୱ ଚୋପାରେ ଚାହା ପ୍ରସ୍ତୁତ କରି ପିଇପାରିବେ। ଏଥିରୁ ବି ବହୁତ ଫାଇଦା ମିଳିଥାଏ।

କେମିତି ପ୍ରସ୍ତୁତ କରିବେ ଡାଳିମ୍ୱ ଚାହା?

ପ୍ରଥମେ ଡାଳିମ୍ୱ ଚୋପାକୁ ଧୋଇ ଏହାକୁ ଶୁଖାଇ ଗ୍ରାଇଣ୍ଡିଂ କରି ପାଉଡର୍‌ ପ୍ରସ୍ତୁତ କରନ୍ତୁ। ପାଣି ଗରମ କରି ଏଥିରେ ଗୋଟିଏ ଚାମଚ ଡାଳିମ୍ୱ ଚୋପାର ପାଉଡର ପକାନ୍ତୁ ଓ ଫୁଟାନ୍ତୁ। ସ୍ୱାଦିଷ୍ଟ କରିବା ପାଇଁ ଏହି ଚାହାରେ ଆପଣ ଲେମ୍ୱୁ ଓ ଅଦା ପକାଇ ମଧ୍ୟ ପକାଇ ପାରିବେ। ମନେ ରଖନ୍ତୁ, ଏହି ପାଉଡର୍‌କୁ ଏକ ଏୟାର୍‌ ଟାଇଟ୍‌ ଡବାରେ ରଖନ୍ତୁ।

Advertisment

publive-image

ଡାଳିମ୍ୱ ଓ ଏହାର ଚୋପାରେ ପ୍ରସ୍ତୁତ ଚାହା ପିଇଲେ କ’ଣ ଲାଭ ମିଳେ? 

୧. ପ୍ରତିଦିନ ଡାଳିମ୍ୱ ଖାଇଲେ ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ପେଟ ଠିକ୍‌ ରହେ ଓ ଭୋକ ବଢ଼େ।

୨. ଏକ ଗବେଷଣା ଅନୁସାରେ ଅଲ୍‌ଜାଇମର୍‌ ପରି ରୋଗକୁ ଡାଳିମ୍ୱ ଧୀରେ ଧୀରେ ଭଲ କରିଥାଏ।

୩. ଡାଲିମ୍ୱରେ ଥିବା ପୋଟାସିୟମ୍‌ ଗର୍ଭବତୀଙ୍କ ଯନ୍ତ୍ରଣାକୁ କମ୍‌ କରିଥାଏ। ଏହା ସହିତ ପ୍ରି- ମାଚ୍ୟୁର୍‌ ଡେଲିଭରୀର ଆଶଙ୍କାକୁ କମ୍‌ କରିଥାଏ।

୪. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଓ ବିଭିନ୍ନ ରୋଗ ସହିତ ଲଢ଼େଇ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ।

୫ ଡାଳିମ୍ୱରେ ଥିବା ମିନେରାଲ୍ସ, ଭିଟାମିନ୍‌ ଓ ଫ୍ଲୋରିକା ଏସିଡ୍‌ ଛୋଟ ଛୁଆଙ୍କ ପାଇଁ ଲାଭଦାୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe