Advertisment

ବିଳମ୍ବିତ ରାତିରେ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନ୍‌ସର

ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଅଧିକାଂଶ ଲୋକଙ୍କ ଅଭ୍ୟାସ ଥାଏ। ତେବେ ଏହି ଅଭ୍ୟାସ ଆଗକୁ ବିପଦ ସାଜିପାରେ। ଲୋକେ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଇପାରନ୍ତି । ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ କ୍ୟାନସରର ରିପୋର୍ଟ ମୁତାବକ ରାତ୍ରି ଭୋଜନ ଡେରିରେ କଲେ କ୍ୟାନସର ହୋଇପାରେ। ରିସର୍ଚ୍ଚ ମୁତାବକ ବିଳମ୍ବିତ ରାତିରେ ଭୋଜନ କରୁଥିବା ଲୋକଙ୍କୁ ବ୍ରେଷ୍ଟ ଏବଂ ପ୍ରୋଷ୍ଟେଟ କ୍ୟାନ୍‌ସର୍‌ ଅଧିକ ବିପଦ ରହିଛି । ନିକଟରେ ଲୋକଙ୍କ ଖାଦ୍ୟ-ପେୟ ସହ ଜଡିତ ଅଭ୍ୟାସକୁ […]

ଅଦ୍ୟତନ ହୋଇଛି
ବିଳମ୍ବିତ ରାତିରେ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନ୍‌ସର

night food

Advertisment

ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଅଧିକାଂଶ ଲୋକଙ୍କ ଅଭ୍ୟାସ ଥାଏ। ତେବେ ଏହି ଅଭ୍ୟାସ ଆଗକୁ ବିପଦ ସାଜିପାରେ। ଲୋକେ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଇପାରନ୍ତି । ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ କ୍ୟାନସରର ରିପୋର୍ଟ ମୁତାବକ ରାତ୍ରି ଭୋଜନ ଡେରିରେ କଲେ କ୍ୟାନସର ହୋଇପାରେ।

Advertisment

ରିସର୍ଚ୍ଚ ମୁତାବକ ବିଳମ୍ବିତ ରାତିରେ ଭୋଜନ କରୁଥିବା ଲୋକଙ୍କୁ ବ୍ରେଷ୍ଟ ଏବଂ ପ୍ରୋଷ୍ଟେଟ କ୍ୟାନ୍‌ସର୍‌ ଅଧିକ ବିପଦ ରହିଛି । ନିକଟରେ ଲୋକଙ୍କ ଖାଦ୍ୟ-ପେୟ ସହ ଜଡିତ ଅଭ୍ୟାସକୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଅଧ୍ୟନରେ ୮୭୨ ପୁରୁଷ ଏବଂ ୧୩୨୧ ମହିଳା ସାମିଲ ହୋଇଥିଲେ। ଏଥିରୁ  ଗବେଷକମାନେ ପ୍ରୋଷ୍ଟେଟ କ୍ୟାନସରର ୬୨୧ଟି ମାମଲା ଏବଂ ସ୍ତନ କର୍କଟ ରୋଗର ୧୨୦୫ଟି ମାମଲା ଦେଖିଥିଲେ।publive-image

ଏହି ପରୀକ୍ଷାରେ ସାମିଲ ହୋଇଥିବା ଲୋକଙ୍କୁ ସେମାନଙ୍କ ଖାଦ୍ୟ ଖାଇବା ଏବଂ ଶୋଇବା ସମୟ ପଚରାଯାଇଥିଲା । ପରେ, ଏହି ଲୋକମାନଙ୍କର ଶୋଇବା ଏବଂ ଖାଇବା ଅଭ୍ୟାସକୁ ସାଧାରଣ ଲୋକଙ୍କ ଅଭ୍ୟାସ ସହ ତୁଳନା କରାଯାଇଥିଲା । ପରୀକ୍ଷାରୁ ଜଣାପଡିଥିଲା ଯେ, ରାତିରେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇପଡୁଥିବା ଲୋକଙ୍କୁ କ୍ୟାନସର ବିପଦ ଅଧିକ ରହିଥାଏ । ସେହିପରି ରାତିରେ ଖାଇବା ପରେ ଅତି କମ୍‌ରେ ୨ ଘଣ୍ଟା ବା ତା'ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନଶୋଇବା ଲୋକଙ୍କ ମଧ୍ୟରେ କ୍ୟାନସରର ବିପପଦ ୨୦ ପ୍ରତିଶତ କମ ଦେଖାଦେଇଥାଏ ।

Advertisment

ସେହିପରି ରିସର୍ଚ୍ଚ କହୁଛି ଯେ, ରାତିରେ ୯ଟା ପୂର୍ବରୁ ଭୋଜନ କରୁଥିବା ଲୋକଙ୍କ ମଧ୍ୟରେ କ୍ୟାନ୍‌ସର ବିପଦ ଖୁବ କମ୍‌ ରହିଛି । ରାତି ୧୦ଟା ପରେ ଡିନର କରୁଥିବା ଲୋକଙ୍କ ମଧ୍ୟରେ ୯ଟାରେ ଭୋଜନ କରୁଥିବା ଲୋକଙ୍କ ତୁଳନାରେ କ୍ୟାନସର ରୋଗର ବିପଦ ଅଧିକ ଥାଏ । କେବଳ ସେତିକି ନୁହେଁ ପ୍ରତିଦିନ ଆପଣ ଖାଉଛନ୍ତି ଏବଂ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି, ଏହାଦ୍ବାରା କ୍ୟାନସର ବିପଦ ରହିଛି ନା ନାହିଁ ସେ ନେଇ ମଧ୍ୟ ପରୀକ୍ଷା କରାଯାଇଛି ।

ଏଥିରୁ ଜଣାପଡିଛି ଯେ, ଖାଦ୍ୟ ଖାଇବା ଅଭ୍ୟାସ ବଦଳାଇଲେ କ୍ୟାନସର ରୋଗର ପ୍ରଭାବ ମଧ୍ୟ ଆମ ଶରୀର ଉପରେ କମ ଅଧିକା ରହିଥାଏ। ମେଡିକାଲ ନ୍ୟୁଜ ଟୁଡେ ରିପୋର୍ଟ ଅନୁଯାୟୀ, ଆପଣ ନିଜ ଡାଏଟରେ କେଉଁ ଖାଦ୍ୟ ଖାଉଛନ୍ତି, ଯେଉଁଥିପାଇଁ କ୍ୟାନସର ହେଉଛି ତାହା କହିବା ମୁସକିଲ, କିନ୍ତୁ ଡାକ୍ତରମାନେ ଅଧିକ ତେଲ ଯୁକ୍ତ ଖାଦ୍ୟକୁ ଦାୟୀ କରୁଛନ୍ତି । ମିଠା ପାନୀୟ, କୋଲ୍ଡ ଡ୍ରିଙ୍କ୍ସ, ଲାଲ ମାଂସ, ଆଲକହ, ଧୂମପାନ, ରିଫାଇନରୀ ତେଲ ଅଲ୍ଟ୍ରା ପ୍ରୋସେସଡ ଫୁଡ ଏବଂ ହାଇ ପ୍ରୋଟିନ ଡାଏଟ ଯୋଗୁଁ ମଧ୍ୟ କ୍ୟାନସର ରୋଗ ସୃଷ୍ଟି ହୋଇପାରେ । ଶରୀରରେ ଚର୍ବି ଅଂଶ ଅତ୍ୟଧିକ ମାତ୍ରାରେ ବଢ଼ିବା ଦ୍ବାରା କ୍ୟାନସର ବିପଦ ଉତ୍ପନ୍ନ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେଣୁ ଏସବୁ ଦିଗ ଉପରେ ଧ୍ୟାନ ରଖିଲେ କ୍ୟାନସର ଭଳି ମାରାତ୍ମକ ରୋଗର ବିପଦକୁ ଟାଳି ହେବ ବୋଲି ଏହି ଅଧ୍ୟୟନର ପ୍ରମୁଖ ଡାକ୍ତର ମନୋଲିସ କୋଜିଭିନାସ କହିଛନ୍ତ।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe