Advertisment

ଭୁଲ୍‌ରେ ବି ଚିକେନ୍ ସହିତ ଖାଆନ୍ତୁ ନାହିଁ ଏହି ୩ଟି ଖାଦ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଖାଦ୍ୟକୁ ଏକା ସାଙ୍ଗରେ ଖାଇବା ପାଇଁ ବାରଣ କରାଯାଇଥାଏ। ଯେମିତି କ୍ଷୀର ସହିତ ଖଟା ଜିନିଷ ଖାଇବାକୁ ମନା କରାଯାଏ। ଏହାଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ। ଠିକ୍ ସେହିପରି ଚିକେନ୍‌ ସହିତ ମଧ୍ୟ କିଛି ଖାଦ୍ୟ ଖାଇବା ମନା କରାଯାଏ। ଅନେକ ସମୟରେ ଆମେ ଚିକେନ୍‌ ସହିତ ଏପରି ଖାଦ୍ୟ ଖାଇଥାଉ, ଯାହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ। ତା’ହେଲେ ଜାଣି ରଖନ୍ତୁ ଚିକେନ୍ ସହିତ କେଉଁ […]

ଭୁଲ୍‌ରେ ବି ଚିକେନ୍ ସହିତ ଖାଆନ୍ତୁ ନାହିଁ ଏହି ୩ଟି ଖାଦ୍ୟ

f1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଖାଦ୍ୟକୁ ଏକା ସାଙ୍ଗରେ ଖାଇବା ପାଇଁ ବାରଣ କରାଯାଇଥାଏ। ଯେମିତି କ୍ଷୀର ସହିତ ଖଟା ଜିନିଷ ଖାଇବାକୁ ମନା କରାଯାଏ। ଏହାଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ। ଠିକ୍ ସେହିପରି ଚିକେନ୍‌ ସହିତ ମଧ୍ୟ କିଛି ଖାଦ୍ୟ ଖାଇବା ମନା କରାଯାଏ। ଅନେକ ସମୟରେ ଆମେ ଚିକେନ୍‌ ସହିତ ଏପରି ଖାଦ୍ୟ ଖାଇଥାଉ, ଯାହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ। ତା’ହେଲେ ଜାଣି ରଖନ୍ତୁ ଚିକେନ୍ ସହିତ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍।

Advertisment

କ୍ଷୀର

publive-image

ଚିକେନ୍‌ ଖାଉଥିଲେ, ଏହା ସହିତ କେବେ ବି କ୍ଷୀର ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶରୀରରେ ରିଆକ୍ସନ୍‌ ହୋଇଥାଏ। କ୍ଷୀର ଓ ଚିକେନ୍‌ରୁ ମିଳୁଥିବା ପୋଷକ ତତ୍ତ୍ୱ ଏକାଠି ମିଶି ଶରୀରକୁ କ୍ଷତି ପହଞ୍ଚାଇବାର ଆଶଙ୍କା ସୃଷ୍ଟି କରିଥା’ନ୍ତି। ଏପରିକି କ୍ଷୀର ଓ ଚିକେନ୍ ଏକା ସଙ୍ଗେ ଖାଇଲେ ଶରୀର ଲାଲ୍ ପଡ଼ିବା ସହିତ ଏଥିରେ ଦାଗ ପଡ଼ିପାରେ।

ମାଛ

publive-image

ଅଧିକାଂଶ ଲୋକ ମାଛ ସହିତ ଚିକେନ୍‌ ଖାଇବା ପାଇଁ ପସନ୍ଦ କରିଥା’ନ୍ତି। କିନ୍ତୁ ଏପରି ଖାଇବା କ୍ଷତିକାରକ ହୋଇପାରେ। ଉଭୟ ଚିକେନ୍ ଓ ମାଛ ପ୍ରୋଟିନ୍‌ରେ ଭରପୂର ହୋଇଥାଏ। ତେବେ ଏ ଦୁଇଟିରେ ପୃଥକ ପୃଥକ ପ୍ରୋଟିନ୍ ରହିଛି। ତେଣୁ ଏହାକୁ ଏକାଠି ଖାଇଲେ ସମସ୍ୟା ଦେଖାଯାଇପାରେ।

Advertisment

ଦହି

publive-image

କ୍ଷୀରରୁ ଦହି ତିଆରି ହୋଇଥାଏ। ତେଣୁ ଚିକେନ୍ ସହିତ ଦହି ଖାଇବା ବିପଦ ସୃଷ୍ଟି କରିପାରେ। ଚିକେନ୍‌ ଖାଉଥିଲେ, ଭୁଲରେ ମଧ୍ୟ ଏଥି ସହିତ ଦହି ଖାଆନ୍ତୁ ନାହିଁ। କାରଣ ଚିକେନ୍‌ ଆପଣଙ୍କ ଶରୀରକୁ ଗରମ କରିଥାଏ, ସେହିପରି ଦହି ପେଟକୁ ଥଣ୍ଡା ରଖିଥାଏ। ତେଣୁ ଥଣ୍ଡା ଗରମ ଏକାଠି ହେଲେ ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ପେଟ ସମ୍ୱନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe