Advertisment

ନିତିଦିନ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଦୂରକରେ କ୍ୟାନସର ଭୟ

ଭୁବନେଶ୍ୱର: କ୍ୟାନସର ପରି ମାରାତ୍ମକ ରୋଗକୁ ଭଲ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ନିର୍ଦ୍ଦିଷ୍ଟ ଉପଚାର ବାହାରି ପାରିନାହିଁ। ଆସନ୍ତା ୧୦ରୁ ୧୫ ବର୍ଷ ମଧ୍ୟରେ ଏହା ଆହୁରି ୭୦ ପ୍ରତିଶତ ବଢ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ସ୍ତରରେ ଏହାର ଚିକିତ୍ସା କିଛି ମାତ୍ରାରେ ସଫଳ ହୋଇଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ  ସୋପାନରେ ପହଁଞ୍ଚିବା ପରେ ଚିକିତ୍ସା ଫଳପ୍ରଦ ହେଉନାହିଁ। ତେବେ ନିଜର ଦୈନନ୍ଦିନ ଖାଦ୍ୟରେ ସାମାନ୍ୟ […]

author-image
Rakesh Mallick
ଅଦ୍ୟତନ ହୋଇଛି
ନିତିଦିନ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଦୂରକରେ କ୍ୟାନସର ଭୟ

brokili

brokiliଭୁବନେଶ୍ୱର: କ୍ୟାନସର ପରି ମାରାତ୍ମକ ରୋଗକୁ ଭଲ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ନିର୍ଦ୍ଦିଷ୍ଟ ଉପଚାର ବାହାରି ପାରିନାହିଁ। ଆସନ୍ତା ୧୦ରୁ ୧୫ ବର୍ଷ ମଧ୍ୟରେ ଏହା ଆହୁରି ୭୦ ପ୍ରତିଶତ ବଢ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ସ୍ତରରେ ଏହାର ଚିକିତ୍ସା କିଛି ମାତ୍ରାରେ ସଫଳ ହୋଇଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ  ସୋପାନରେ ପହଁଞ୍ଚିବା ପରେ ଚିକିତ୍ସା ଫଳପ୍ରଦ ହେଉନାହିଁ। ତେବେ ନିଜର ଦୈନନ୍ଦିନ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣି କ୍ୟାନସର ରୋଗ ଠାରୁ ନିଜକୁ ସହଜରେ ଦୂରେଇ ରଖି ହେବ ବୋଲି ଜଣାପଡ଼ିଛି।

Advertisment

ବ୍ରୋକୋଲି: ବ୍ରୋକୋଲି ଖାଇବା ଦ୍ୱାରା ମୁଖ, ସ୍ତନ, ଯକୃତ କ୍ୟାନସର ହେବାର ଆଶଙ୍କା କମ୍ ଥାଏ । ସପ୍ତାହରେ ୨ରୁ ୩ ଥର ଏହାକୁ ଖାଇବା ଆବଶ୍ୟକ । ତରକାରୀ ଓ ସୁପ୍ ପରିବର୍ତ୍ତେ ଏହାକୁ ସିଝାଇ ହାଲୁକା ଲୁଣ ଦେଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ।

ଗ୍ରୀନ୍ ଟି: ଦିନକୁ ୨ରୁ ୩ ଥର ଗ୍ରୀନ୍ ଟି ପିଇବା ଦ୍ୱାରା ବ୍ରେଷ୍ଟ୍ ଏବଂ ପ୍ରୋଷ୍ଟେଟ୍ କ୍ୟାନସର ସମସ୍ୟା କମିଥାଏ।

Advertisment

ବିଲାତି: ବିଲାତିରେ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ଭରପୁର ରହିଛି` ଯାହା ଶରୀରରେ ରୋଗ ପ୍ରତିରୋଧକ ଭାବେ କାମ କରେ । ଏଥିରେ ଭିଟାମିନ୍ ‘ଏ’, ‘ସି’ ଏବଂ ‘ଇ’ର ମାତ୍ରା ମଧ୍ୟ ରହିଛି। ଏହା ବ୍ରେଷ୍ଟ୍‌ କ୍ୟାନସର ପରି ସମସ୍ୟାରୁ ଦୂରେଇ ରଖେ। ବିଲାତିକୁ ଜୁସ୍ କିମ୍ବା ସାଲାଡ୍‌ ମାଧ୍ୟମରେ ଖାଇବା ସ୍ୱାସ୍ଥ ପାଇଁ ଭଲ ।

ଜାମୁକୋଳି: କ୍ୟାନସର ରୋଗଠାରୁ ନିଜକୁ ଦୂର ରଖିବା ଦିଗରେ ଜାମୁକୋଳି ଖାଇବା ବେଶ ଉପଯୋଗୀ। ଏହା ଚର୍ମ, ସ୍ତନ ଏବଂ ଯକୃତକୁ କ୍ୟାନସର ଜୀବାଣୁଠାରୁ ଶରୀରକୁ ସୁରକ୍ଷା ଦେଇଥାଏ।

ଅଦା: ଶରୀରରେ ଥିବା ଟକ୍ସିନ୍ ଅଦା ସେବନ ଦ୍ୱାରା ହିଁ କ୍ଷୟ ହୁଏ । ଅଦା ସେବନ ଦ୍ୱାରା ଚର୍ମ ଏବଂ ବ୍ରେଷ୍ଟ କ୍ୟାନସର ହେବା ଆଶଙ୍କା କମ୍ ହୁଏ ।

ରସୁଣ: ରସୁଣରେ ଏପରି ଅନେକ ତତ୍ତ୍ୱ ରହିଛି ଯାହା କ୍ୟାନସର ସମସ୍ୟାକୁ ଦୂରକରେ । ପ୍ରତିଦିନ 2 କୋଲା ରସୁଣ ଖାଇବା ଦ୍ୱାରା କ୍ୟାନସର ହେବା ଆଶଙ୍କା ବହୁ ପରିମାଣରେ କମିଯାଏ ।