chili
ନୂଆଦିଲ୍ଲୀ: ଲଙ୍କା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆମେ ସାଧାରତଃ ଜାଣିଥାଉ। କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ରାଗ ଖାଇବା ଦ୍ୱାରା କ୍ୟାନସର, ଡାଇବେଟିସ୍ ଓ ହୃଦ୍ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ। ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍ସର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତିଦିନ ରୋଷେଇ ସମୟରେ ସବୁଜ, ଲାଲ ଓ କଳା ଲଙ୍କା ବ୍ୟବହାର କରିବା ଉଚିତ।
ଗବେଷକମାନେ ୩୦ରୁ ୭୦ ବର୍ଷ ମଧ୍ୟରେ ବହୁ ଲୋକଙ୍କ ଖାଦ୍ୟପେୟ ଅଭ୍ୟାସ ଉପରେ ଗବେଷଣା କରିଥିଲେ। ଏହି ଅବସରରେ ସେମାନେ ଉକ୍ତ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟାଭ୍ୟାସ, ଖାଇବାରେ ଲଙ୍କାର ପରିମାଣ ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/chili.jpg)