Advertisment

ଶରୀର ପାଇଁ ବହୁତ ଭଲ କ୍ୟାପ୍‌ସିକମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବା ସମୟରେ ଆମେ କ୍ୟାପ୍‌ସିକମ୍‌ ବା ସିମଲା ଲଙ୍କାଙ୍କୁ ବ୍ୟବହାର କରିଥାଉ। ଏହାକୁ ବ୍ୟବହାର କରି ଖାଦ୍ୟକୁ ସୁସ୍ୱାଦୁ କରାଯାଇଥାଏ। ବଜାରରେ ଲାଲ୍‌, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍‌ସିକମ୍‌ ଉପଲବ୍ଧ ହେଉଛି। କ୍ୟାପସିକମ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି, ବିଟା-କେରୋଟିନ୍‌ ରହିଛି, ଯାହା ଓଜନ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା କ୍ୟାପସିକମ୍‌ ଖାଇଲେ, ଅନ୍ୟ କେଉଁ ଲାଭ ମିଳିଥାଏ। ୧. କ୍ୟାପ୍‌ସିକମ୍‌ […]

ଶରୀର ପାଇଁ ବହୁତ ଭଲ କ୍ୟାପ୍‌ସିକମ୍‌

cap

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବା ସମୟରେ ଆମେ କ୍ୟାପ୍‌ସିକମ୍‌ ବା ସିମଲା ଲଙ୍କାଙ୍କୁ ବ୍ୟବହାର କରିଥାଉ। ଏହାକୁ ବ୍ୟବହାର କରି ଖାଦ୍ୟକୁ ସୁସ୍ୱାଦୁ କରାଯାଇଥାଏ। ବଜାରରେ ଲାଲ୍‌, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍‌ସିକମ୍‌ ଉପଲବ୍ଧ ହେଉଛି। କ୍ୟାପସିକମ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି, ବିଟା-କେରୋଟିନ୍‌ ରହିଛି, ଯାହା ଓଜନ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା କ୍ୟାପସିକମ୍‌ ଖାଇଲେ, ଅନ୍ୟ କେଉଁ ଲାଭ ମିଳିଥାଏ।

Advertisment

୧. କ୍ୟାପ୍‌ସିକମ୍‌ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ ଥିବା ଭିଟାମିନ୍‌ ସି ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।

୨. ମସ୍ତିଷ୍କ ପାଇଁ ମଧ୍ୟ ଏହା ବହୁତ ଉପକାରୀ। କ୍ୟାପ୍‌ସିକମ୍‌ ଷ୍ଟ୍ରେସ୍‌କୁ କମ୍‌ କରିବା ସହ ଶ୍ୱାସ ଓ କ୍ୟାନସର୍‌ ପରି ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

Advertisment

୩. ଯେଉଁମାନେ ଓଜନ କମ୍‌ କରିବା ପାଇଁ ଚାହୁଁଛନ୍ତି, ସେମାନେ ତାଙ୍କ ଦୈନନ୍ଦିନ ଖାଦ୍ୟରେ କ୍ୟାପ୍‌ସିକମ୍‌କୁ ସାମିଲ କରନ୍ତୁ। ଏଥିରେ ବହୁତ କମ୍‌ କ୍ୟାଲୋରୀ ଥାଏ। କ୍ୟାପ୍‌ସିକମ୍ ଶରୀରରେ ମେଟାବୋଲିଜିମ୍‌କୁ ମଜବୁତ୍‌ କରି ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ।

୪. କ୍ୟାପ୍‌ସିକମ୍‌ରେ ଭିଟାମିନ୍‌ ଏ, ସି, ଫ୍ଲାଭୋନୋଏଡସ୍‌, ଆଲ୍‌କାଲୋଏଡସ୍‌ ଓ ଟାନିସ୍‌ ପରି ତତ୍ତ୍ୱ ରହିଛି। ଏହିସବୁ ତତ୍ତ୍ୱ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଭାବରେ ଶରୀରରେ କାର୍ଯ୍ୟ କରିଥା’ନ୍ତି।

୫. ଏଥିରେ ଥିବା ଫ୍ଲାଭୋନୋଏଡସ୍‌ ତତ୍ତ୍ୱ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ଓ ବିଭିନ୍ନ ରୋଗରୁ ଦୂରେଇ ରଖେ। ଶରୀରରେ ଅମ୍ଳଜାନର ପ୍ରବାହକୁ ଠିକ୍ ରଖିବାରେ ଏହା ସାହାଯ୍ୟ କରେ।

୬. କ୍ୟାପ୍‌ସିକମ୍‌ ପ୍ରଚୁର ପରିମାଣରେ ଆଇରନ୍‌ ଥିବାରୁ ଶରୀରର ଆଇରନ୍‌ର ଆବଶ୍ୟକତା ମଧ୍ୟ ପୂରଣ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe