ଓଜନ କମାଏ, କେଶ ଝଡ଼ିବା ବନ୍ଦ କରେ, କ୍ୟାନସର ଆଶଙ୍କା କମାଏ

ସାଧାରଣତଃ ଆମେ କ୍ୟାପ୍‌ସିକମ୍‌କୁ ତରକାରୀ କିମ୍ୱା ସାଲାଡ୍‌ରେ ବ୍ୟବହାର କରୁ। ବିଶେଷ କରି ଚିଲି ଆଇଟମ୍‌- ଚିଲି ଚିକେନ୍, ଚିଲି ପନିର୍ ଆଦି ପ୍ରସ୍ତୁତ କଲା ବେଳେ ସମସ୍ତେ କ୍ୟାପ୍‌ସିକମ୍ ଖୋଜନ୍ତି। ବଜାରରେ ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗର କ୍ୟାପସିକମ୍ ବିକ୍ରି ହୋଇଥାଏ। କ୍ୟାପ୍‌ସିକମ୍‌ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ। ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ର ଉପକାରିତା ସଂପର୍କରେ। – ଯେଉଁମାନେ ଦୈନନ୍ଦିନ ଖାଦ୍ୟରେ କ୍ୟାପସିକମ୍‌କୁ […]

capsicum

Rakesh Mallick
  • Published: Thursday, 03 August 2017
  • , Updated: 13 September 2017, 01:08 PM IST

ସାଧାରଣତଃ ଆମେ କ୍ୟାପ୍‌ସିକମ୍‌କୁ ତରକାରୀ କିମ୍ୱା ସାଲାଡ୍‌ରେ ବ୍ୟବହାର କରୁ। ବିଶେଷ କରି ଚିଲି ଆଇଟମ୍‌- ଚିଲି ଚିକେନ୍, ଚିଲି ପନିର୍ ଆଦି ପ୍ରସ୍ତୁତ କଲା ବେଳେ ସମସ୍ତେ କ୍ୟାପ୍‌ସିକମ୍ ଖୋଜନ୍ତି। ବଜାରରେ ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗର କ୍ୟାପସିକମ୍ ବିକ୍ରି ହୋଇଥାଏ। କ୍ୟାପ୍‌ସିକମ୍‌ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ। ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ର ଉପକାରିତା ସଂପର୍କରେ।

- ଯେଉଁମାନେ ଦୈନନ୍ଦିନ ଖାଦ୍ୟରେ କ୍ୟାପସିକମ୍‌କୁ ସାମିଲ କରନ୍ତି ସେମାନଙ୍କର ଅଣ୍ଟା ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ। ଏଥିରେ ଥିବା ଏକ ରାସାୟନିକ ଦ୍ରବ୍ୟ ଯନ୍ତ୍ରଣାକୁ ଲାଘବ କରିଥାଏ।

- କ୍ୟାପସିକମ୍ ଓଜନ ହ୍ରାସ ମଧ୍ୟ କରିଥାଏ। ଏଥିରେ କ୍ୟାଲେରୀ ନଥାଏ କହିଲେ ଚଳେ।

- ବିଶେଷଜ୍ଞଙ୍କ ମତରେ ପ୍ରତିଦିନ କ୍ୟାପସିକମ୍ ଖାଇବା ଦ୍ୱାରା ମାରାମତ୍କ କ୍ୟାନସର ହେବାର ଭୟ କମିଥାଏ।

- କ୍ୟାପସିକମ୍‌ରେ ପ୍ରଚୁର ମାତ୍ରା ଭିଟାମିନ୍ ସି ଥିବାରୁ ବିଭିନ୍ନ ରୋଗରୁ  ଆମକୁ ରକ୍ଷା କରିଥାଏ।

- କ୍ୟାପସିକମ୍ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍ ସ୍ତର ନିୟନ୍ତ୍ରଣ ରହେ।

- ଲାଲ୍ ରଙ୍ଗର କ୍ୟାପସିକମ୍ ଖାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।

Related story