Advertisment

ଗୁଜୁରାତି କେବଳ ଖାଦ୍ୟ ସ୍ୱାଦିଷ୍ଟ କରେନାହିଁ, ଭଲ କରିଥାଏ ଅନେକ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜୁରାତିକୁ ଏକ ମସଲା ଭାବେ ଆପଣ ଜାଣିଥିବେ। ଏହା ସମସ୍ତଙ୍କ ରୋଷେଇ ଘରେ ରହିଥାଏ। ଏହା ଯେ କୌଣସି ଖାଦ୍ୟକୁ ସ୍ୱାଦିଷ୍ଟ ଏବଂ ସୁଗନ୍ଧ କରିବାରେ ଅନେକ ସାହାଯ୍ୟ କରେ। ଆପଣ ଏହାକୁ ମୁହଁର ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି,ଏହା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ। ଗୁଜୁରାତି ଦୁଇ ପ୍ରକାର ଥାଏ। ବଡ଼ ଗୁଜୁରାତି ଏବଂ ଛୋଟ ଗୁଜୁରାତି। କିନ୍ତୁ […]

ଅଦ୍ୟତନ ହୋଇଛି
ଗୁଜୁରାତି କେବଳ ଖାଦ୍ୟ ସ୍ୱାଦିଷ୍ଟ କରେନାହିଁ, ଭଲ କରିଥାଏ ଅନେକ ସ୍ୱାସ୍ଥ୍ୟ ସମସ୍ୟା

a55

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜୁରାତିକୁ ଏକ ମସଲା ଭାବେ ଆପଣ ଜାଣିଥିବେ। ଏହା ସମସ୍ତଙ୍କ ରୋଷେଇ ଘରେ ରହିଥାଏ। ଏହା ଯେ କୌଣସି ଖାଦ୍ୟକୁ ସ୍ୱାଦିଷ୍ଟ ଏବଂ ସୁଗନ୍ଧ କରିବାରେ ଅନେକ ସାହାଯ୍ୟ କରେ। ଆପଣ ଏହାକୁ ମୁହଁର ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି।

Advertisment

କିନ୍ତୁ ଆପଣ ଜାଣିଛନ୍ତି କି,ଏହା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ। ଗୁଜୁରାତି ଦୁଇ ପ୍ରକାର ଥାଏ। ବଡ଼ ଗୁଜୁରାତି ଏବଂ ଛୋଟ ଗୁଜୁରାତି। କିନ୍ତୁ ଏଠାରେ ଆମେ ଛୋଟ ଗୁଜୁରାତିରେ ଥିବା ଔଷଧିୟ ଗୁଣ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଆପଣ ପ୍ରତିଦିନ ବ୍ୟବହାର କରି ଲାଭ ଉଠାଇ ପାରିବେ।

publive-image

୧. ଆପଣଙ୍କର କୋଲେଷ୍ଟ୍ରୋଲ୍‌ ସମସ୍ୟା ରହିଛି ତାହାଲେ ଗୁଜୁରାତି ଆପଣଙ୍କୁ ଅନେକ ଫାଇଦା ଦେବ। ଏହା ଆପଣଙ୍କ ଶରୀରରେ କୋଲେଷ୍ଟ୍ରୋଲ୍‌ କମ୍‌ କରିବାରେ ସାହାଯ୍ୟ କରେ। ଆପଣ ଏହାକୁ ପ୍ରତିଦିନ  ଚା’ରେ ପକାଇ ପିଇ ପାରିବେ। ସକାଳ ଚାହାରେ ଗୁଜୁରାତି ପକାଇ ପିଇଲେ ଏହା ଆପଣଙ୍କୁ ପୁରା ଦିନ ଫ୍ରେସ୍‌ ରଖିବ।

Advertisment

୨.ଏହା ବାନ୍ତି ମଧ୍ୟ ରୋକିଥାଏ। ଆପଣ ଏହାକୁ ପାଣିରେ ଭିଜାଇ ଦିଅନ୍ତୁ। ତା ପରେ ସେହି ପାଣିକୁ ଫୁଟାଇ ପିଇବା ଦ୍ୱାରା ବାରମ୍ବାର ଆସୁଥିବା ବାନ୍ତି ବନ୍ଦ ହୋଇଯିବ।  ଗର୍ଭାବସ୍ଥା ସମୟରେ ବାରମ୍ବାର ଆସୁଥିବା ବାନ୍ତିକୁ ମଧ୍ୟ ଗୁଜୁରାତି ରୋକିଥାଏ।  ଆହୁରି  ମଧ୍ୟ ବସ୍‌ କିମ୍ବା କାର୍‌ରେ ଗଲେ ଆପଣଙ୍କୁ ବାନ୍ତି ହେଉଛି,ତାହାଲେ ଆପଣ ଏହି ଗୁଜୁରାତି ପାଣିକୁ ସାଙ୍ଗରେ ନେଇ ଯାଆନ୍ତୁ।

୩.ଏହା ଏସିଡିଟି ମଧ୍ୟ ଦୂର କରେ। ଯେଉଁ ବ୍ୟକ୍ତିଙ୍କର ଅନେକ ଦିନରୁ ଏସିଡିଟି ସମସ୍ୟା ରହିଛି। ଆଉ ତାହା ଭଲ ହେଉନାହିଁ।  ଏହି ଗୁଜୁରାତି ତାଙ୍କୁ  ଅନେକ ଫାଇଦା ଦେବ। ଆପଣ  ପାଣିରେ ଗୁଜୁରାତି ଭିଜାଇ ସେହି ପାଣିକୁ ଫୁଟାଇ ପିଅନ୍ତୁ। ଏହା ଆପଣଙ୍କୁ ଏସିଡିଟିରୁ ଆରାମ ଦେବ।

publive-image

୪.ଅନେକ ବ୍ୟକ୍ତିଙ୍କର ଖାଇ ସାରିବା ପରେ ଖାଦ୍ୟ ହଜମ ହୋଇ ନ ଥାଏ। ଆଉ ଅନେକ କୁହନ୍ତି କି ମୁଁ ଖାଉଥିବା ଖାଦ୍ୟ ଠିକ୍‌ରେ ହଜମ ହେଉ ନାହିଁ। ପେଟ ସବୁବେଳେ ଫୁଲ୍‌ ରହୁଛି। ତେଣୁ ଏହି ସମୟରେ ଆପଣଙ୍କୁ ଗୁଜୁରାତି ଅନେକ ଫାଇଦା ଦେବ। ଆପଣ ଖାଇ ସାରିବା ପରେ ଗୁଜୁରାତିର ଚା’ ପିଅନ୍ତୁ। ଏହା ଆପଣଙ୍କ ହଜମ ହେଉ ନ ଥିବା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିବ।

୫.ଚର୍ମଜନିତ ସମସ୍ୟା ପ୍ରାୟ ଅନେକ ଲୋକଙ୍କର ଦେଖା ଦେଇଥାଏ। ଏଥିପାଇଁ ଅନେକ ଲୋକ ଅନେକ ପ୍ରକାର ମେଡିସିନ୍‌ ମଧ୍ୟ ଖାଇଥାନ୍ତି। ଏଥିପାଇଁ ଆପଣ ଗୁଜୁରାତି ପାଣି ସ୍ପ୍ରେ କରି ପାରିବେ। ସବୁଠୁ ଭଲ ଆଉ ସହଜ ଉପାୟ ହେଉଛି ଆପଣ ଗ୍ରୀନ୍‌ ଟିରେ ଏହା ମିଶାଇ ପିଅନ୍ତୁ। ଏହା ଆପଣଙ୍କ ଚର୍ମଜନିତ ସମସ୍ୟା ଦୂର କରିପାରେ।

publive-image

୬.ମୁହଁରେ ଯଦି ଆପଣଙ୍କର ବ୍ରଣ ହେଉଛି ତାହାଲେ ଆପଣ ଏହାର ପାଉଡର୍‌ର ପେଷ୍ଟକୁ ବ୍ୟବହାର କରି ମୁହଁର ବ୍ରଣ ଭଲ କରିପାରିବେ।

୭.ଏହା କେବଳ  ଆପଣଙ୍କ ଶରୀର ନୁହେଁ ଚୁଟିକୁ ମଧ୍ୟ ଭଲ ରଖିବାରେ ସାହାଯ୍ୟ କରେ। ଯଦି ଆପଣଙ୍କର ଚୁଟି ପାଚୁଛି ତାହାଲେ ଆପଣ ଏହାର ପେଷ୍ଟ ବା ଗୁଜୁରାତି,ଲବଙ୍ଗର ପେଷ୍ଟ ତିଆରି କରି ଲଗାଇ ପାରିବେ। ଏହା ଆପଣଙ୍କ ଚୁଟିକୁ କଳା ଏବଂ ସୁନ୍ଦର ରଖିବାରେ ଅନେକ ସହାୟକ ହେବ।

ତେବେ ଏଠାରେ ଆମେ କହିରଖିବାକୁ ଚାହୁଁଁଛୁ ଯେ, ଗୁଜୁରାତି ହେଉଛି ଏକ ଗରମ ମସଲା ଜାତୀୟ ଜିନିଷ। ଆପଣ ଏହାର ଫାଇଦା ଉଠାଇବାକୁ ଯାଇ ଅଧିକ ବ୍ୟବହାର କଲେ ଅସୁବିଧାରେ ପଡ଼ିପାରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe