Advertisment

ରଜରେ ପ୍ରସ୍ତୁତ କରନ୍ତୁ ‘ଚମ୍ପାକଲି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜରେ ଲୋକେ ଅନେକ ପ୍ରକାର ମିଠା ପିଠା ଏବଂ ପାନ ଖାଇ ରଜକୁ ଉପଭୋଗ କରିଥାନ୍ତି। ଆପଣ କେବେ ଚମ୍ପାକଲି ନାମକ ଏକ ମିଠା ଖାଇଛନ୍ତି। ଏହାର ନାମ ଯେମିତି ଚମ୍ପାକଲି ଦେଖିବାକୁ ମଧ୍ୟ ଏହା ପୁରା ଚମ୍ପା ଭଳି। ଏହାକୁ ତିଆରି କରିବା ଅତ୍ୟନ୍ତ ସହଜ ହୋଇଥାଏ। ତାହାଲେ ରଜରେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ କିଭଳି ପ୍ରସ୍ତୁତ କରିବେ ପଢ଼ନ୍ତୁ। ଆବଶ୍ୟକ ସାମଗ୍ରୀ ମଇଦା, ଲୁଣ, ପାଣି, ତେଲ, ନଡ଼ିଆ, ଗୁଜୁରାତି, ଗୋଲମରିଚ, […]

ଅଦ୍ୟତନ ହୋଇଛି
ରଜରେ ପ୍ରସ୍ତୁତ କରନ୍ତୁ ‘ଚମ୍ପାକଲି’

a11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜରେ ଲୋକେ ଅନେକ ପ୍ରକାର ମିଠା ପିଠା ଏବଂ ପାନ ଖାଇ ରଜକୁ ଉପଭୋଗ କରିଥାନ୍ତି। ଆପଣ କେବେ ଚମ୍ପାକଲି ନାମକ ଏକ ମିଠା ଖାଇଛନ୍ତି। ଏହାର ନାମ ଯେମିତି ଚମ୍ପାକଲି ଦେଖିବାକୁ ମଧ୍ୟ ଏହା ପୁରା ଚମ୍ପା ଭଳି। ଏହାକୁ ତିଆରି କରିବା ଅତ୍ୟନ୍ତ ସହଜ ହୋଇଥାଏ। ତାହାଲେ ରଜରେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ କିଭଳି ପ୍ରସ୍ତୁତ କରିବେ ପଢ଼ନ୍ତୁ।

Advertisment

ଆବଶ୍ୟକ ସାମଗ୍ରୀ

ମଇଦା, ଲୁଣ, ପାଣି, ତେଲ, ନଡ଼ିଆ, ଗୁଜୁରାତି, ଗୋଲମରିଚ, ଚିନି, କାଜୁ ଏବଂ କିସ୍‌ମିସ୍‌।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ମଇଦା, ତେଲ ଏବଂ ଲୁଣକୁ ଭଲରେ ଗୋଳାଇ ଦିଅନ୍ତୁ। ଏହା ପରେ ପାଣି ପକାଇ ମଇଦାକୁ ଚକଟି ଦିଅନ୍ତୁ।  କିଛି ସମୟ ପାଇଁ ମଇଦା ଚକଟାକୁ ଘୋଡ଼ାଇ ରଖି ଦିଅନ୍ତୁ।

Advertisment

ଏବେ ନଡ଼ିଆ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆକୁ କୋରି ଦିଅନ୍ତୁ। ଗ୍ୟାସ୍‌ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, କାଜୁ ଏବଂ କିସ୍‌ମିସ୍‌ ପକାଇ ଭାଜି ଦିଅନ୍ତୁ। ପୁର ହେଇ ସାରିଲା ପରେ ସେଥିରେ ଗୁଜୁରାତି ଏବଂ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଚମ୍ପାକଲି ପିଠା ପାଇଁ ପୁର।

ଏବେ ଚମ୍ପାକଲି ପ୍ରସ୍ତୁତ କରିବା ପାଇଁ ପୂର୍ବରୁ ଚକଟା ହୋଇଥିବା ମଇଦା ଆଣନ୍ତୁ। ମଇଦାକୁ ଛୋଟ ଛୋଟ ବଲ୍‌ ଆକାର କରି ସେହି ବଲ୍‌କୁ ପୁରି ଭଳି ବେଲି ଦିଅନ୍ତୁ। ଏବେ ପୁରିର ଚାରି ପାଖ ଚାରି କୋଣିଆ କରି କାଟି ଦିଅନ୍ତୁ। ଏବେ ସେହି ପୁରି ମଝିରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନଡ଼ିଆ ପୁର ଦିଅନ୍ତୁ ଚମ୍ପାକଲି ଭଳି ପ୍ରସ୍ତୁତ କରନ୍ତୁ।

ଏବେ ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏହା ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚମ୍ପାକଲିଗୁଡ଼ିକୁ ଛାଣି ଦିଅନ୍ତୁ। ଛାଣି ସାରିଲା ପରେ ପ୍ରସ୍ତୁତ ହୋଇଯିବ ଚମ୍ପାକଲି।

ଏବେ ରଜରେ ଏହି ସ୍ୱାଦିଷ୍ଟ ମିଠା ଖାଇ ରଜକୁ ମନଭରି ଉପଭୋଗ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe