sleepystory
ଆପଣ ଚାକିରି କରୁଛନ୍ତି କି? ଯଦି ହଁ ତେବେ ଅଫିସରେ ଲଞ୍ଚ କରିବା ପରେ ନିଦ ଆସିବା ସମସ୍ୟାରେ ନିଶ୍ଚିତ ପଡିଥିବେ। ଏହା ଏକ ସାଧାରଣ ଘଟଣା। ପ୍ରତ୍ୟେକ କର୍ମଜୀବି ବ୍ୟକ୍ତି ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଏପରି ନିଦ ଆସିବାର କାରଣ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହୋଇଯିବେ। ଲୁଣ, ଚିନି ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଏପରି ନିଦ ଆସିବାର କାରଣ ବୋଲି ଜଣାପଡିଛି। ଆମେରିକାର ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି।
ସର୍ଭେରୁ ଜଣାପଡିଛି କର୍ମଜୀବି ବ୍ୟକ୍ତିମାନେ ଅଫିସ୍ରେ ଲଞ୍ଚ ସମୟରେ ସାଧାରଣତଃ ଅଧିକ ଲୁଣ, ମିଠା ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯଥା ପନିର, ସାମୁଦ୍ରିକ ଖାଦ୍ୟ ଖାଇଥାନ୍ତି। ଏହି ଖାଦ୍ୟକୁ ଅନ୍ୟ ଭାଷାରେ ‘ସ୍ଲିପର୍ସ’ କୁହାଯାଇଥାଏ। ଏପରି ଖାଦ୍ୟ ଖାଇବା ଦ୍ୱାରା ଶିରାପ୍ରଶିରାରେ ରକ୍ତ ଚାଳନ କମି ଯାଇଥାଏ। ଯାହା ଫଳରେ ଆମକୁ ପ୍ରବଳ ନିଦ ଆସିଥାଏ।
ଏହିଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ହଜମ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ। ହଜମ ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ଯାହା ମଷ୍କିକ ପୂରଣ କରିଥାଏ। ଏହି ସମୟରେ ମଷ୍କିକରେ ରକ୍ତର ମାତ୍ରା କମି ଯାଇଥାଏ। ଫଳରେ ଶରୀରରେ କ୍ରିୟଶୀଳତା କମି ଯାଇ ନିଦ ଆସିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/04/sleepystory_s_1824_1480397392_749x421.png)