ମଦ ଛାଡ଼ିବା ପରେ ଶରୀରରେ ଏସବୁ ପରିବର୍ତ୍ତନ ହୋଇଥାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଦ ପିଇଲେ ଶରୀରକୁ ଅନେକ କ୍ଷତି ହୋଇଥାଏ। ଏଥିଯୋଗୁ ଲିଭର୍‌ ଖରାପ ହୋଇଥାଏ, ସ୍ମୃତିଶକ୍ତି ହ୍ରାସ ପାଏ ଓ ହୃଦ୍‌ରୋଗ ହୋଇଥାଏ। ଏକଥା ଜାଣି ମଧ୍ୟ ଲୋକେ ମଦ ପିଅନ୍ତି। ଯଦି ଆପଣ ଏହି ଅଭ୍ୟାସକୁ ଛଡ଼ାଇବା ପାଇଁ ଚାହୁଁଛନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ନିଶା ନିବାରଣ କେନ୍ଦ୍ର ରହିଛି। ତେବେ ମଦ ଛାଡ଼ିଲେ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ। ଏହି ବିଷୟରେ ବହୁତ କମ୍ ଲୋକ ଜାଣିନ୍ତି। ଆସନ୍ତୁ ଜାଣିବା ନିଶା […]

m1

Puspanjali Panda
  • Published: Monday, 30 September 2019
  • , Updated: 30 September 2019, 05:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଦ ପିଇଲେ ଶରୀରକୁ ଅନେକ କ୍ଷତି ହୋଇଥାଏ। ଏଥିଯୋଗୁ ଲିଭର୍‌ ଖରାପ ହୋଇଥାଏ, ସ୍ମୃତିଶକ୍ତି ହ୍ରାସ ପାଏ ଓ ହୃଦ୍‌ରୋଗ ହୋଇଥାଏ। ଏକଥା ଜାଣି ମଧ୍ୟ ଲୋକେ ମଦ ପିଅନ୍ତି। ଯଦି ଆପଣ ଏହି ଅଭ୍ୟାସକୁ ଛଡ଼ାଇବା ପାଇଁ ଚାହୁଁଛନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ନିଶା ନିବାରଣ କେନ୍ଦ୍ର ରହିଛି। ତେବେ ମଦ ଛାଡ଼ିଲେ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ। ଏହି ବିଷୟରେ ବହୁତ କମ୍ ଲୋକ ଜାଣିନ୍ତି। ଆସନ୍ତୁ ଜାଣିବା ନିଶା ଛାଡ଼ିବା ପରେ ଶରୀରରେ କ’ଣ ସବୁ ପରିବର୍ତ୍ତନ ହୋଇଥାଏ।

୧. ମଦ ଛାଡ଼ିବା ପରେ ଶରୀରର ଡିଟକ୍ସ ମୋଡ୍‌କୁ ଚାଲି ଯାଇଥାଏ ଓ ଅଧିକ କାର୍ଯ୍ୟକ୍ଷମ ହୋଇଥାଏ। ପ୍ରଥମେ ରକ୍ତରେ ଥିବା ଆଲ୍‌କୋହଲ୍‌ ଧୀରେ ଧୀରେ ସଫା ହୋଇଥାଏ। ଏପରିକି ପାନକ୍ରିୟାଜ୍‌ରେ ଅଧିକ ମାତ୍ରାରେ ଇନ୍‌ସୁଲିନ୍‌ ତିଆରି ହୋଇଥାଏ ଓ ଭୋକ ଅଧିକ ଲାଗିଥାଏ।

୨. ମଦ ଛାଡ଼ିବା ପରେ କିଛି ବ୍ୟକ୍ତିଙ୍କର ହୃତ୍‌ସ୍ପନ୍ଦନ ତୀବ୍ର ହୋଇଯାଏ ଓ ବେଳେବେଳେ ମୁଣ୍ଡ ମଧ୍ୟ ବୁଲାଇଥାଏ।

୩. ଶରୀରରେ ଭିଟାମିନ୍‌-ସି’ର ମାତ୍ରା ବଢ଼ିଥାଏ। ଆଉ ଉଜ୍ଜ୍ୱଳ ତ୍ୱଚା ପାଇଁ ଭିଟାମିନ୍‌-ସି ନିହାତି ଆବଶ୍ୟକ।

୪. ଚିନ୍ତା କରିବାର ଶକ୍ତି ବୃଦ୍ଧି ହୋଇଥାଏ ଓ ସ୍ମୃତିଶକ୍ତି ପ୍ରଖର ହୋଇଥାଏ।

୫. ବ୍ରିଟେନର ନ୍ୟାସନାଲ୍‌ ହେଲଥ୍‌ ସର୍ଭିସ୍‌ର ସୂଚନା ଅନୁସାରେ ମଦ ଛାଡ଼ିବା ପରେ ଶରୀରର ଓଜନ ବୃଦ୍ଧି ହୋଇଥାଏ। ଆହୁରି ମଧ୍ୟ ଶରୀର ଫିଟ୍‌ ରହିବା ସହିତ ଭଲ ନିଦ ମଧ୍ୟ ହୋଇଥାଏ।

୬. ମଦ ପିଇବା ଯୋଗୁ ଆପଣଙ୍କ ଶରୀରରେ ଯେଉଁ ଖରାପ କୋଲେଷ୍ଟ୍ରଲ୍‌ ଜମା ହୋଇ ରହିଥାଏ, ମଦ ଛାଡ଼ିବା ପରେ ଏହା ଧୀରେ ଧୀରେ କମ୍‌ ହୋଇଥାଏ ଓ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ।

Related story