Advertisment

ଚର୍ମରୋଗରୁ ମୁକ୍ତି ଦିଏ ‘ଅମୃତଭଣ୍ଡା’

ଭୁବନେଶ୍ୱର: ଶୀତ ଆସିଗଲେ ସମସ୍ତେ ସେମାନଙ୍କ ସ୍ୱସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡନ୍ତି। ବିଶେଷ କରି ଚର୍ମକୁ ନେଇ । ଥଣ୍ଡା ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାରର ଚର୍ମରୋଗ ଦେଖା ଦେଇଥାଏ। ଶୀତ ଦିନିଆ ଡ୍ରାଏ ସ୍କିନ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟି ଥାଏ। ଏଥିପାଇଁ ବିଭିନ୍ନ ପ୍ରକାର ମେଡିସିନ ବ୍ୟବହାର କରିଥାନ୍ତି ଲୋକେ । ତେବେ ଶୀତଦିନିଆ ଏହି ସମସ୍ୟାରୁ ମୁକ୍ତି ପାଇବାର ଏକ ମହୋଷଧୀ ହେଉଛି ଅମୃତଭଣ୍ଡା। ଶୀତଦିନିଆ ଡ୍ରାଏ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଚର୍ମରୋଗରୁ ମୁକ୍ତି ଦିଏ ‘ଅମୃତଭଣ୍ଡା’

Papaya2

Papaya2ଭୁବନେଶ୍ୱର: ଶୀତ ଆସିଗଲେ ସମସ୍ତେ ସେମାନଙ୍କ ସ୍ୱସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡନ୍ତି। ବିଶେଷ କରି ଚର୍ମକୁ ନେଇ । ଥଣ୍ଡା ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାରର ଚର୍ମରୋଗ ଦେଖା ଦେଇଥାଏ। ଶୀତ ଦିନିଆ ଡ୍ରାଏ ସ୍କିନ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟି ଥାଏ। ଏଥିପାଇଁ ବିଭିନ୍ନ ପ୍ରକାର ମେଡିସିନ ବ୍ୟବହାର କରିଥାନ୍ତି ଲୋକେ । ତେବେ ଶୀତଦିନିଆ ଏହି ସମସ୍ୟାରୁ ମୁକ୍ତି ପାଇବାର ଏକ ମହୋଷଧୀ ହେଉଛି ଅମୃତଭଣ୍ଡା।

Advertisment

ଶୀତଦିନିଆ ଡ୍ରାଏ ସ୍କିନ ପ୍ରଭାବରେ ମୁଖ୍ୟତଃ ତ୍ୱଚାରେ ଫଟା ଦାଗ ଦେଖିବାକୁ ମିଳିଥାଏ। ଏହାସହ ତ୍ୱଚା କୁଣ୍ଡେଇ ହେବା ଓ ପଟା ପଟା ଦାଗ ସହ କଷ୍ଟ ଅନୁଭବ କରିଥାନ୍ତି ଲୋକେ। ଏଥିରୁ ମୁକ୍ତି ପାଇବାକୁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡେ। ବହୁ ଅର୍ଥ ଖର୍ଚ୍ଚ କରି ଦାମୀ ଔଷଧ ବ୍ୟବହାର କରିବାକୁ ପଡେ। ତେବେ ଅମୃତଭଣ୍ଡା ଦ୍ୱାରା କମ ଖର୍ଚ୍ଚରେ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାକୁ ଦୂର କରାଯାଇପାରିବ।

ମୁହଁ ଫାଟୁଥିଲେ ଉକ୍ତ ସ୍ଥାନରେ ପାଚିଲା ଅମୃତଭଣ୍ଡା ଲାଗାଇ ୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦେଲେ ଉପଶମ ମିଳିଥାଏ। ଏଥିରେ ଥିବା ଏଏଚଏ(ଆଲ୍ଫା ହାଇଡ୍ରୋଅକ୍ସୀ ଏସିଡ୍) ଡ୍ରାଏ ସ୍କିନକୁ ସଜାଡିବାରେ ସହାୟକ ହୋଇଥାଏ। ଡ୍ରାଏ ସ୍କିନର ଉପଚାର କରିବାକୁ ହେଲେ ଅମୃତଭଣ୍ଡାର କିଛି କଟା ଖଣ୍ଡ, ଦୁଗ୍ଧ କ୍ରିମ୍ କିମ୍ବା ମଲାଇକୁ ମିଶାଇ ବ୍ୟବହାର କଲେ ଉପକାର ମିଳେ। ତେବେ ଅମୃତଭଣ୍ଡାକୁ ପ୍ରତିଦିନ ବ୍ୟବହାର କରିବା ଅନୁଚିତ। କାରଣ ଏହାକୁ ପ୍ରତିଦିନ ଲଗାଇଲେ ତ୍ୱାଚାର କ୍ଷତି ହୋଇଥାଏ।

Advertisment

ମୁହଁରେ ଥିବା କଳା ଦାଗର ଉପଚାର ପାଇଁ ଅମୃତଭଣ୍ଡାର ରସକୁ ବ୍ୟବହାର କରାଯାଇଥାଏ। ଅମୃତଭଣ୍ଡା ରସରେ ସମ ପାରିମାଣରେ କ୍ଷୀର ମିଶାଇ ବ୍ୟବହାର କଲେ କଳାଦାଗ ଦୂର ହୋଇଥାଏ। ପ୍ରତିଦିନ ଏହାକୁ ବ୍ୟବହାର କଲେ କଳାଦାଗ ହଟାଇବେ ହେବ।

ଯଦି ଶରୀର ଡିହାଇଡ୍ରେଟ ହୁଏ ତେବେ ମଧ୍ୟ ଅମୃତଭଣ୍ଡାକୁ ବ୍ୟବହାର କରିହେବ। ପାଚିଲା ଅମୃତଭଣ୍ଡା ସହ କିଛି ଡ୍ରପର ମହୁ ମିଶାଇ ବ୍ୟବହାର କଲେ ଏଥିରୁ ବହୁ ଉପକାର ମିଳିଥାଏ।