ଚାଟିଂରୁ ଜାଣିହେବ ଆପଣଙ୍କ ପ୍ରତି ଅନ୍ୟର ଫିଲିଂସ୍‌

ନୂଆଦିଲ୍ଲୀ: ଫେସ୍‌ବୁକ୍ ଏବଂ ହ୍ୱାଟସ୍‌ଆପ୍‌ର ବହୁଳ ବ୍ୟବହାର ପ୍ରେମ ନିବେଦନକୁ ସହଜ କରିଦେଇଛି। ଗୋଟେ ମେସେଜ୍‌ କରି ମନର କଥା ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଜଣାଇ ହେଉଛି। ଚାଟିଂ କେବେକେବେ ପ୍ରେମର ପରିପ୍ରକାଶକୁ ସହଜ କରିଦେଉଥିବା ବେଳେ କିଛି ଲୋକ ଏହା ମାଧ୍ୟମରେ ମନର କଥାକୁ ପରୋକ୍ଷରେ ମଧ୍ୟ କହିବାକୁ ଚେଷ୍ଟା କରନ୍ତି। ସେମାନେ କ’ଣ କହିବାକୁ ଚାହୁଁଛନ୍ତି ବା ସେମାନେ ଆପଣଙ୍କ ପ୍ରତି କି ଭାବନା ରଖୁଛନ୍ତି, ତାହା ସେମାନେ ମେସେଜ୍‌ରେ ଲେଖୁଥିବା ଶବ୍ଦରୁ ବା ପଠାଉଥିବା […]

vi

vi

Biswobandita Swain
  • Published: Tuesday, 14 January 2020
  • Updated: 15 January 2020, 07:45 AM IST

Sports

Latest News

ନୂଆଦିଲ୍ଲୀ: ଫେସ୍‌ବୁକ୍ ଏବଂ ହ୍ୱାଟସ୍‌ଆପ୍‌ର ବହୁଳ ବ୍ୟବହାର ପ୍ରେମ ନିବେଦନକୁ ସହଜ କରିଦେଇଛି। ଗୋଟେ ମେସେଜ୍‌ କରି ମନର କଥା ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଜଣାଇ ହେଉଛି। ଚାଟିଂ କେବେକେବେ ପ୍ରେମର ପରିପ୍ରକାଶକୁ ସହଜ କରିଦେଉଥିବା ବେଳେ କିଛି ଲୋକ ଏହା ମାଧ୍ୟମରେ ମନର କଥାକୁ ପରୋକ୍ଷରେ ମଧ୍ୟ କହିବାକୁ ଚେଷ୍ଟା କରନ୍ତି। ସେମାନେ କ’ଣ କହିବାକୁ ଚାହୁଁଛନ୍ତି ବା ସେମାନେ ଆପଣଙ୍କ ପ୍ରତି କି ଭାବନା ରଖୁଛନ୍ତି, ତାହା ସେମାନେ ମେସେଜ୍‌ରେ ଲେଖୁଥିବା ଶବ୍ଦରୁ ବା ପଠାଉଥିବା ଛବିରୁ ବି ଜାଣିହେବ। ତା’ହେଲେ ଆସନ୍ତୁ ସେ ବିଷୟରେ ଜାଣିବା।

  • ଯଦି ଆପଣଙ୍କୁ କେହି ପସନ୍ଦ କରୁଥିବେ, ତା’ହେଲେ ସେ ଆପଣଙ୍କ ନିକ୍‌ ନାଁ ନେଇ ଚାଟ୍‌ କରିବେ।
  • ଯଦି କେହି କଥା ହେଲା ବେଳେ କମ୍ ଇମୋଜି ବ୍ୟବହାର କରୁଛନ୍ତି, ତା’ହେଲେ ଜାଣନ୍ତୁ ସେ ଆପଣଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆଗ୍ରହୀ ଅଛନ୍ତି।
  • ଯଦି  କେହି ଆପଣଙ୍କୁ ହାର୍ଟ କିମ୍ବା କିସ୍‌ ଇମୋଜି ପଠାଉଛନ୍ତି, ତା’ହେଲେ ସେ ଆପଣଙ୍କ ପାଇଁ କିଛି ଫିଲ୍‌ କରନ୍ତି ବୋଲି କୁହାଯାଇପାରେ।
  • ଯଦି କେହି ଆପଣଙ୍କୁ ଦିନ ତମାମ କ’ଣ କଲେ ବୋଲି ପଚାରି ବୁଝୁଛନ୍ତି, ତା’ହେଲେ ସେ ପ୍ରକୃତରେ ଆପଣଙ୍କ ପାଇଁ ଭଲ ଚିନ୍ତା କରନ୍ତି ବୋଲି ଜାଣନ୍ତୁ।
  • କିଛି ଲୋକ ଷ୍ଟାଟସ୍‌ ଦେଖିବାକୁ ଭାରି ଇଚ୍ଛା ପ୍ରକାଶ କରନ୍ତି ଏବଂ ସେ ବିଷୟରେ କମେଣ୍ଟ ମଧ୍ୟ କରନ୍ତି। ଏମିତି ଲୋକ ଆପଣଙ୍କ ସହ କଥା ହେବାକୁ ପସନ୍ଦ କରୁଛନ୍ତି ବୋଲି ଜାଣନ୍ତୁ।
  • ଯଦି ଆପଣଙ୍କର କେହି ବନ୍ଧୁ ବା ବାନ୍ଧବୀ ଆପଣଙ୍କୁ ତାଙ୍କର ପିଲା ଦିନର କିଛି ସ୍ମୃତି ଶେଆର କରନ୍ତି କିମ୍ବା ପିଲା ଦିନର ଫଟୋ ଶେଆର କରନ୍ତି,  ତା’ହେଲେ ଜାଣନ୍ତୁ ସେ ଆପଣଙ୍କ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos