/odisha-reporter/media/post_attachments/uploads/2019/10/papeya.jpg)
papeya
ଆବଶ୍ୟକୀୟ ସାମଗ୍ରୀ: ଅମୃତଭଣ୍ଡା, ଫୁଟଣ, ଜିରା, କଞ୍ଚାଲଙ୍କା, ଅଦା, ଗୁଡ଼, ହଳଦୀ ଓ ତେନ୍ତୁଳି।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅମୃତଭଣ୍ଡାକୁ ଛୋଟ ଛୋଟ କରି କାଟି ଭଲ ଭାବେ ଧୋଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଞ୍ଚା ଲଙ୍କା, ଅଦା ଛେଚା, ଫୁଟଣ, ଜିରା ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ ଦିଅନ୍ତୁ। ତା’ପରେ କଟା ଅମୃତଭଣ୍ଡା, ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ। ଅମୃତଭଣ୍ଡା କଷି ହୋଇଗଲା ପରେ ଆବଶ୍ୟକ ମୁତାବକ ପାଣି ଦେଇ କଡ଼େଇକୁ ଘୋଡ଼ାଇ ଦିଅନ୍ତୁ। ଅମୃତଭଣ୍ଡା ସିଝି ଗଲା ପରେ ଗୁଡ଼ ଆଉ ତେନ୍ତୁଳି ମଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ୫ ମିନିଟ୍ ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର 'ଚଟ୍ପଟା ଅମୃତଭଣ୍ଡା'।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
