/odisha-reporter/media/post_attachments/uploads/2016/10/chakichalasana.jpg)
chakichalasana
ଭୁବନେଶ୍ୱର: ପୂର୍ବରୁ ଗହମ ପେଶିବା ପାଇଁ ସ୍ତ୍ରୀ ଲୋକମାନେ ଯେପରି ଚକ୍କିର ବ୍ୟବହାର କରୁଥିଲେ, ଠିକ୍ ସେହିପରି ଉପାୟରେ କରାଯାଏ ଚକ୍କିଚଲାସନ। ଏହି ଆସନ କଲେ ଆପଣଙ୍କ ଶରୀର ଅଣ୍ଟା ଓ ପେଟର ମାଂସପେଶୀ ଶକ୍ତ ହେବା ସହ ପେଟ ବଢ଼ିବା ସମସ୍ୟାରୁ ସହଜରେ ମୁକ୍ତି ମିଳେ। କିପରି କରାଯାଏ ଏହି ଆସନ ଏବଂ କରିବା ଦ୍ୱାରା ଶରୀରର କେଉଁ ଅଙ୍ଗରେ କି ପ୍ରକାର ପ୍ରଭାବ ପକାଏ ସେ ସଂପର୍କରେ ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ।
କିପରି କରିବେ:
-ଅଣ୍ଟାକୁ ସିଧା କରି ଦୁଇ ଗୋଡ଼କୁ ‘ଭି’ ଆକରରେ ରଖନ୍ତୁ। ଦୁଇ ହାତକୁ ନିଜର ସାମ୍ନାରେ କାନ୍ଧ ଉଚ୍ଚାରେ ରଖି ଦୁଇ ପାପୁଲିକୁ ବାନ୍ଧି ରଖନ୍ତୁ।
-ଏକ ଲମ୍ବା ନିଶ୍ୱାସ ନେଇ ଦୁଇ ହାତ ସହ ଅଣ୍ଟାକୁ ଘଣ୍ଟାକଣ୍ଟା ଦିଗରେ ଏବଂ ଏହାର ବିପରୀତ ଦିଗରେ ଧୀରେ ଧୀରେ ବୁଲାନ୍ତୁ।
- ଆଗକୁ ଝୁକିବା ସମୟରେ ନିଶ୍ୱାସ ନେବେ ଏବଂ ପଛକୁ ଫେରିବା ସମୟରେ ପ୍ରଶ୍ୱାସ ଛାଡ଼ିବେ।
-ଆଗକୁ ଝୁକିବା ଏବଂ ପଛକୁ ଫେରିବା ସମୟରେ ଯଥାସମ୍ଭବ ନିଜ ଶରୀରକୁ ଷ୍ଟ୍ରେଚ୍ କରିବେ।
-ଏହା କରିବା ସମୟରେ ଲକ୍ଷ୍ୟ ରଖିବେ ଗୋଡ଼ ପୂର୍ବ ପରି ‘ଭି’ ଭଙ୍ଗିରେ ଯେପରି ରହିଥିବ।
- ଯଦି ଆପଣ ପ୍ରଥମଥର ପାଇଁ ଆରମ୍ଭ କରୁଥାନ୍ତି ତେବେ ପାଞ୍ଚ ରୁ ଦଶ ଥର କରନ୍ତୁ। କିଛିଦିନ ପରେ ସମୟ ବଢ଼ାଇ ପାରିବେ।
ଲାଭ:
-ଏହା ସିଆଟିକାରେ ହେଉଥିବା ଶିରାପ୍ରଶିରା ଯନ୍ତ୍ରଣା କମ୍ କରେ।
- ଅଣ୍ଟାର ହାଡ଼, ବାହୁ ଏବଂ ପେଟର ମାଂସପେଶୀକୁ ଶକ୍ତ ରଖେ।
- ଏହାର ପ୍ରତିଦିନ ଅଭ୍ୟାସରେ ମହିଳାଙ୍କ ୟୁଟ୍ରସ ମାଂସପେଶୀ ଷ୍ଟ୍ରେଚ୍ ହେବା ସହ ମାସିକ ଋତୁସ୍ରାବର ଯନ୍ତ୍ରଣା କମ କରେ।
- ପେଟରେ ବଢ଼ୁଥିବା ମାଂସପେଶୀକୁ ଖୁବ କମ ଦିନରେ କମ୍ କରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
