Advertisment

ପୂଜାପର୍ବରେ ଘରେ ପ୍ରସ୍ତୁତ କରନ୍ତୁ ଛୁଞ୍ଚି ପତ୍ର ପିଠା

ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ, ନଡ଼ିଆ, ଚିନି, ଲୁଣ, ଗୁଜୁରାତି ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, କାଜୁ, କିସ୍‌ମିସ୍‌, ପାଣି ଏବଂ ତେଲ। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଅରୁଆ ଚାଉଳକୁ ୩ରୁ ୪ ଘଣ୍ଟା ଯାଏ ଭିଜାଇ ରଖନ୍ତୁ। ଆପଣ ପିଠା ଭଲ ବାସ୍ନା ହେବା ପାଇଁ ବାସୁମତି ଚାଉଳ ମଧ୍ୟ ନେଇ ପାରିବେ। ଭିଜା ହୋଇଥିବା ଚାଉଳକୁ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଗାଢ଼ା ନ କରି ପାଣିଆ କରିବେ। ଏବେ ପୁର ପାଇଁ ଗୋଟେ […]

ପୂଜାପର୍ବରେ ଘରେ ପ୍ରସ୍ତୁତ କରନ୍ତୁ ଛୁଞ୍ଚି ପତ୍ର ପିଠା

z`11

Advertisment

ଆବଶ୍ୟକ ସାମଗ୍ରୀ

ଅରୁଆ ଚାଉଳ, ନଡ଼ିଆ, ଚିନି, ଲୁଣ, ଗୁଜୁରାତି ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, କାଜୁ, କିସ୍‌ମିସ୍‌, ପାଣି ଏବଂ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅରୁଆ ଚାଉଳକୁ ୩ରୁ ୪ ଘଣ୍ଟା ଯାଏ ଭିଜାଇ ରଖନ୍ତୁ। ଆପଣ ପିଠା ଭଲ ବାସ୍ନା ହେବା ପାଇଁ ବାସୁମତି ଚାଉଳ ମଧ୍ୟ ନେଇ ପାରିବେ। ଭିଜା ହୋଇଥିବା ଚାଉଳକୁ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଗାଢ଼ା ନ କରି ପାଣିଆ କରିବେ।

ଏବେ ପୁର ପାଇଁ ଗୋଟେ ନଡ଼ିଆ କୋରି ଦିଅନ୍ତୁ। ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ କାଜୁ କିସ୍‌ମିସ୍‌ ଭାଜି ଦିଅନ୍ତୁ। ଏହା ପରେ ନଡ଼ିଆ କୋରା ଏବଂ ଚିନି ପକାଇ ଅଳ୍ପ ଭାଜି ଦିଅନ୍ତୁ। ଭାଜି ସାରିଲା ପରେ ସେଥିରେ ଗୋଲମରିଚ ଏବଂ ଗୁଜୁରାତି ଗୁଣ୍ଡ ପକାଇ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।  ପିଠା ପାଇଁ ପୁର ପ୍ରସ୍ତୁତ ହୋଇଗଲା।

Advertisment

ଏବେ ଗ୍ୟାସ୍‌ରେ ତାୱା ବସାଇ ଗରମ କରି ଦିଅନ୍ତୁ। ସେଥିରେ ଅଳ୍ପ ତେଲ ପକାନ୍ତୁ। ଏବେ ଏକ କପଡ଼ା ନେଇ ପିଠଉରେ ବୁଡ଼ାଇ ତାୱାରେ କ୍ରସ୍‌ ଆକାରରେ କରନ୍ତୁ। ଏପରି ଦୁଇ ତିନି ଥର ତାୱାରେ ପିଠଉ ଲଗାନ୍ତୁ। ଏହା ପରେ ପିଠଉ ମଝିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ନଡ଼ିଆ ପୁର ଦେଇ ଚାରି ପାଖର ପିଠାକୁ  ଫୋଲ୍ଡ କରିଦିଅନ୍ତୁ।

ଏବେ ପିଠାକୁ ଓଲଟାଇ ଦେଇ ଅଳ୍ପ ସମୟ ତାୱାରେ ରଖି ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହିପରି ଆପଣଙ୍କ ପିଠା ପ୍ରସ୍ତୁତ କରିନିଅନ୍ତୁ। ଏହିପରି କଲା ପରେ ପ୍ରସ୍ତୁତ ହୋଇଯିବ ଛୁଞ୍ଚି ପତ୍ର ପିଠା।

ୟୁଟ୍ୟୁବ୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe