Advertisment

ଜାଣିଛନ୍ତି କି କେମିତି ପ୍ରସ୍ତୁତ ହୁଏ ମରାଠୀ ମସାଲା ଚିକେନ୍‌?

ଆବଶ୍ୟକ ସାମଗ୍ରୀ ଚିକେନ୍‌, ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି ମେଥି, ଅଦା, ରସୁଣ, ପିଆଜ, ଲୁଣ, ତେଲ, ନଡ଼ିଆ କୋରା, ଭୃଷଙ୍ଗ ପତ୍ର ଏବଂ ପାଣି। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି ମେଥିକୁ ଭାଜି ସାରି ସେଥିରେ ଅଦା ଏବଂ ରସୁଣକୁ ପକାଇ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହା ପରେ ଚିକେନ୍‌ରେ ସେହି ମସଲା […]

ଅଦ୍ୟତନ ହୋଇଛି
ଜାଣିଛନ୍ତି କି କେମିତି ପ୍ରସ୍ତୁତ ହୁଏ ମରାଠୀ ମସାଲା ଚିକେନ୍‌?

m11

Advertisment

ଆବଶ୍ୟକ ସାମଗ୍ରୀ

ଚିକେନ୍‌, ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି ମେଥି, ଅଦା, ରସୁଣ, ପିଆଜ, ଲୁଣ, ତେଲ, ନଡ଼ିଆ କୋରା, ଭୃଷଙ୍ଗ ପତ୍ର ଏବଂ ପାଣି।

Advertisment

ପ୍ରସ୍ତୁତି ପ୍ରଣାଳୀ

publive-image

ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି ମେଥିକୁ ଭାଜି ସାରି ସେଥିରେ ଅଦା ଏବଂ ରସୁଣକୁ ପକାଇ ଗ୍ରାଇଣ୍ଡ କରି ଦିଅନ୍ତୁ।

ଏହା ପରେ ଚିକେନ୍‌ରେ ସେହି ମସଲା ଏବଂ ଲୁଣ ପକାଇ ଗୋଳାଇ ଦେଇ କିଛି ସମୟ ମ୍ୟାରିନେଟ୍‌ କରି ରଖନ୍ତୁ।

Advertisment

publive-image

ଏବେ ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ଏବଂ ନଡ଼ିଆ କୋରାକୁ ଅଳ୍ପ ଭାଜି ଗ୍ରାଇଣ୍ଡ କରି ଦିଅନ୍ତୁ। ପୁଣି ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଭୃଷଙ୍ଗ ପତ୍ର ଏବଂ ମ୍ୟାରିନେଟ୍‌ ହୋଇଥିବା ଚିକେନ୍‌, ଏବଂ ଗ୍ରାଇଣ୍ଡ ହୋଇଥିବା ପିଆଜ ଏବଂ ନଡ଼ିଆକୁ ପକାନ୍ତୁ। ଏବେ ଅଳ୍ପ ପାଣି ଦେଇ ଭଲରେ ଗୋଳାଇ ଦିଅନ୍ତୁ।

publive-image

ଏବେ ଢାଙ୍କୁଣି ଦେଇ ଚିକେନ୍ ସିଝିବାକୁ ଛାଡ଼ି ଦିଅନ୍ତୁ। ଆପଣ ପୂର୍ବରୁ ଲୁଣ ପକାଇଥିବେ ଏଥିପାଇଁ ପରେ ଆବଶ୍ୟକ ହେଲେ ଲୁଣ ପକାଇବେ।

ସିଝି ସାରିଲା ପରେ ପ୍ରସ୍ତୁତ ହେଇଯିବ ଆପଣଙ୍କର ମରାଠୀ ମସାଲା ଚିକେନ୍‌। ଏହାକୁ ରୁମାଲ୍‌ ରୁଟି ବା ସାଧା ରୁଟି ସହ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe