ମହାମାରୀ କରୋନାକୁ କେମିତି ମାତ୍ ଦେଲା ଚୀନ, ପଢ଼ନ୍ତୁ

ନୂଆଦିଲ୍ଲୀ: ଭୟଙ୍କର ମହାମାରୀ କରୋନା ସହ ଯୁଝୁଛି ସମଗ୍ର ବିଶ୍ୱ । ଭୂତାଣୁର ଦ୍ୱିତୀୟ ଲହର ଭାରତକୁ ଦୋହଲାଇଦେଇଛି । ତେବେ ଏହାରି ଭିତରେ କିଛି ଦେଶ ମହାମାରୀକୁ କାବୁ କରିବାରେ କିଛିଟା ସଫଳ ହେଲେଣି । ଲୋକେ ଭ୍ୟାକ୍ସିନ୍‌ ନେବା ସହ ଲାଇଫ ଷ୍ଟାଇଲ ମଧ୍ୟ ପରିବର୍ତନ କରୁଛନ୍ତି । ଯାହା ଦ୍ୱାରା କରୋନା ସଂକ୍ରମଣକୁ ହ୍ରାସ କରାଯାଇ ପାରିବ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଂକ୍ରମଣର ଆଦ୍ୟ ବାହକ ଚୀନର […]

hnm

Tapas Behera
  • Published: Saturday, 08 May 2021
  • , Updated: 08 May 2021, 04:31 PM IST

ନୂଆଦିଲ୍ଲୀ: ଭୟଙ୍କର ମହାମାରୀ କରୋନା ସହ ଯୁଝୁଛି ସମଗ୍ର ବିଶ୍ୱ । ଭୂତାଣୁର ଦ୍ୱିତୀୟ ଲହର ଭାରତକୁ ଦୋହଲାଇଦେଇଛି । ତେବେ ଏହାରି ଭିତରେ କିଛି ଦେଶ ମହାମାରୀକୁ କାବୁ କରିବାରେ କିଛିଟା ସଫଳ ହେଲେଣି । ଲୋକେ ଭ୍ୟାକ୍ସିନ୍‌ ନେବା ସହ ଲାଇଫ ଷ୍ଟାଇଲ ମଧ୍ୟ ପରିବର୍ତନ କରୁଛନ୍ତି । ଯାହା ଦ୍ୱାରା କରୋନା ସଂକ୍ରମଣକୁ ହ୍ରାସ କରାଯାଇ ପାରିବ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଂକ୍ରମଣର ଆଦ୍ୟ ବାହକ ଚୀନର ଲୋକମାନେ ମହାରୀକୁ ମାତ୍ ଦେବା ପାଇଁ ଗାଈ କ୍ଷୀରକୁ ସଂଜିବନୀ ଭାବେ ଅପଣେଇଛନ୍ତି ।

ଗାଈ କ୍ଷୀର ଶରୀରରେ ପ୍ରୋଟିନ୍‌ ଅଂଶ ବଢ଼ାଉ ଥିବାରୁ ସେଠାକାର ସରକାର ଏହାକୁ ପାନ କରିବା ପାଇଁ ପ୍ରବର୍ତାଉଛନ୍ତି । କୁହାଯାଉଛି ଗାଈ କ୍ଷୀରରେ ଥିବା ପ୍ରୋଟିନ ଇମ୍ୟୁନିଟି ସିଷ୍ଟମକୁ ମଜଭୁତ୍ କରୁଛି । ଗତ ବର୍ଷ ଉକ୍ତ ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ଚୀନର ସଂସଦରେ ଗାଈ କ୍ଷୀର ପାନକୁ ନେଇ ଏକ ପ୍ରସ୍ତାବ ପାରିତ ହୋଇଥିଲା ।

ଏଥିରେ ଜଣେ ବ୍ୟକ୍ତି ପ୍ରତିଦିନ ୩୦୦ ଗ୍ରାମ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଥିଲା । ବ୍ଲୂମବର୍ଗ ରିପୋର୍ଟ ଅନୁସାରେ ଚୀନ ଅଧିବାସୀମାନେ ବ୍ରେକ୍‌ଫାଷ୍ଟେରେ ଯେଉଁ ପାରମ୍ପରିକ୍ ପୋରିଜ୍‌ ନାମକ ଖାଦ୍ୟ ଖାଉଥିଲେ ତାକୁ ଛାଡ଼ି ସେମାନେ କ୍ଷୀକୁ ସାମିଲ କଲେ । ଏପରିକି ଛୋଟ ପିଲାମାନଙ୍କୁ ମଧ୍ୟ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଗଲା । ଏଥିସହ ଚୀନ ସରକାର ୨୦୨୫ ସୁଦ୍ଧା ୪୫୦ ଲକ୍ଷ ଟନ୍‌ କ୍ଷୀର ଉତ୍ପାଦନ ପାଇଁ ଲକ୍ଷ ରଖିଛନ୍ତି ।

ଯାହା ବର୍ତମାନ ଉତ୍ପାଦନ ହେଉଥିବା ପରିମାଣର ୩୦ ଗୁଣ ଅଧିକ । ଏଥିସହ ଚୀନରେ ଗୋପାଳନ ଉପରେ ଏବେ ଅଧିକ ଗୁରୁତ୍ୱ ଦିଆଯାଇଛି । ଗବେଶଣା ଅନୁଯାୟୀ ଗାଈ କ୍ଷୀରରେ ନ୍ୟୁଟ୍ରିସନ ମାତ୍ରା ଭରପୂର ରହିଛି । କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପଶୁଙ୍କ ଶରୀରରେ ଏକ ଭିନ୍ନ ପ୍ରକାର ଆଂଟି ବଡି ରହିଥାଏ । ତେଣୁ ଗାଈ କ୍ଷୀର ପିଇଲେ ଏହା ସିଧାସଳଖ ଇମ୍ୟୁନିଟି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେଣୁ ଚୀନର ଲୋକେ ଏହି କ୍ଷୀର ପିଇବା ଏକ ଅଭ୍ୟାସରେ ପରିଣତ କରିଥିବା ବେଳେ ଏହି ପ୍ରତିଷେଧକ ପାନୀୟର ବହୁଳ ପ୍ରସାର ପାଇଁ ଏକ ଟ୍ରେଣ୍ଡିଂରେ ପରିଣତ କଲେଣି ।

ସୌଜନ୍ୟ: ଆଜତକ୍‌

Related story