Advertisment

ଚକୋଲେଟ୍‌ର ଚମତ୍କାରିତା: କ୍ୟାନ୍‌ସର ହୁଏନି, ମୋଟାପଣ କମାଏ

ଏମିତି କୌଣସି ଲୋକ ନାହିଁ, ଯିଏ ପିଲାଦିନେ ଚକୋଲେଟ୍‌କୁ ଭଲ ପାଇନି ବା ଖାଇନି। କେବଳ ପିଲା ନୁହେଁ, ବଡ଼ ଲୋକମାନେ ବି ଚକୋଲେଟ୍ ଖାଇବାକୁ ଲୋଭ କରିବା ଅନେକ ସମୟରେ ଦେଖିବାକୁ ମିଳିଛି। କାରଣ ଏହା ବହୁତ ସ୍ୱାଦିଷ୍ଟ। ପିଲାମାନେ ଚକୋଲେଟ୍ ଖାଇଲା ବେଳେ ସବୁବେଳେ ବଡ଼ମାନେ ପାଟି କରନ୍ତି ଓ ଏହା ଖାଇବାକୁ ବାରଣ କରନ୍ତି। କାରଣ ଚକୋଲେଟ୍‌ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। କିନ୍ତୁ ଏହା ସଂପୂର୍ଣ୍ଣ ଠିକ୍ ନୁହେଁ। କିଛି କିଛି […]

ଅଦ୍ୟତନ ହୋଇଛି
ଚକୋଲେଟ୍‌ର ଚମତ୍କାରିତା: କ୍ୟାନ୍‌ସର ହୁଏନି, ମୋଟାପଣ କମାଏ

ciocolata

Advertisment

ଏମିତି କୌଣସି ଲୋକ ନାହିଁ, ଯିଏ ପିଲାଦିନେ ଚକୋଲେଟ୍‌କୁ ଭଲ ପାଇନି ବା ଖାଇନି। କେବଳ ପିଲା ନୁହେଁ, ବଡ଼ ଲୋକମାନେ ବି ଚକୋଲେଟ୍ ଖାଇବାକୁ ଲୋଭ କରିବା ଅନେକ ସମୟରେ ଦେଖିବାକୁ ମିଳିଛି। କାରଣ ଏହା ବହୁତ ସ୍ୱାଦିଷ୍ଟ। ପିଲାମାନେ ଚକୋଲେଟ୍ ଖାଇଲା ବେଳେ ସବୁବେଳେ ବଡ଼ମାନେ ପାଟି କରନ୍ତି ଓ ଏହା ଖାଇବାକୁ ବାରଣ କରନ୍ତି। କାରଣ ଚକୋଲେଟ୍‌ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। କିନ୍ତୁ ଏହା ସଂପୂର୍ଣ୍ଣ ଠିକ୍ ନୁହେଁ। କିଛି କିଛି ଚକୋଲେଟ୍ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ। ସେଥିରେ ଭିଟାମିନ୍ ଭରପୂର ହୋଇ ରହିଥାଏ। ଆସନ୍ତୁ ଜାଣିବା ଏମିତି କିଛି କିଷମର ଚକୋଲେଟ୍ ବିଷୟରେ ଯାହା ଶରୀର ପାଇଁ ହିତକାରୀ।

Advertisment

କୋଲେଷ୍ଟ୍ରଲ: ଡ୍ରାକ୍ ଚକୋଲେଟରେ ଚିନି ବା ସର୍କରା ପରିମାଣ କମ୍ ଥାଏ। ଯାହା କୋଲେଷ୍ଟ୍ରଲକୁ ବଢିବାକୁ ଦେଇ ନଥାଏ। ତେଣୁ ଏ ଚକୋଲେଟ୍ ଖାଇଲେ ମେଦ ବହୁଳତା ଦେଖାଦେବାର ଆଶଙ୍କା ନଥାଏ।

ମୋଟାପଣ କମାଏ: ସେହିପରି ସବୁ ଚକୋଲେଟ୍ ଯେ ଆମକୁ ମୋଟା କରିଦିଏ ତାହା ଭୁଲ୍। କିଛି ଚକୋଲେଟ୍ ଅଛି ଯାହା ଖାଇବା ଦ୍ୱାରା ଆମକୁ ଏମିତି କିଛି ଫାଇଦା ମିଳିଥାଏ, ଯାହା ହୁଏତ ବ୍ୟାୟମରୁ ଆମକୁ ମିଳେନି। କିଛି ଚକୋଲେଟ୍‌ରେ ବହୁ ପରିମାଣରେ ପୁଷ୍ଟିସାର ଥାଏ, ଯାହା ଅନେକ ରୋଗ ଭଲ କରିଥାଏ। ଚକୋଲେଟ୍‌ରେ ଥିବା କ୍ୟାଫନ୍ ଓ ଥିଓବ୍ରୋମିନ୍ ଉପାଦାନ ଶରୀରକୁ ଶକ୍ତି ଯୋଗାଇଥାଏ।  

Advertisment

ହୃଦୟ ଜନିତ ସମସ୍ୟା: ଡାର୍କ ଚକଲେଟ ଖାଇବା ଦ୍ୱାରା ଶରୀରରେ ଗ୍ଳୁକୋଜ ସ୍ଥର ରହିବା ସହ ଲିପିଡ ପ୍ରୋଫାଇଲରେ ସୁଧାର ଆସିଥାଏ ଯାହା ହୃଦୟଜନିତ ସମସ୍ୟାକୁ ଦୂର କରେ। ଡାର୍କ ଚକଲେଟରୁ ମିଳୁଥିବା ପୋଲିଫେନିକ ଓ ଆଣ୍ଟିଅକ୍ସିଡାନ୍ଟ ଆମ ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ। ଏହାଦ୍ୱାରା ପେଟରେ ଏମିତି ଏକ ବ୍ୟାକ୍ଟେରିଆର ଜମା ହୋଇଥାଏ ଯାହା ହାର୍ଟ ପାଇଁ ଆଣ୍ଟି ଇନ୍ଫେମେଟୋରି କଂପାଉଣ୍ଡ ପ୍ରସ୍ତୁତ କରିଥାଏ।

ରକ୍ତ ପରିମାଣ ବଢ଼ାଏ: ଡାର୍କ ଚକଲେଟ୍‌ରେ ମେଗ୍ନିସିୟମ ଓ ଆଇରନର ପରିମାଣ ଅଧିକ ଦେଖା ଦେଇଥାଏ। ଯାହା ରକ୍ତରେ ହିମୋଗ୍ଲୋବିନ ବଢାଇଥାଏ ଏହି ମ୍ୟାଗ୍ନେସିୟମ ଦ୍ୱାରା ଫେଟି ଏସିଡ ଠିକ ରହିଥାଏ।  

ଗର୍ଭବତୀଙ୍କ ପାଇଁ ଉପକାରୀ: ଡାର୍କ କୋକ ପାଉଡରରୁ ତିଆରି ହୋଇଥିବା ଚକଲେଟ୍ ଖାଇବା ଦ୍ୱାରା ଗର୍ଭବତୀ ମହିଳାଙ୍କ ଶରୀରରେ ରକ୍ତର ପରିମାଣ ଠିକ ରହିଥାଏ।  ଯାହାଦ୍ୱାରା ପିଲାକୁ ସଠିକ ପୃଷ୍ଟି ମିଳିଥାଏ ଓ ସୁସ୍ଥ ପିଲା ଜନ୍ମ ନେଇଥାଏ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe