/odisha-reporter/media/post_attachments/uploads/2016/07/dalchin.jpg)
dalchin
ନ୍ୟୁୟର୍କ: ଖାଦ୍ୟକୁ ଆକର୍ଷଣୀୟ ରଙ୍ଗ ଦେବା ଓ ତା’ର ସ୍ୱାଦ ବଢାଇବା ପାଇଁ ସାଧାରଣତଃ ଭାରତୀୟମାନେ ଡାଲଚିନି ବ୍ୟବହାର କରିଥାଆନ୍ତି। କିନ୍ତୁ ଡାଲଚିନିରେ ଆଉ ଏକ ଗୁଣ ରହିଥିବା ବର୍ତ୍ତମାନ ଜଣାପଡ଼ିଛି।
Advertisment
ଆମେରିକାର ଗବେଷକଙ୍କ ମତରେ, “ଡାଲଚିନି ଖାଇବା ଦ୍ୱାରା ଶିଖିବାର କ୍ଷମତା ବୃଦ୍ଧି ପାଇଥାଏ ବୋଲି ଏକ ମୂଷା ଉପରେ କରାଯାଇଥିବା ପରୀକ୍ଷା ପରେ ଜଣାପଡ଼ିଛି। ଯେଉଁ ବ୍ୟକ୍ତି ଶିଖିବା ଓ ବୁଝିବାରେ ଦୁର୍ବଳ ଥାଏ ଡାଲଚିନି ଖାଇବା ଦ୍ୱାରା ଏହା ତା’ପାଇଁ ସହଜ ହୋଇଥାଏ।”
ଗବେଷକଙ୍କ ଅନୁସାରେ,“ ଦୁର୍ବଳ ବ୍ୟକ୍ତିଙ୍କ ମସ୍ତିଷ୍କରେ ସିଆରଇବି (ଶିଖିବା ଓ ସ୍ମୃତି ଶକ୍ତି ବଢାଇବା ପ୍ରୋଟିନ୍) ମାତ୍ରା କମ୍ ରହିଥାଏ। ଡାଲଚିନି ଖାଇବା ଦ୍ୱାରା ସିଆରଇବିର ମାତ୍ରା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା।”
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
