Advertisment

ସ୍ୱାସ୍ଥ୍ୟ ପକ୍ଷେ ହିତକର କୋକୋଆ ଥିବା ଡାର୍କ ଚକଲେଟ

ଭୁବନେଶ୍ୱର: ଚକଲେଟ୍ ଖାଇବାକୁ ପ୍ରାୟ ସମସ୍ତ ଭଲ ପାଆନ୍ତି। କେତେକ ଚକଲେଟ୍ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥିବାବେଳେ ଅଧିକ ପରିମାଣର କୋକୋଆ ଥିବା ଡାର୍କ ଚକଲେଟ୍ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକାରକ ହୋଇଥାଏ। ଡାର୍କ ଚକଲେଟ୍ ଆମ ସ୍ୱାସ୍ଥ୍ୟ ପାଇଁ ଭଦାୟକ ହୋଇଥିଲେ ମଧ୍ୟ ଫ୍ୟାଟ୍ ପରିମାଣ ଅଧିକ ଥିବାରୁ ଶରୀରକୁ ମୋଟା କରିଥାଏ। ମସ୍ତିଷ୍କକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଡାର୍କ ଚକଲେଟ୍। ମସ୍ତିଷ୍କକୁ ରକ୍ତ ପ୍ରବାହ ଓ ହୃତପିଣ୍ଡକୁ ରକ୍ତ ପ୍ରବାହ କରିବାରେ […]

ଅଦ୍ୟତନ ହୋଇଛି
ସ୍ୱାସ୍ଥ୍ୟ ପକ୍ଷେ ହିତକର କୋକୋଆ ଥିବା ଡାର୍କ ଚକଲେଟ

dark

Advertisment

dark-chocolate-barଭୁବନେଶ୍ୱର: ଚକଲେଟ୍ ଖାଇବାକୁ ପ୍ରାୟ ସମସ୍ତ ଭଲ ପାଆନ୍ତି। କେତେକ ଚକଲେଟ୍ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥିବାବେଳେ ଅଧିକ ପରିମାଣର କୋକୋଆ ଥିବା ଡାର୍କ ଚକଲେଟ୍ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକାରକ ହୋଇଥାଏ। ଡାର୍କ ଚକଲେଟ୍ ଆମ ସ୍ୱାସ୍ଥ୍ୟ ପାଇଁ ଭଦାୟକ ହୋଇଥିଲେ ମଧ୍ୟ ଫ୍ୟାଟ୍ ପରିମାଣ ଅଧିକ ଥିବାରୁ ଶରୀରକୁ ମୋଟା କରିଥାଏ। ମସ୍ତିଷ୍କକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଡାର୍କ ଚକଲେଟ୍। ମସ୍ତିଷ୍କକୁ ରକ୍ତ ପ୍ରବାହ ଓ ହୃତପିଣ୍ଡକୁ ରକ୍ତ ପ୍ରବାହ କରିବାରେ ସାହାଯ୍ୟ କରିବା ସହ ମସ୍ତିଷ୍କର କାର୍ଯ୍ୟ କ୍ଷମତା ବୃଦ୍ଧି କରିଥାଏ। ଡାର୍କ ଚକଲେଟ୍ ଖାଇବା ଦ୍ୱାରା ମାରାତ୍ମକ ହୃଦଘାତ ସମସ୍ୟାରୁ ଉପଶମ ମିଳିଥାଏ ଓ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ।darkଡାର୍କ ଚକଲେଟରେ ଆଣ୍ଟି ଅକ୍ସଡାଣ୍ଟ ଭରପୂର ହୋଇ ରହିଛି। ଫଳରେ ଶୀଘ୍ର ବାଦ୍ଧକ୍ୟ ଶରୀରକୁ ଛୁଇଁ ନ ଥାଏ । ମାରାତ୍ମକ କର୍କଟ ରୋଗରୁ ଆମ ଶରୀରକୁ ରକ୍ଷା କରିଥାଏ ଡାର୍କ ଚକଲେଟ୍। ଡାର୍କ ଚକଲେଟରେ ଅନେକ ଭିଟାମିନ୍ ଓ ମିନେରାଲ (ଖଣିଜ) ରହିଛି। ଯାହା କି ଶରୀରକୁ ସୁସ୍ଥ ରହିବାରେ ସହାୟକ ହୋଇଥାଏ। ଡାର୍କ ଚକଲେଟରେ ପୋଟାସିୟମ, କପର, ମ୍ୟାଗ୍ନିସିୟମ, ଆଇରନ୍ ପରିମାଣ ଅଧିକ ରହିଛି। ଫଳରେ ଏହା ହୃଦଘାତ ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହାସହ ଏଥିରେ ମ୍ୟାଗ୍ନୋସିୟମ୍ ଥିବାରୁ ଟାଇପ-ଟୁ ଡାଇବେଟିସ୍ ଓ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।dark-chocolate-almonds-hr

Advertisment

ସାଧାରଣରେ କୁହାଯାଏ ଚକଲେଟ୍ ଖାଇବା ଦ୍ୱାରା ଦାନ୍ତ ପୋକ ଖାଇଯାଏ ଓ ଦାନ୍ତଗୁଡିକ ନଷ୍ଟ ହୋଇଯାଏ। କିନ୍ତୁ ଡାର୍କ ଚକଲେଟରେ ଥିଓବ୍ରିନ୍ ଥିବାରୁ ଦାନ୍ତକୁ ସୁସ୍ଥ ଓ ସୁନ୍ଦର ରଖିବାରେ ସହାୟକ ହୋଇଥାଏ। ଦାନ୍ତକୁ ଦୃଢ ରଖିବାରେ ଡାର୍କ ଚକଲେଟ୍ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe