Advertisment

ସାବଧାନ! ସେଓ ଖାଇବା ପରେ ଏହିସବୁ ଖାଦ୍ୟ ଖାଉଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି୬ ସହିତ ପୋଟାସିୟମ୍‌, ଫସ୍‌ଫରସ୍‌, ମାଙ୍ଗାନିଜ୍‌ ଓ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କୁହାଯାଏ, ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ସେଓ ଖାଇଲେ ଶରୀରରୁ ଅନେକ ରୋଗ ଦୂରେଇ ରହନ୍ତି। ଏଥିରେ କ୍ୟାନସର୍‌ ବିରୋଧୀ ଗୁଣ ରହିଛି। ତା’ସହିତ ଏହା ଦାନ୍ତକୁ ମଜବୁତ ରଖେ ଓ ଶରୀରରେ […]

author-image
Puspanjali Panda
ସାବଧାନ! ସେଓ ଖାଇବା ପରେ ଏହିସବୁ ଖାଦ୍ୟ ଖାଉଛନ୍ତି କି ?

apple

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି୬ ସହିତ ପୋଟାସିୟମ୍‌, ଫସ୍‌ଫରସ୍‌, ମାଙ୍ଗାନିଜ୍‌ ଓ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କୁହାଯାଏ, ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ସେଓ ଖାଇଲେ ଶରୀରରୁ ଅନେକ ରୋଗ ଦୂରେଇ ରହନ୍ତି। ଏଥିରେ କ୍ୟାନସର୍‌ ବିରୋଧୀ ଗୁଣ ରହିଛି। ତା’ସହିତ ଏହା ଦାନ୍ତକୁ ମଜବୁତ ରଖେ ଓ ଶରୀରରେ ରକ୍ତ ଅଭାବକୁ ବି ଦୂର କରିଥାଏ। କିନ୍ତୁ କିଛି ଖାଦ୍ୟ ଅଛି, ଯେଉଁଗୁଡ଼ିକୁ ସେଓ ଖାଇବା ପରେ ଆଦୌ ଖାଇବା ଉଚିତ୍ ନୁହେଁ। ଏହା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ।

Advertisment

ଯଦି ଆପଣ ସେଓ ଖାଉଛନ୍ତି, ତା’ହେଲେ ଏହାର ପରେ ପରେ ଦହି, ଆଚାର ଓ ମୂଳା ଖାଆନ୍ତୁ ନାହିଁ। ସେହିପରି ପାଣି ବି ପିଅନ୍ତୁ ନାହିଁ। ତା’ହେଲେ ଆସନ୍ତୁ ଜାଣିବା ସେଓ ଖାଇବା ପରେ ଏହିସବୁ ଖାଦ୍ୟ ଖାଇଲେ ଆପଣଙ୍କ ଶରୀର ଉପରେ କ’ଣ ପ୍ରଭାବ ପଡ଼ିଥାଏ।

ଦହି : ସେଓ ଖାଇବାର ୨ ଘଣ୍ଟା ପରେ ଦହି ଖାଇବା ଉଚିତ୍‌। ଏହାର କାରଣ ଉଭୟ ଦହି ଓ ସେଓ ଥଣ୍ଡା ଜାତୀୟ ଖାଦ୍ୟ। ଏହାକୁ ଏକାସଙ୍ଗେ ଖାଇଲେ ଆପଣଙ୍କର କଫ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

Advertisment

ଆଚାର : ସେଓ ଖାଇବା ପରେ ଆଚାର ଖା’ନ୍ତୁ ନାହିଁ। ଏଥିଯୋଗୁ ଗ୍ୟାସ୍‌, ଏସିଡିଟି ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ସେଓ ଖାଇବା ପରେ ଖଟା ଜାତୀୟ ଜିନିଷଠାରୁ ଦୂରେଇ ରୁହନ୍ତୁ।

ପାଣି :ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଖଟା ଓ ମିଠା ଜିନିଷ ଖାଇବା ପରେ ପାଣି ପିଇବା ଉଚିତ୍‌ ନୁହେଁ। ଏହାର କାରଣ ଏହାର ପ୍ରଭାବ ଆପଣଙ୍କ ପିଏଚ୍‌ ସ୍ତର ଉପରେ ପଡ଼ିଥାଏ। ଏଥିପାଇଁ ପେଟ ଫୁଲିବା, କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ଭଳି ସମସ୍ୟା ଦେଖା ଦେଇଥାଏ। ଏହା ସହିତ ପେଟରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ।

ମୂଳା :ସେଓ ଖାଇବା ପରେ ମୂଳା ଖାଇଲେ ଆପଣଙ୍କର ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ଦେଖା ଦେଇଥାଏ। ସେଓ ଖାଇ ମୂଳା ଖାଇଲେ ଚର୍ମରେ ଆଲର୍ଜି ହେବାର ଆଶଙ୍କା ବଢ଼ିଯାଏ।

(ତେବେ ଏ ସମସ୍ତ ଟିପ୍ସ ଅନୁସରଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।)