/odisha-reporter/media/post_attachments/uploads/2017/04/1c5a4808-20c6-11e7-beb7-f1cbdf0743d8.jpg)
media
ଯୁଗ ଗୋଷ୍ଠୀଙ୍କ ମଧ୍ୟରେ ନୃଶଂସ ଆଚରଣ ଦିନକୁ ଦିନ ବଢିବାରେ ଲାଗିଛି। କୌଣସି କଥାର କିଛି ମୂଲ୍ୟ ନ ଥିଲେ ମଧ୍ୟ ଯୁବ ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହେବା ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ତେବେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏପରି ପରିବର୍ତ୍ତନ ମାତ୍ରାଧିକ ଟିଭି ଶୋ’ ଦେଖିବା ଓ ଗେମ୍ସ ଖେଳିବା ଯୋଗୁଁ ହେଉଥିବା ଜଣାପଡିଛି। ୭ଟି ଦେଶର ଯୁବକଙ୍କୁ ନେଇ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି।
Advertisment
ଅଷ୍ଟ୍ରେଲିଆ, ଚାଇନା, କ୍ରୋଏଟଇଆ, ଜର୍ମାନୀ, ଜାପାନ, ରୋମାନିଆ ଓ ଆମେରିକାର ୨୧୫୪ ଜଣ (୩୮% ଯୁବକଙ୍କ ବୟସ ୨୧ ମଧ୍ୟରେ)ଙ୍କୁ ନେଇ ସର୍ଭେ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଟିଭି, ଫିଲ୍ମ ଦେଖିବା ଏବଂ ଭିଡିଓ ଗେମ୍ସ ଖେଳିବା ସମୟ ଉପରେ ନଜର ରଖାଯାଇଥିଲା। ଯେଉଁମାନେ ଅଧିକ ସମୟ ଏହାକୁ ବ୍ୟବହାର କରୁଥିଲେ ସେମାନଙ୍କ ମଧ୍ୟରେ ଆଚରଣ ଅଧିକ ଉତ୍ତେଜିତ ହେଉଥିବା ଦେଖିବାକୁ ମିଳିଥିଲା। ୬ଟି ଫ୍ୟାକ୍ଟରକୁ ନେଇ ହୋଇଥିବା ଏହି ସର୍ଭେରେ ମିଡିଆ ଭାଓଲେନ୍ସ ଦ୍ୱିତୀୟ (୨୮%) ସ୍ଥାନରେ ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
