/odisha-reporter/media/post_attachments/uploads/2017/04/origin_.jpg)
origin_
ଗର୍ଭଧାରଣରୁ ରକ୍ଷା ପାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଗର୍ଭନିରୋଧକ ଔଷଧ। ଯାହା ବଜାରରେ ସହଜରେ ଓ କମ୍ ଟଙ୍କାରେ ମିଳିଥାଏ। ଏହାକୁ ଖାଇଲେ ଗର୍ଭଧାରଣରୁ ରକ୍ଷା ମିଳିଥାଏ ସତ କିନ୍ତୁ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କ ମତରେ ଗର୍ଭନିରୋଧକ ଔଷଧ ଖାଇବା ଠିକ୍ ନୁହେଁ।ଏହା ଶରୀର ପାଇଁ କ୍ଷତିକାରକ। ଏପରିକି ଗର୍ଭନିରୋଧକ ଔଷଧ ଉପରେ ଏକଥା ମଧ୍ୟ ଲେଖାଯାଇଥାଏ।
ଆସନ୍ତୁ ଜାଣିବା ଗର୍ଭନିରୋଧକ ଔଷଧ ଖାଇଲେ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ।
୧- ଗର୍ଭନିରୋଧକ ଔଷଧ ଖାଇଲେ ମୁଣ୍ଡ ବୁଲାଇ ଥାଏ। ବାନ୍ତି ବାନ୍ତି ଲାଗିଥାଏ।
୨- ସ୍ତନ ଉପରେ ଏହା ପ୍ରଭାବ ପକାଇଥାଏ। ଅନେକ ମହିଳାଙ୍କ ସ୍ତନରେ ଦରଜ ଲାଗିଥାଏ। ଆପଣ ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
୩- ଆପଣ ଯଦି ହାଇଡୋଜ୍ ଗର୍ଭନିରୋଧକ ଔଷଧ ଖାଉଛନ୍ତି, ତାହାହେଲେ ଆପଣଙ୍କର ମୁଣ୍ଡ ବିନ୍ଧିବାର ବହୁତ ଆଶଙ୍କା ଥାଏ।
୪- ୨୦୧୫ରେ ହ୍ୟୁମାନ ମେକିଂ ରିପୋର୍ଟ ଅନୁଯାୟୀ, ଗର୍ଭନିରୋଧକ ଔଷଧ ଖାଇଲେ ମନର ପରିବର୍ତ୍ତନ ହୋଇଥାଏ।
୫- ଗର୍ଭନିରୋଧକ ଔଷଧ ଖାଇଲେ ଆଖି ଉପରେ ପ୍ରଭାବ ପକାଇଥାଏ। କାନିଆରରେ କୁଣ୍ଡେଇ ହୋଇଥାଏ। ଫଳରେ ଦୃଷ୍ଟିଶକ୍ତି ମଧ୍ୟ ଦୁର୍ବଳ ହେବାର ଆଶଙ୍କା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
