ଗର୍ଭନିରୋଧକର ସାଇଡ୍‌ ଇଫେକ୍‌ଟ: ଶାରୀରିକ ନୁହେଁ ମାନସିକ ଭାବେ କରି ଦେବ ଅସୁସ୍ଥ

ଗର୍ଭଧାରଣରୁ ରକ୍ଷା ପାଇବା ପାଇଁ  ସବୁଠାରୁ ସହଜ ଉପାୟ ହେଉଛି ଗର୍ଭନିରୋଧକ ଔଷଧ। ଯାହା ବଜାରରେ ସହଜରେ ଓ କମ୍‌ ଟଙ୍କାରେ ମିଳିଥାଏ। ଏହାକୁ ଖାଇଲେ  ଗର୍ଭଧାରଣରୁ ରକ୍ଷା ମିଳିଥାଏ ସତ କିନ୍ତୁ  ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କ ମତରେ ଗର୍ଭନିରୋଧକ ଔଷଧ ଖାଇବା ଠିକ୍‌ ନୁହେଁ।ଏହା ଶରୀର ପାଇଁ କ୍ଷତିକାରକ। ଏପରିକି ଗର୍ଭନିରୋଧକ ଔଷଧ ଉପରେ ଏକଥା ମଧ୍ୟ ଲେଖାଯାଇଥାଏ। ଆସନ୍ତୁ ଜାଣିବା ଗର୍ଭନିରୋଧକ ଔଷଧ ଖାଇଲେ ଶରୀର ଉପରେ […]

origin_

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 12:01 PM IST

ଗର୍ଭଧାରଣରୁ ରକ୍ଷା ପାଇବା ପାଇଁ  ସବୁଠାରୁ ସହଜ ଉପାୟ ହେଉଛି ଗର୍ଭନିରୋଧକ ଔଷଧ। ଯାହା ବଜାରରେ ସହଜରେ ଓ କମ୍‌ ଟଙ୍କାରେ ମିଳିଥାଏ। ଏହାକୁ ଖାଇଲେ  ଗର୍ଭଧାରଣରୁ ରକ୍ଷା ମିଳିଥାଏ ସତ କିନ୍ତୁ  ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କ ମତରେ ଗର୍ଭନିରୋଧକ ଔଷଧ ଖାଇବା ଠିକ୍‌ ନୁହେଁ।ଏହା ଶରୀର ପାଇଁ କ୍ଷତିକାରକ। ଏପରିକି ଗର୍ଭନିରୋଧକ ଔଷଧ ଉପରେ ଏକଥା ମଧ୍ୟ ଲେଖାଯାଇଥାଏ।

ଆସନ୍ତୁ ଜାଣିବା ଗର୍ଭନିରୋଧକ ଔଷଧ ଖାଇଲେ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ।

୧- ଗର୍ଭନିରୋଧକ ଔଷଧ ଖାଇଲେ ମୁଣ୍ଡ ବୁଲାଇ ଥାଏ। ବାନ୍ତି ବାନ୍ତି ଲାଗିଥାଏ।

୨- ସ୍ତନ ଉପରେ ଏହା ପ୍ରଭାବ ପକାଇଥାଏ। ଅନେକ ମହିଳାଙ୍କ ସ୍ତନରେ ଦରଜ ଲାଗିଥାଏ। ଆପଣ ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୩- ଆପଣ ଯଦି  ହାଇଡୋଜ୍‌ ଗର୍ଭନିରୋଧକ ଔଷଧ ଖାଉଛନ୍ତି, ତାହାହେଲେ ଆପଣଙ୍କର ମୁଣ୍ଡ ବିନ୍ଧିବାର ବହୁତ ଆଶଙ୍କା ଥାଏ।

୪- ୨୦୧୫ରେ ହ୍ୟୁମାନ ମେକିଂ ରିପୋର୍ଟ ଅନୁଯାୟୀ, ଗର୍ଭନିରୋଧକ ଔଷଧ ଖାଇଲେ ମନର ପରିବର୍ତ୍ତନ ହୋଇଥାଏ।

୫- ଗର୍ଭନିରୋଧକ ଔଷଧ ଖାଇଲେ ଆଖି ଉପରେ ପ୍ରଭାବ ପକାଇଥାଏ। କାନିଆରରେ  କୁଣ୍ଡେଇ ହୋଇଥାଏ।  ଫଳରେ ଦୃଷ୍ଟିଶକ୍ତି ମଧ୍ୟ ଦୁର୍ବଳ ହେବାର ଆଶଙ୍କା ରହିଛି।

Related story