Advertisment

କର୍ନ୍‌ ଟୋଫୁ ରୋଲ୍‌- corn tofu roll recipe in odia

ଆବଶ୍ୟକ ସାମଗ୍ରୀ ତେଲ ପିଆଜ କଞ୍ଚାଲଙ୍କା କ୍ୟାପ୍‌ସିକମ୍‌ ଆଳୁ ମକା ଚାଟ୍‌ ମସଲା ଆମଚୁର ପାଉଡର ଟୋଫୁ ଧନିଆ ପତ୍ର ଲୁଣ ଅଟା କ୍ଷୀର ପ୍ରସ୍ତୁତି ପ୍ରଣାଳୀ ଏକ ପ୍ୟାନ୍‌ରେ ତେଲ ଗରମ କରି ଏଥିରେ କଟା ପିଆଜ, କଞ୍ଚାଲଙ୍କା, କ୍ୟାପ୍‌ସିକମ୍‌ ପକାଇ ୨ ମିନିଟ୍‌ ଯାଏ ଫ୍ରାଏ କରନ୍ତୁ। ଏହାପରେ ଏଥିରେ ସିଝା ଆଳୁ, ସିଝା ମକା, ଚାଟ୍‌ ମସଲା, ଆମଚୁର ପାଉଡର ଏବଂ ସ୍ୱାଦାନୁସାରେ ଲୁଣ ପକାଇ ଗୋଳାନ୍ତୁ। ଏବେ ଏଥିରେ ଟୋଫୁ ଏବଂ […]

author-image
Biswobandita Swain
ଅଦ୍ୟତନ ହୋଇଛି
କର୍ନ୍‌ ଟୋଫୁ ରୋଲ୍‌- corn tofu roll recipe in odia

1.

ଆବଶ୍ୟକ ସାମଗ୍ରୀ

  • ତେଲ
  • ପିଆଜ
  • କଞ୍ଚାଲଙ୍କା
  • କ୍ୟାପ୍‌ସିକମ୍‌
  • ଆଳୁ
  • ମକା
  • ଚାଟ୍‌ ମସଲା
  • ଆମଚୁର ପାଉଡର
  • ଟୋଫୁ
  • ଧନିଆ ପତ୍ର
  • ଲୁଣ
  • ଅଟା
  • କ୍ଷୀର
Advertisment

ପ୍ରସ୍ତୁତିପ୍ରଣାଳୀ

ଏକ ପ୍ୟାନ୍‌ରେ ତେଲ ଗରମ କରି ଏଥିରେ କଟା ପିଆଜ, କଞ୍ଚାଲଙ୍କା, କ୍ୟାପ୍‌ସିକମ୍‌ ପକାଇ ୨ ମିନିଟ୍‌ ଯାଏ ଫ୍ରାଏ କରନ୍ତୁ। ଏହାପରେ ଏଥିରେ ସିଝା ଆଳୁ, ସିଝା ମକା, ଚାଟ୍‌ ମସଲା, ଆମଚୁର ପାଉଡର ଏବଂ ସ୍ୱାଦାନୁସାରେ ଲୁଣ ପକାଇ ଗୋଳାନ୍ତୁ। ଏବେ ଏଥିରେ ଟୋଫୁ ଏବଂ ଧନିଆ ପତ୍ର ପକାଇ ଧିମା ଆଞ୍ଚରେ ୪ରୁ ୫ ମିନିଟ୍‌ ଯାଏ ସିଝିବାକୁ ଦିଅନ୍ତୁ।

ଏକ ପାତ୍ରରେ ଅଟାରେ ସ୍ୱାଦାନୁସାରେ ଲୁଣ ଓ କ୍ଷୀର ପକାଇ ଚକଟି ଦିଅନ୍ତୁ। ଅଟା ଚକଟିବା ପରେ ଏଥିରେ ରୁଟି ତିଆରି କରି ରଖନ୍ତୁ। ଗୋଟିଏ ରୁଟି ନେଇ ଏଥିରେ ଅଧ କପ୍‌ ସିଝା ମକା ଏବଂ ଟୋଫୁରେ ତିଆରି ହୋଇଥିବା ମିଶ୍ରଣ ଭଲ ଭାବେ ଚାରିଆଡ଼କୁ ବିସ୍ତାରିତ କରି ଦିଅନ୍ତୁ। ଏହାକୁ ହାଲୁକା ଭାବେ ସେକି ଦିଅନ୍ତୁ। ଏହାପରେ ଏହାକୁ ଟାଇଟ୍ କରି ଗୁଡ଼ାଇ ଆଲୁମିନିୟମ୍‌ ଫଏଲରେ ଗୁଡ଼ାଇ ଦିଅନ୍ତୁ। ଆପଣଙ୍କ କର୍ଣ୍ଣ ଏବଂ ଟୋଫୁ ରୋଲ୍‌ ପ୍ରସ୍ତୁତ ହୋଇଗଲା। ଏହାକୁ ଏବେ ଚଟଣି କିମ୍ବା ସସ୍‌ ସହିତ ଗରମ ଗରମ ଖାଆନ୍ତୁ ଓ ଖୁଆନ୍ତୁ।

Advertisment
Odia Food Recipe Orissa Food