Advertisment

ଏସି ଦ୍ୱାରା କ’ଣ ସତରେ ବଢ଼ିଥାଏ କରୋନା ସଂକ୍ରମଣ?

ନୂଆଦିଲ୍ଲୀ: ବିଶ୍ୱର ୨୧୦ ଦେଶକୁ କରୋନା କବଳିତ କରିସାରିଥିବା ବେଳେ ଏଥିଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଆମ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୦ ପାର ହୋଇସାରିଲାଣି। ଆଉ ଏଭଳି ସ୍ଥିତିରେ କରୋନା ନେଇ ସୋଶାଲ୍ ମିଡିଆରେ ଅନେକ କଥା ପ୍ରଚାର ହେଉଛି। ସୋଶାଲ ମିଡ଼ିଆରେ ହେଉଥିବା ପ୍ରଚାର ମଧ୍ୟରୁ ଗୋଟିଏ ହେଉଛି ଏସି ଲଗାଇବା ଦ୍ୱାରା କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଥାଏ। ତେବେ ଆସନ୍ତୁ ଏହାର ସତ୍ୟାସତ୍ୟ ବିଷୟରେ […]

ଅଦ୍ୟତନ ହୋଇଛି
ଏସି ଦ୍ୱାରା କ’ଣ ସତରେ ବଢ଼ିଥାଏ କରୋନା ସଂକ୍ରମଣ?

ac

Advertisment

ନୂଆଦିଲ୍ଲୀ: ବିଶ୍ୱର ୨୧୦ ଦେଶକୁ କରୋନା କବଳିତ କରିସାରିଥିବା ବେଳେ ଏଥିଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଆମ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୦ ପାର ହୋଇସାରିଲାଣି। ଆଉ ଏଭଳି ସ୍ଥିତିରେ କରୋନା ନେଇ ସୋଶାଲ୍ ମିଡିଆରେ ଅନେକ କଥା ପ୍ରଚାର ହେଉଛି। ସୋଶାଲ ମିଡ଼ିଆରେ ହେଉଥିବା ପ୍ରଚାର ମଧ୍ୟରୁ ଗୋଟିଏ ହେଉଛି ଏସି ଲଗାଇବା ଦ୍ୱାରା କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଥାଏ। ତେବେ ଆସନ୍ତୁ ଏହାର ସତ୍ୟାସତ୍ୟ ବିଷୟରେ ଜାଣିବା।

Advertisment

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମୁଖ୍ୟତଃ ହସ୍‌ପିଟାଲ୍‌, ହୋଟେଲ ଓ ଅଫିସ୍‌ ଆଦି ସ୍ଥାନରେ ସେଣ୍ଟ୍ରାଲ ଏସି ଲାଗିବା ଦ୍ୱାରା ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ। କିନ୍ତୁ ସିଙ୍ଗଲ ୟୁନିଟ୍ ଏସି- ଯେପରିକି ୱିଣ୍ଡୋ ଏସି ଅବା କାର୍ ଏସିରେ ଏହି ଆଶଙ୍କା କମ୍‌ ରହିଥାଏ।

‘ଆଜ୍‌ତକ୍‌’ର ଏକ ରିପୋର୍ଟ ଅନୁଯାୟୀ, ଏମ୍ସର ଡାଇରେକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ ଏସି ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା ସେତେବେଳେ ରହିଥାଏ ଯେତେବେଳେ କ୍ରଶ୍‌ ଭେଣ୍ଟିଲେସନ୍ ହୋଇଥାଏ। ଯଦି ଆପଣଙ୍କ ଘରେ ୱିଣ୍ଡୋ ଏସି ଲାଗିଛି, ତା’ହେଲେ ସେହି ରୁମ୍‌ର ବାୟୁ ସେଠାରେ ହିଁ ରହିବ। ଆଉ ଏହା ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ରହି ନଥାଏ।

Advertisment

ସେଣ୍ଟ୍ରାଲ ଏସିରୁ କିପରି କରୋନା ସଂକ୍ରମଣ ଆଶଙ୍କା ବଢ଼ିଥାଏ ?

ଫେଲିକ୍ସ ହସ୍‌ପିଟାଲ୍‌ର ଡାକ୍ତର ଡି. କେ. ଗୁପ୍ତା କହିଛନ୍ତି ଯେ ସେଣ୍ଟ୍ରାଲ ଏସି ଦ୍ୱାରା କରୋନା ଭାଇରସ୍‌ର ସଂକ୍ରମଣ ଗୋଟିଏ ରୁମ୍‌ରୁ ଅନ୍ୟ ରୁମ୍‌କୁ ଅତି ସହଜରେ ପହଞ୍ଚିପାରେ। ସେଥିପାଇଁ ହେଲ୍‌ଥ କେୟାର ସେଣ୍ଟର ଓ ଅଧିକ ଲୋକ ଏକତ୍ରିତ ହେଉଥିବା ଅନ୍ୟ ସମସ୍ତ ସ୍ଥାନରେ ସେଣ୍ଟ୍ରାଲ୍‌ ଏସି ବ୍ୟବହାର କରିବା ଅନୁଚିତ। ଏହା ବ୍ୟତୀତ କମ୍‌ ତାପମାତ୍ରା ମଧ୍ୟ ଏହି ଭାଇରସ୍‌କୁ ବଢ଼ିବାକୁ ସୁଯୋଗ ଦିଏ। ଏହା କୁହାଯାଉଛି ଯେ ୨୫ ରୁ ୩୫ ଡିଗ୍ରୀ ତାପମାତ୍ରା ମଧ୍ୟରେ ଏହି ଭାଇରସ ଖୁବ୍‌ ଶୀଘ୍ର ବୃଦ୍ଧି ପାଇଥାଏ। ସେଥିପାଇଁ ଖରାଦିନେ ଏସିଠାରୁ ଦୂରେଇ ରହିଲେ ଭଲ।

ଡାକ୍ତରଙ୍କ କହିବାନୁଯାୟୀ, ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ଏହି ଭାଇରସର ବୃଦ୍ଧିରେ ଅନ୍ତରାୟ ସୃଷ୍ଟି ହୋଇଥାଏ। ତେଣୁ ଗରମ ବଢ଼ିଲେ ଏହି ମାରାତ୍ମକ ଭାଇରସର କୋପ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।

(ସୌଜନ୍ୟ- ଜନସତ୍ତା)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe