କରୋନା ଟିପ୍ସ: ମାସ୍କ ନେଇ ଭୁଲ୍ ଧାରଣା ଦୂର କରନ୍ତୁ, ରୁମାଲ୍ ବା କପଡ଼ାକୁ ସାବଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଚୀନ ସମେତ ଶତାଧିକ ରାଷ୍ଟ୍ର ଏବେ କରୋନା ଭାଇରସର ଶିକାର ହୋଇଛି। ଏହା ଭିତରେ ଭାରତ ବି ରହିଥିବା ବେଳେ ଗତକାଲି ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତକୁ ଚିହ୍ନଟ କରାଯାଇଛି। କେହି କେହି ଏ ଖବର ଶୁଣିଲା ପରେ ଡରି ଯାଇଛନ୍ତି। ତେବେ ଏହାକୁ ନେଇ ଡରନ୍ତୁ ନାହିଁ କି ଆତଙ୍କିତ ହୁଅନ୍ତୁ ନାହିଁ। ତା’ଅପେକ୍ଷା ସଚେତନ ହୁଅନ୍ତୁ ଓ ସତର୍କ ରୁହନ୍ତୁ ଏବଂ ଶୁଣାକଥାରୁ ଦୂରରେ ରହି କେବଳ ଡାକ୍ତରଙ୍କ […]

corana

corana

Chinmayee Roy
  • Published: Monday, 16 March 2020
  • Updated: 17 March 2020, 08:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଚୀନ ସମେତ ଶତାଧିକ ରାଷ୍ଟ୍ର ଏବେ କରୋନା ଭାଇରସର ଶିକାର ହୋଇଛି। ଏହା ଭିତରେ ଭାରତ ବି ରହିଥିବା ବେଳେ ଗତକାଲି ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତକୁ ଚିହ୍ନଟ କରାଯାଇଛି। କେହି କେହି ଏ ଖବର ଶୁଣିଲା ପରେ ଡରି ଯାଇଛନ୍ତି। ତେବେ ଏହାକୁ ନେଇ ଡରନ୍ତୁ ନାହିଁ କି ଆତଙ୍କିତ ହୁଅନ୍ତୁ ନାହିଁ। ତା’ଅପେକ୍ଷା ସଚେତନ ହୁଅନ୍ତୁ ଓ ସତର୍କ ରୁହନ୍ତୁ ଏବଂ ଶୁଣାକଥାରୁ ଦୂରରେ ରହି କେବଳ ଡାକ୍ତରଙ୍କ ପରାମର୍ଶ ଉପରେ ବିଶ୍ୱାସ କରନ୍ତୁ। ତା’ହେଲେ ଆସନ୍ତୁ ଜାଣିବା କେମିତି ଆପଣ ଏହି ଭାଇରସ୍‌ ଠାରୁ ନିଜକୁ ଦୂରେଇ ରଖିପାରିବେ। ଏ ବିଷୟରେ ଆମ ସହ ଆଲୋଚନା କରିଛନ୍ତି ଡାକ୍ତର ରମେଶ ପାତ୍ର (ପଲ୍ମୋନାରୀ/ଚେଷ୍ଟ ମେଡିସିନ୍)।

୧) ଥଣ୍ଡା, କାଶ ଓ ଜ୍ୱର ହୋଇଥିବା ବ୍ୟକ୍ତିଙ୍କଠୁ ଦୂରେଇ ରୁହନ୍ତୁ। ନିଜକୁ ମଧ୍ୟ ଯେପରି ଥଣ୍ଡା ବା ଜ୍ୱର ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

୨) ଯଦି ଆପଣଙ୍କ ଘରେ କେହି ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ, ତା’ହେଲେ ତୁରନ୍ତ ତାଙ୍କର ଡାକ୍ତରୀ ମାଇନା କରାନ୍ତୁ। ତାଙ୍କୁ ମାସ୍କ ପିନ୍ଧିବାକୁ କୁହନ୍ତୁ।

୩) ବଜାରରେ ମାସ୍କର ଚାହିଦା ଅଧିକ ଦେଖିବାକୁ ମିଳୁଛି। ହେଲେ ସୁସ୍ଥ ବ୍ୟକ୍ତି ଆଦୌ ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ। ଯଦି ଆପଣ ଥଣ୍ଡା ବା ଥଣ୍ଡା ଜ୍ୱରରେ ପୀଡ଼ିତ, ତା’ହେଲେ ଏହାର ବ୍ୟବହାର କରନ୍ତୁ। ସାଧାରଣ ଭାବେ ବାହାରେ ବୁଲିବା ସମୟରେ ନିଜର ସଫା ରୁମାଲ ବାନ୍ଧି ଯାଇପାରିବେ। ହେଲେ ରୁମାଲ୍‌କୁ ପ୍ରତ୍ୟେକ ଦିନ ସଫା କରନ୍ତୁ। ସଫା କରିବା ସମୟରେ ଏଥିରେ ସାମାନ୍ୟ ବ୍ଲିଚିଂ ଦେଇ ସଫା କରନ୍ତୁ।

୪) ନିଜ ହାତକୁ ପରିଷ୍କାର ରଖନ୍ତୁ। ଯଦି ଆପଣ ହାତ ଦେଇ କାଶୁଛନ୍ତି କିମ୍ବା ଛିଙ୍କୁଛନ୍ତି, ତା’ହେଲେ ତୁରନ୍ତ ହାତ ଧୋଇଦିଅନ୍ତୁ ଓ ପରେ ହାତରେ ୫୦ ପ୍ରତିଶତ ଆଲ୍‌କହଲ୍‌ ଥିବା ସାନିଟାଇଜର୍‌ ଲଗାନ୍ତୁ। ଯଦି ସାନିଟାଇଜର୍‌ ନାହିଁ,  ତା’ହେଲେ ସ୍ପିରିଟ୍‌ କିମ୍ବା ଆଲକହଲ୍‌ ବ୍ୟବହାର କରନ୍ତୁ।

୫) କାଶିବା ଓ ଛିଙ୍କିବାବେଳେ ରୁମାଲ୍‌ କିମ୍ବା କପଡ଼ା ଆଦୌ ବ୍ୟବହାର କରନ୍ତୁ ନାହିଁ। କାରଣ କପଡ଼ା ଦେଇ କାଶିଲେ ଜୀବାଣୁଗୁଡ଼ିକ ସେଥିରେ ଲାଗିଯାଆନ୍ତି। ଯଦି ଆପଣ ପୁଣି ଥରେ ମୁହଁରେ ସେହି କପଡ଼ାକୁ ଲଗାଇବେ, ତା’ହେଲେ ରୋଗରେ ପଡ଼ିପାରନ୍ତି।

୬) ସବୁଠୁ ଭଲ ଉପାୟ ହେଉଛି, କାଶିବା ବେଳେ ହାତ ବଦଳରେ ନିକର ବାହୁ କୋଣକୁ ମୁହଁ ପାଖକୁ ଆଣନ୍ତୁ। ଏହା ବ୍ୟତୀତ ରୁମାଲ ବଦଳରେ ଆପଣ ଟିସୁ ପେପର ବ୍ୟବହାର କରନ୍ତୁ । ଥରେ ଛିଙ୍କିବା କିମ୍ବା କାଶିବା ପରେ ଏହାକୁ ଆଉ ବ୍ୟବହାର କରନ୍ତୁ ନାହିଁ। ଏହାକୁ ବନ୍ଦ ଥିବା ଡଷ୍ଟବିନ୍‌ରେ ପକାନ୍ତୁ।

୫) ଜନ ଗହଳି ସ୍ଥାନରୁ ଦୁରେଇ ରୁହନ୍ତୁ। ଅତ୍ୟଧିକ ଆବଶ୍ୟକତା ନଥିଲେ କିଛି ଦିନ ଘରୁ ନ ବାହାରିବା ଭଲ।  କାହା ସହ ହାତ ମିଶାନ୍ତୁନାହିଁ କି ଆଲିଙ୍ଗନ ବି କରନ୍ତୁ ନାହିଁ।  ରାଜ୍ୟର ସରକାରମଧ୍ୟ ସତର୍କତାମୂଳକ ପଦକ୍ଷେପ ଭାବେ ଜନଗହଳି ସ୍ଥାନଗୁଡ଼ିକୁ ବନ୍ଦ କରିଦେଇଛନ୍ତି।

୬) ପ୍ରତି ୧ ଘଣ୍ଟାରେ ଥରେ ସାବୁନ୍ କିମ୍ବା ହାଣ୍ଡୱାସ୍‌ ବ୍ୟବହାର କରି ଭଲଭାବେ ହାତ ଧୁଅନ୍ତୁ। ନିଜକୁ ସଫାତୁତୁରା ରଖନ୍ତୁ। ସଫା ପୋଷାକ ପରିଧାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos