Advertisment

ପ୍ରସ୍ତୁତ କରନ୍ତୁ କ୍ରିସ୍‌ପି ଛଚିନ୍ଦ୍ରା ରିଙ୍ଗ୍‌ସ

ସାଧାରଣତଃ ବର୍ଷା ଦିନେ ଛଚିନ୍ଦ୍ରା ମିଳେ। ଏହା ଶରୀର ପାଇଁ ବେଶ୍‌ ଉପକାରୀ। କିନ୍ତୁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏହାକୁ କେହି କେହି ପୋସ୍ତ ଦେଇ ତରକାରି କରନ୍ତି ତ ଆଉ କେହି ଭାଜି ଖାଇବାକୁ ପସନ୍ଦ କରନ୍ତି। ଆଉ କେହି ଏହାକୁ ଚାଉଳ ବଟାରେ ଗୋଳାଇ ଛାଣି ଖାଆନ୍ତି। ତେବେ ଆପଣ ଛଚିନ୍ଦ୍ରାର ଏସବୁ ଆଇଟମ୍‌ ଯଦି ଆପଣ ଖାଇବାକୁ ଭଲ ପାଆନ୍ତି ନାହିଁ ଅବା ଏସବୁକୁ ଖାଇ ବୋଣ୍ […]

author-image
Rosalin Rath
ଅଦ୍ୟତନ ହୋଇଛି
ପ୍ରସ୍ତୁତ କରନ୍ତୁ କ୍ରିସ୍‌ପି ଛଚିନ୍ଦ୍ରା ରିଙ୍ଗ୍‌ସ

z21

ସାଧାରଣତଃ ବର୍ଷା ଦିନେ ଛଚିନ୍ଦ୍ରା ମିଳେ। ଏହା ଶରୀର ପାଇଁ ବେଶ୍‌ ଉପକାରୀ। କିନ୍ତୁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏହାକୁ କେହି କେହି ପୋସ୍ତ ଦେଇ ତରକାରି କରନ୍ତି ତ ଆଉ କେହି ଭାଜି ଖାଇବାକୁ ପସନ୍ଦ କରନ୍ତି। ଆଉ କେହି ଏହାକୁ ଚାଉଳ ବଟାରେ ଗୋଳାଇ ଛାଣି ଖାଆନ୍ତି। ତେବେ ଆପଣ ଛଚିନ୍ଦ୍ରାର ଏସବୁ ଆଇଟମ୍‌ ଯଦି ଆପଣ ଖାଇବାକୁ ଭଲ ପାଆନ୍ତି ନାହିଁ ଅବା ଏସବୁକୁ ଖାଇ ବୋଣ୍ ହୋଇଗଲେଣି, ତା’ହେଲେ ଏହାକୁ ନେଇ ଏକ ନୂଆ ଆଇଟମ୍‌ ପ୍ରସ୍ତୁତ କରିପାରିବେ। ଏହାର ନାଁ ‘କ୍ରିସ୍‌ପି ଛଚିନ୍ଦ୍ରା ରିଙ୍ଗ୍‌ସ’। ଏହାକୁ ପ୍ରସ୍ତୁତ କରିବାକୁ ବେଶି କଷ୍ଟ କରିବାକୁ ପଡ଼ିବନି। ଆଉ ଏହାକୁ ଗରମ ଗରମ ଖାଇଲେ ଭାରି ଭଲ ଲାଗେ। ଏବେ ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣି ନେବା।

Advertisment

ଆବଶ୍ୟକ ସାମଗ୍ରୀ

ଛଚିନ୍ଦ୍ରା, ବେସନ, କର୍ଣ୍ଣଫ୍ଲୋର୍‌, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ ଏବଂ ତେଲ।

ପ୍ରସ୍ତୁତି ପ୍ରଣାଳୀ

publive-image

ପ୍ରଥମେ ଛଚିଦ୍ରାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏହାକୁ ଗୋଲ୍‌ ଗୋଲ୍‌ କରି କାଟି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ ବେସନ, କର୍ଣ୍ଣଫ୍ଲୋର୍‌, ଲଙ୍କା ଗୁଣ୍ଡ, ଲୁଣ ଏବଂ ପାଣି ଦେଇ ଗୋଳାଇ ଦିଅନ୍ତୁ। ଏହାକୁ ଗାଢ଼ା ବା ବହଳିଆ କରି ଗୋଳାଇବେ। ତା’ପରେ ଗୋଲ୍‌ ଗୋଲ୍‌ କରି କଟା ହୋଇଥିବା ଛଚିନ୍ଦ୍ରାକୁ ଉକ୍ତ ମିଶ୍ରଣରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏବେ ଗ୍ୟାସ୍‌ରେ ତେଲ ଗରମ କରି ସେଥିରେ ଛଚିନ୍ଦ୍ରାକୁ ଛାଣି ଦିଅନ୍ତୁ। ଛାଣି ସାରିଲା ପରେ ସେଥିରେ ଚାଟ୍‌ ମସଲା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କ୍ରିସ୍‌ପି ଛଚିନ୍ଦ୍ରା ରିଙ୍ଗ୍‌ସ।  ଏବେ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ପରଷି ଦିଅନ୍ତୁ।

Advertisment