ଏବେ ଆସିଲା ପୁଅଙ୍କ ପାଇଁ 'କ୍ରପ୍‌ ଟପ୍‌', ଜାଣନ୍ତୁ କେମିତି ସୋଶାଲ୍‌ ମିଡିଆରେ କରୁଛି ହଙ୍ଗାମା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝିଅଙ୍କ ପରେ ପୁଅଙ୍କ ପାଇଁ ବ୍ରିଟେନ୍‌ର ଏକ କମ୍ପାନୀ ‘କ୍ରପ୍‌ ଟପ୍‌’ ଡ୍ରେସ୍‌ ପ୍ରସ୍ତୁତ କରିଛି । ଏଏସ୍‌ଓଏସ୍‌(ASOS) ନାମକ ଏହି କମ୍ପାନୀ ଏହାର ନାଁ ରଖିଛି ‘ଏକ୍ସ୍‌ଟ୍ରିମ୍‌ କ୍ରପ୍‌ ଟପ୍‌’। ଏକ ରିଟେଲର୍‌ ସଂସ୍ଥା ଇଣ୍ଟର୍‌ନେଟ୍‌ରେ ଏହି ଡ୍ରେସ୍‌କୁ ପୋଷ୍ଟ୍‌ କରିବା ପରେ ଏହାକୁ ଏନଇ ସୋଶାଲ୍ ମିଡିଆରେ ଏକ ପ୍ରକାର ହଙ୍ଗାମା ସୃଷ୍ଟି ହୋଇଛି। କମ୍ପାନୀ ପକ୍ଷରୁ ଏହି ‘କ୍ରପ୍‌ ଟପ୍‌’ର ମୂଲ୍ୟ ରହିଛି ମାତ୍ର ୧୦୦୦ ଟଙ୍କା। ବାନିଅନ୍‌ ଅଧା […]

crop-top1

Rakesh Mallick
  • Published: Sunday, 26 August 2018
  • , Updated: 26 August 2018, 04:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝିଅଙ୍କ ପରେ ପୁଅଙ୍କ ପାଇଁ ବ୍ରିଟେନ୍‌ର ଏକ କମ୍ପାନୀ 'କ୍ରପ୍‌ ଟପ୍‌' ଡ୍ରେସ୍‌ ପ୍ରସ୍ତୁତ କରିଛି । ଏଏସ୍‌ଓଏସ୍‌(ASOS) ନାମକ ଏହି କମ୍ପାନୀ ଏହାର ନାଁ ରଖିଛି 'ଏକ୍ସ୍‌ଟ୍ରିମ୍‌ କ୍ରପ୍‌ ଟପ୍‌'।

ଏକ ରିଟେଲର୍‌ ସଂସ୍ଥା ଇଣ୍ଟର୍‌ନେଟ୍‌ରେ ଏହି ଡ୍ରେସ୍‌କୁ ପୋଷ୍ଟ୍‌ କରିବା ପରେ ଏହାକୁ ଏନଇ ସୋଶାଲ୍ ମିଡିଆରେ ଏକ ପ୍ରକାର ହଙ୍ଗାମା ସୃଷ୍ଟି ହୋଇଛି।

କମ୍ପାନୀ ପକ୍ଷରୁ ଏହି 'କ୍ରପ୍‌ ଟପ୍‌'ର ମୂଲ୍ୟ ରହିଛି ମାତ୍ର ୧୦୦୦ ଟଙ୍କା। ବାନିଅନ୍‌ ଅଧା ଆକୃତିର ଏହି 'କ୍ରପ୍‌ ଟପ୍‌' ପିନ୍ଧିଲେ ପୁଅଙ୍କ ଛାତି ଓ ପିଠିର ନିମ୍ନ ଭାଗ ଖୋଲା ରହୁଛି। ଯଦି ଆପଣ ଗରମକୁ ସହ୍ୟ କରି ପାରୁନାହାନ୍ତି ଏବଂ କମ୍‌ କପଡ଼ା ପିନ୍ଧିବାକୁ ଚାହୁଁଛନ୍ତି, ତେବେ 'କ୍ରପ୍‌ ଟପ୍‌' ହିଁ ଆପଣଙ୍କୁ କମ୍ପର୍ଟ୍‌ ସହ ବେଷ୍ଟ୍‌ ଲୁକ୍‌ ବି ଦେବ।

ପୁଅଙ୍କ ପାଇଁ ଉଦ୍ଦିଷ୍ଟ ଏହି 'କ୍ରପ୍‌ ଟପ୍‌'କୁ ଦେଖିବା ପରେ କିଛି ୟୁଜର୍ ଏହାକୁ ସ୍ପୋର୍ଟ୍ସ୍‌ ବ୍ରା ସହିତ ତୁଳନା କରୁଛନ୍ତି। କେତେକ ୟୁଜର୍‌ ନିଜ ମୁହଁକୁ ସେହି ଫୋଟୋରେ ଲଗାଇ ମଜାଳିଆ କଥା ମଧ୍ୟ ପୋଷ୍ଟ୍‌ କରୁଛନ୍ତି।

ଜଣେ ୟୁଜର୍‌ ଏହି ପୁଅଙ୍କ 'କ୍ରପ୍ ଟପ୍' ଉପରେ କଡା ଟିପ୍ପଣୀ ଦେଇ କହିଛନ୍ତି, ଦୁନିଆ ଶେଷ ହେବାକୁ ଯାଉଛି, ଏଥିରେ କୌଣସି ସନ୍ଦେହ ନାହିଁ।
ତେବେ ASOS କମ୍ପାନୀର ଏହି ଫ୍ୟାଶନ୍‌ ଟ୍ରେଣ୍ଡ୍‌କୁ କିନ୍ତୁ ନାମୀ ଦାମୀ ଷ୍ଟାଇଲିସ୍‌ ଲୋକେ ଏଯାଏ ପସନ୍ଦ କରିନାହାନ୍ତି।

କିଛି ଫ୍ୟାଶନ୍ ଏକ୍ସପର୍ଟ୍‌ଙ୍କ କହିବା ଅନୁସାରେ, ପୁରୁଷଙ୍କ କ୍ରପ୍‌ ଟପ୍‌କୁ ନେଇ ଏପରି ନକାରାତ୍ମକ ଆଲୋଚନାର ଅର୍ଥ, ଲୋକେ ଏବେ ମଧ୍ୟ ପୁରୁଣା ସମୟରେ ରହୁଛନ୍ତି। ମହିଳାଙ୍କ ଶରୀରର ଅଙ୍ଗକୁ ଦେଖାଇବା ପାଇଁ ଡ୍ରେସ୍‌ ତିଆରି କରାଯାଉଛି, କିନ୍ତୁ ପୁରୁଷଙ୍କ ଅଙ୍ଗ ଦେଖାଇବା ପରି ଡ୍ରେସ୍‌ ତିଆରି କରିବାକୁ କେହି ଠିକ୍ ମନେ କରୁନାହାନ୍ତି।

ଫ୍ୟାଶନ୍ ଦୁନିଆରେ କେତେବେଳେ ଯେ କେଉଁ ଟ୍ରେଣ୍ଡ୍ ଆସୁଛି, ତା'ର କିଛି ନିର୍ଦ୍ଦିଷ୍ଟ ସୀମା ନାହିଁ। ଏହା ପୂର୍ବରୁ ପୁରୁଷଙ୍କ ପାଇଁ ଏକ ‘ବ୍ରାଣ୍ଡ୍ ହଟ୍ ପ୍ୟାଣ୍ଟ୍’ ମଧ୍ୟ ବଜାରକୁ ବାହାରିଥିଲା।

Related story