Advertisment

କେଶ ପାଇଁ ବଡ଼ ଉପକାରୀ ଜିରା, ଚନ୍ଦାପଣରୁ ଦିଏ ମୁକ୍ତି

ଡାଲି, ଡାଲ୍‌ମା ଓ ଯେକୌଣସି ତରକାରୀ ପ୍ରସ୍ତୁତ କଲା ବେଳେ ଜିରା ଆବଶ୍ୟକ ହୁଏ। ଜିରା ଖାଦ୍ୟର ସ୍ୱାଦ ବଢ଼ାଏ। ଜିରା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ଏହା କେଶ ପାଇଁ ବି ଭାରି ଉପକାରୀ ହୋଇଥାଏ। ଚନ୍ଦାପଣରୁ ମୁକ୍ତି ଦିଏ ବଦଳୁଥିବା ଜଳବାୟୁରେ ପ୍ରାୟ ସମସ୍ତଙ୍କର କେଶ ଝଡୁଛି। ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି କି? ତା’ହେଲେ ଜିରା ଆପଣଙ୍କ ସମସ୍ୟାର ସମାଧାନ କରିପାରିବ। ଏକ ଛୋଟ ଚାମଚ ଜିରା […]

author-image
Rakesh Mallick
କେଶ ପାଇଁ ବଡ଼ ଉପକାରୀ ଜିରା, ଚନ୍ଦାପଣରୁ ଦିଏ ମୁକ୍ତି

CuminSeeds

ଡାଲି, ଡାଲ୍‌ମା ଓ ଯେକୌଣସି ତରକାରୀ ପ୍ରସ୍ତୁତ କଲା ବେଳେ ଜିରା ଆବଶ୍ୟକ ହୁଏ। ଜିରା ଖାଦ୍ୟର ସ୍ୱାଦ ବଢ଼ାଏ। ଜିରା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ଏହା କେଶ ପାଇଁ ବି ଭାରି ଉପକାରୀ ହୋଇଥାଏ।

Advertisment

ଚନ୍ଦାପଣରୁ ମୁକ୍ତି ଦିଏ

ବଦଳୁଥିବା ଜଳବାୟୁରେ ପ୍ରାୟ ସମସ୍ତଙ୍କର କେଶ ଝଡୁଛି। ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି କି? ତା’ହେଲେ ଜିରା ଆପଣଙ୍କ ସମସ୍ୟାର ସମାଧାନ କରିପାରିବ। ଏକ ଛୋଟ ଚାମଚ ଜିରା ତେଲକୁ ବଡ଼ ଚାମଚ ଅଲିଭ ଅଏଲ ଅବା ନଡ଼ିଆ ତେଲରେ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଭଲ ଭାବେ ଘଷି ଲଗାଇ ଦିଅନ୍ତୁ। ଏହି ତେଲକୁ ମୁଣ୍ଡରେ ଅତିକମ୍‌ରେ ଅଧାଘଣ୍ଟା ରହିବାକୁ ଦିଅନ୍ତୁ। ତା’ପରେ ସାମ୍ପୁ କରି କେଶକୁ ଧୋଇ ଦିଅନ୍ତୁ। ଏହି ତେଲର ବ୍ୟବହାର କଲେ ମୁଣ୍ଡରୁ ଚୁଟି ଝଡ଼ିବା କମି ଯିବ ଓ ଆପଣ ଚନ୍ଦାପଣରୁ ମୁକ୍ତି ପାଇବେ।

cuminଚୁଟିର ଚମକ ବଢ଼ାଏ

ଜିରା କେବଳ କେଶ ଝଡ଼ିବାରୁ ମୁକ୍ତି ଦିଏ ନାହିଁ, ଏହା କେଶକୁ ଲମ୍ବା ଓ ସାଇନିଂ କରିବାରେ ମଧ୍ୟ ସହଯୋଗ କରେ। କଳା ଜିରାର ପାଣିକୁ ଅଣ୍ଡାର କେଶର ଓ ଅଲିଭ୍ ଓଏଲ୍‌ରେ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ଘଣ୍ଟାଏ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଭଲ ଫଳ ପାଇବା ପାଇଁ ସପ୍ତାହରେ ଥରେ ଏହାକୁ ପ୍ରୟୋଗ କରନ୍ତୁ।

Advertisment

ରୁପିରୁ ମୁକ୍ତି ଦିଏ

ରୁପି କେଶର ଆଉ ଏକ ବଡ଼ ସମସ୍ୟା। ଜଣ ଜଣଙ୍କ ମୁଣ୍ଡରେ ବରାବର ରୁପି ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜିରା ତେଲ ବ୍ୟବହାର କରନ୍ତୁ।