Advertisment

ଘରେ ପ୍ରସ୍ତୁତ କରନ୍ତୁ ଦହି ଛୁଙ୍କ ମାଛ ମସଲା

ଆବଶ୍ୟକ ସାମଗ୍ରୀ:  ମାଛ, ଦହି, ଲୁଣ,  ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ, ଅଦାରସୁଣ , ଦହି, ଗରମ ମସଲାଗୁଣ୍ଡ, ସୋରିଷ, ଜୀରା, ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ଅଦାରସୁଣ ପେଷ୍ଟ, ଦହି, ଗରମ ମସଲାଗୁଣ୍ଡ, ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ  ମସଲା […]

author-image
Niharika Rout
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଦହି ଛୁଙ୍କ ମାଛ ମସଲା

fish fry

ଆବଶ୍ୟକ ସାମଗ୍ରୀ: ମାଛ, ଦହି, ଲୁଣ,  ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ, ଅଦାରସୁଣ , ଦହି, ଗରମ ମସଲାଗୁଣ୍ଡ, ସୋରିଷ, ଜୀରା, ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ଅଦାରସୁଣ ପେଷ୍ଟ, ଦହି, ଗରମ ମସଲାଗୁଣ୍ଡ, ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ  ମସଲା ଗୋଳା ମାଛକୁ ଭଲ ଭାବେ ଭାଜି ରଖନ୍ତୁ।

ପୁଣି କରେଇରେ ତେଲ ଗରମ କରି ସୋରିଷ, ଜୀରା, ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ । ଛୁଙ୍କ ଅଳ୍ପ ଥଣ୍ଡା ହେବା ପରେ ଦହିରେ ଗୋଳାଇ ଦିଅନ୍ତୁ। ଏହାପରେ ଦହି ଛୁଙ୍କକୁ ଭଜା ମାଝ ଉପରେ ପକାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଦହି ଛୁଙ୍କ ମାଛ ମସଲା। ଗରମ ଗରମ ଭାତ ସହ ଏହାର ମଜା ନେଇପାରିବେ।

Advertisment