Advertisment

ମଦ ପିଇ ଆପଣଙ୍କ ଲିଭର୍ ନଷ୍ଟ ହୋଇଗଲାଣି କି ? ଭୃସଙ୍ଗ ପତ୍ର ଆପଣଙ୍କୁ ଦେବ ନୂଆ ଜୀବନ

ନୂଆଦିଲ୍ଲୀ: ସାଧାରଣତଃ ଦକ୍ଷିଣ ଭାରତରେ ଭୃସଙ୍ଗ ପତ୍ରର ଚାହିଦା ବେଶ୍‌ ଅଧିକ । କିନ୍ତୁ ଏବେ ଆମ ଦେଶର ବିଭିନ୍ନ ଅଞ୍ଚଳର ଲୋକେ ଖାଦ୍ୟ ପ୍ରସ୍ତୁତି ସମୟରେ ଭୃସଙ୍ଗ ପତ୍ରର ବ୍ୟବହାର କରୁଛନ୍ତି। ଆପଣ ଚିନ୍ତା କରୁଥିବେ କାହିଁକି? କାରଣ ଭୃସଙ୍ଗ ପତ୍ରରେ ଅସଂଖ୍ୟ ଗୁଣ ଭରି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଏହି ପତ୍ରର ସ୍ୱାଦ କଡ଼ା ଲାଗିଲେ ମଧ୍ୟ ଏହାକୁ ଖାଇବା ପ୍ଲେଟରୁ ନ ଫୋପାଡି ଖାଅନ୍ତୁ। ଏହା ଆପଣଙ୍କ କେଶ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମଦ ପିଇ ଆପଣଙ୍କ ଲିଭର୍ ନଷ୍ଟ ହୋଇଗଲାଣି କି ? ଭୃସଙ୍ଗ ପତ୍ର ଆପଣଙ୍କୁ ଦେବ ନୂଆ ଜୀବନ

curry-leaf-benefit

ନୂଆଦିଲ୍ଲୀ: ସାଧାରଣତଃ ଦକ୍ଷିଣ ଭାରତରେ ଭୃସଙ୍ଗ ପତ୍ରର ଚାହିଦା ବେଶ୍‌ ଅଧିକ । କିନ୍ତୁ ଏବେ ଆମ ଦେଶର ବିଭିନ୍ନ ଅଞ୍ଚଳର ଲୋକେ ଖାଦ୍ୟ ପ୍ରସ୍ତୁତି ସମୟରେ ଭୃସଙ୍ଗ ପତ୍ରର ବ୍ୟବହାର କରୁଛନ୍ତି। ଆପଣ ଚିନ୍ତା କରୁଥିବେ କାହିଁକି? କାରଣ ଭୃସଙ୍ଗ ପତ୍ରରେ ଅସଂଖ୍ୟ ଗୁଣ ଭରି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।

Advertisment

ଏହି ପତ୍ରର ସ୍ୱାଦ କଡ଼ା ଲାଗିଲେ ମଧ୍ୟ ଏହାକୁ ଖାଇବା ପ୍ଲେଟରୁ ନ ଫୋପାଡି ଖାଅନ୍ତୁ। ଏହା ଆପଣଙ୍କ କେଶ ଓ ତ୍ୱଚା ପାଇଁ ଖୁବ୍ ଲାଭକାରୀ। ଏହା ବିଭିନ୍ନ ରୋଗରୁ ଆମକୁ ରକ୍ଷା ମଧ୍ୟ କରିଥାଏ।

ଅଧିକ ମଦ ପିଇବା ଦ୍ୱାରା ଆପଣଙ୍କ ଲିଭର୍‌ ନଷ୍ଟ ହେବାକୁ ଯାଉଛି ତେବେ ଖାଦ୍ୟରେ ଭୃସଙ୍ଗ ପତ୍ରର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଯଦି ଆପଣ ଭୃସଙ୍ଗପତ୍ର ଖାଉଛନ୍ତି ତେବେ ସେଥିରେ ଥିବା ଭିଟାମିନ୍ ଏ ଓ  ସି ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Advertisment

ଏହି ପତ୍ରରେ ଫାଇବର ଥିବାରୁ ରକ୍ତରେ ଇନ୍‌ସୁଲିନ୍‌କୁ ପ୍ରଭାବିତ କରି ବ୍ଲଡ୍‌ ସୁଗାର ମାତ୍ରାକୁ କମ୍ କରିଥାଏ। କେବଳ ସେତିକି ନୁହେଁ ଏହି ପତ୍ର ଖାଇବା ଦ୍ୱାରା ହଜମ ଶକ୍ତି ବଢ଼ାଇବା ସହ ଓଜନ ହ୍ରାସ କରିଥାଏ। ତେଣୁ ମଧୁମେହ ଓ ଓଜନ ବୃଦ୍ଧି ପାଉଥିବା ଲୋକେ ଏହି ପତ୍ର ଖାଇବା ଆବଶ୍ୟକ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ବ୍ଲଡ୍‌ରେ କୋଲେଷ୍ଟ୍ରରଲ୍‌ ମାତ୍ରା କମ୍ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।  ଏହା ବ୍ଲଡ୍‌ରେ ଗୁଡ୍‌ କୋଲେଷ୍ଟ୍ରରଲ୍ ମାତ୍ରା ବୃଦ୍ଧି କରି ହୃଦୟ ସମ୍ପର୍କିତ ରୋଗରୁ ଆମକୁ ରକ୍ଷା କରିଥାଏ।

ରିପୋର୍ଟ ଓ ଫଟୋ- ଖାସ୍‌ଖବର