Advertisment

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ। ତା’ହେଲେ ଏ ସମସ୍ୟାରୁ ମୁକ୍ତି ପାଇବାର ଉପାୟ କ’ଣ? ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ। ୧. ପିଆଜରୁ ଚୋପା ଛଡ଼ାଇ ଏହାକୁ ଅଧଘଣ୍ଟା […]

author-image
Puspanjali Panda
ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

onion2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ। ତା’ହେଲେ ଏ ସମସ୍ୟାରୁ ମୁକ୍ତି ପାଇବାର ଉପାୟ କ’ଣ? ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ।

Advertisment

୧. ପିଆଜରୁ ଚୋପା ଛଡ଼ାଇ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ପାଣିରେ ପକାଇ ରଖନ୍ତୁ। ଏହାପରେ କାଟିଲେ ଆଉ ଆଖି ଜଳିବ ନାହିଁ। ତେବେ ପାଣିରୁ କାଢ଼ିବା ପରେ ପିଆଜକୁ ସାବଧାନତାର ସହ କାଟନ୍ତୁ।

୨. ଯଦି ଘରେ ଭିନେଗାର୍‌ ଅଛି, ତା’ହେଲେ ପିଆଜରୁ ଚୋପା ଛଡ଼ାଇ କିଛି ସମୟ ସେଥିରେ ବୁଡ଼ାଇ ରଖନ୍ତୁ। ଏହା ପରେ ପିଆଜକୁ କାଟିଲେ ଆଖିରେ ଜଳାପୋଡ଼ା ହେବନି କି ଲୁହ ବାହାରିବନି।

Advertisment

୩. ପିଆଜରୁ ଚୋପା ଛଡ଼ାଇ କିଛି ସମୟ ଫ୍ରିଜ୍‌ରେ ରଖି ଦିଅନ୍ତୁ ଓ ତା’ପରେ କାଟନ୍ତୁ। ତେବେ ଏହି ଉପାୟରେ ଟିକେ ସମସ୍ୟା ରହିଛି। ଫ୍ରିଜ୍‌ରୁ ପିଆଜ ଗନ୍ଧ ଆସିବାର ସମ୍ଭାବନା ରହିଛି।