ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ। ତା’ହେଲେ ଏ ସମସ୍ୟାରୁ ମୁକ୍ତି ପାଇବାର ଉପାୟ କ’ଣ? ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ। ୧. ପିଆଜରୁ ଚୋପା ଛଡ଼ାଇ ଏହାକୁ ଅଧଘଣ୍ଟା […]

onion2

onion2

Puspanjali Panda
  • Published: Tuesday, 29 October 2019
  • Updated: 29 October 2019, 01:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ। ତା’ହେଲେ ଏ ସମସ୍ୟାରୁ ମୁକ୍ତି ପାଇବାର ଉପାୟ କ’ଣ? ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ।

୧. ପିଆଜରୁ ଚୋପା ଛଡ଼ାଇ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ପାଣିରେ ପକାଇ ରଖନ୍ତୁ। ଏହାପରେ କାଟିଲେ ଆଉ ଆଖି ଜଳିବ ନାହିଁ। ତେବେ ପାଣିରୁ କାଢ଼ିବା ପରେ ପିଆଜକୁ ସାବଧାନତାର ସହ କାଟନ୍ତୁ।

୨. ଯଦି ଘରେ ଭିନେଗାର୍‌ ଅଛି, ତା’ହେଲେ ପିଆଜରୁ ଚୋପା ଛଡ଼ାଇ କିଛି ସମୟ ସେଥିରେ ବୁଡ଼ାଇ ରଖନ୍ତୁ। ଏହା ପରେ ପିଆଜକୁ କାଟିଲେ ଆଖିରେ ଜଳାପୋଡ଼ା ହେବନି କି ଲୁହ ବାହାରିବନି।

୩. ପିଆଜରୁ ଚୋପା ଛଡ଼ାଇ କିଛି ସମୟ ଫ୍ରିଜ୍‌ରେ ରଖି ଦିଅନ୍ତୁ ଓ ତା’ପରେ କାଟନ୍ତୁ। ତେବେ ଏହି ଉପାୟରେ ଟିକେ ସମସ୍ୟା ରହିଛି। ଫ୍ରିଜ୍‌ରୁ ପିଆଜ ଗନ୍ଧ ଆସିବାର ସମ୍ଭାବନା ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos