Advertisment

ଧନ ବଢ଼ାଇବାକୁ ଚାହୁଁଛନ୍ତି କି? ଶୁକ୍ରବାର ଆପଣାନ୍ତୁ ତିନୋଟି ଉପାୟ

ଟଙ୍କା କାହାକୁ ଅବା ଦରକାର ନାହିଁ।  ସମସ୍ତେ ଚାହାଁନ୍ତି ଧନୀ ହେବାକୁ। ସେଥିପାଇଁ କରିଥାନ୍ତି ଅକ୍ଳାନ୍ତ ପରିଶ୍ରମ। କିନ୍ତୁ ଧନୀ ହେବାକୁ ହେଲେ ପରିଶ୍ରମ ସହ କିଛି ଧାର୍ମିକ କାର୍ଯ୍ୟ କରିବା ମଧ୍ୟ ଜରୁରୀ ହୋଇଥାଏ ଯାହା ଦ୍ୱାରା ଆପଣ ଅଧିକ ଲାଭବାନ ହୋଇପାରିବେ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଧନ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତା’ହେଲେ ନିମ୍ନଲିଖିତ ଉପାୟ ଗୁଡ଼ିକୁ ଅବଲମ୍ବନ କରନ୍ତୁ। ଯେକୌଣସି ମାସର ପ୍ରଥମ ଶୁକ୍ଳ ପକ୍ଷରେ […]

author-image
Rakesh Mallick
ଧନ ବଢ଼ାଇବାକୁ ଚାହୁଁଛନ୍ତି କି? ଶୁକ୍ରବାର ଆପଣାନ୍ତୁ ତିନୋଟି ଉପାୟ

rich

ଟଙ୍କା କାହାକୁ ଅବା ଦରକାର ନାହିଁ।  ସମସ୍ତେ ଚାହାଁନ୍ତି ଧନୀ ହେବାକୁ। ସେଥିପାଇଁ କରିଥାନ୍ତି ଅକ୍ଳାନ୍ତ ପରିଶ୍ରମ। କିନ୍ତୁ ଧନୀ ହେବାକୁ ହେଲେ ପରିଶ୍ରମ ସହ କିଛି ଧାର୍ମିକ କାର୍ଯ୍ୟ କରିବା ମଧ୍ୟ ଜରୁରୀ ହୋଇଥାଏ ଯାହା ଦ୍ୱାରା ଆପଣ ଅଧିକ ଲାଭବାନ ହୋଇପାରିବେ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଧନ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତା’ହେଲେ ନିମ୍ନଲିଖିତ ଉପାୟ ଗୁଡ଼ିକୁ ଅବଲମ୍ବନ କରନ୍ତୁ।

Advertisment
  • ଯେକୌଣସି ମାସର ପ୍ରଥମ ଶୁକ୍ଳ ପକ୍ଷରେ ନିୟମିତ ଭାବେ ତିନୋଟି ଶୁକ୍ରବାର ବ୍ରତ ରଖନ୍ତୁ। ପ୍ରତ୍ୟେକ ଦିନ ଗାଧୋଇ ସାରି ନିଜ ଘରର ପୂଜା ସ୍ଥାନରେ ଘିଅ ଦୀପ ଲଗାନ୍ତୁ ଓ ମହାଲକ୍ଷ୍ମୀଙ୍କ ପାଖରେ ମିଶିରି ଏବଂ କ୍ଷୀର ଭୋଗ ଲଗାନ୍ତୁ। ଶୁଭ ଫଳ ପାଇବେ।
  • ଓଁ ଶ୍ରୀ ଶ୍ରୀୟେ ନମ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ତା’ପରେ ୭ ବର୍ଷ ବୟସରୁ କମ୍ ଝିଅଙ୍କୁ ଶ୍ରଦ୍ଧାର ସହ ଭୋଜନ କରାଇବା ସହ ସେଥିରେ ମିଶିରି ଓ କ୍ଷୀରି ନିହାତି ଦିଅନ୍ତୁ। ଏମିତି କରିବା ଦ୍ୱାରା ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
  • ପ୍ରତ୍ୟେକ ଶୁକ୍ରବାର ଲାଲ କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ। ହାତରେ ଚାନ୍ଦିର ମୁଦି କିମ୍ବା କଡ଼ା ପିନ୍ଧି ଚାଉଳ ଓ ଚିନିକୁ କୌଣସି ଯୋଗ୍ୟ ବ୍ରାହ୍ମଣକୁ ଦାନ କରନ୍ତୁ।