Advertisment

ଘରେ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ୍‌ ଦହି ଚିକେନ୍‌

ଆବଶ୍ୟକ ସାମଗ୍ରୀ ଚିକେନ୍‌, ଦହି, ତେଲ, ଜିରା, ତେଜପତ୍ର, ଗୋଲ ମରିଚ, ଲବଙ୍ଗ, ଅଦା ରସୁଣ ପେଷ୍ଟ, ପିଆଜ, ଲୁଣ, କଞ୍ଚା ଲଙ୍କା, ଟମାଟୋ, ମଇଦା, ଧନିଆ ପାଉଡର୍‌, ଜିରା ପାଉଡର୍‌, କସ୍ତୁରି ମେଥି, ପାଣି, ଧନିଆ ପତ୍ର ଏବଂ ଗରମ ମସଲା। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଜିରା, ତେଜପତ୍ର, ଗୋଲମରିଚ ଓ ଲବଙ୍ଗ ପକାଇ କିଛି ସମୟ ଭାଜନ୍ତୁ। ଏହା […]

author-image
Rosalin Rath
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ୍‌ ଦହି ଚିକେନ୍‌

d11

ଆବଶ୍ୟକ ସାମଗ୍ରୀ

ଚିକେନ୍‌, ଦହି, ତେଲ, ଜିରା, ତେଜପତ୍ର, ଗୋଲ ମରିଚ, ଲବଙ୍ଗ, ଅଦା ରସୁଣ ପେଷ୍ଟ, ପିଆଜ, ଲୁଣ, କଞ୍ଚା ଲଙ୍କା, ଟମାଟୋ, ମଇଦା, ଧନିଆ ପାଉଡର୍‌, ଜିରା ପାଉଡର୍‌, କସ୍ତୁରି ମେଥି, ପାଣି, ଧନିଆ ପତ୍ର ଏବଂ ଗରମ ମସଲା।

Advertisment

ପ୍ରସ୍ତୁତି ପ୍ରଣାଳୀ

publive-image

ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଜିରା, ତେଜପତ୍ର, ଗୋଲମରିଚ ଓ ଲବଙ୍ଗ ପକାଇ କିଛି ସମୟ ଭାଜନ୍ତୁ। ଏହା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ୍ ପକାଇ ଭଲରେ କଷନ୍ତୁ। କିଛି ସମୟ ପରେ କଟା ପିଆଜ ପକାନ୍ତୁ।  ପିଆଜ ଟିକେ ସିଝି ଆସିଲେ ପରେ ଏଥିରେ ଲୁଣ, କଞ୍ଚା ଲଙ୍କା, ଟମାଟୋ ଏବଂ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଏଗୁଡ଼ିକୁ ଟିକେ ସିଝିବାକୁ ଛାଡ଼ି ଦିଅନ୍ତୁ। publive-image

ମସଲା ସିଝି ଗଲା ପରେ ଚିକେନ୍‌କୁ ମଇଦାରେ ଗୋଳାଇ ଏଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ଦହି ପକାନ୍ତୁ। ‘ଦହି ଚିକେନ୍‌’ ହୋଇଥିବାରୁ ଏଥିରେ ଦହିର ମାତ୍ରା ଅଧିକ ରହିବ। ଏବେ ଚିକେନ୍‌ରେ ପାଣି ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ।

Advertisment

ଚିକେନ୍ ସିଝି ଗଲା ପରେ ସେଥିରେ ଧନିଆ ପାଉଡର୍‌, ଜିରା ପାଉଡର୍‌, କସ୍ତୁରି ମେଥି, ଧନିଆ ପତ୍ର ଏବଂ ଶେଷରେ ଗରମ ମସଲା ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଦହି ଚିକେନ୍। ଏହାକୁ ଆପଣ ରୁଟି ସହିତ ଖାଇ ପାରିବେ।