Advertisment

ଘରେ ପ୍ରସ୍ତୁତ କରନ୍ତୁ ଦହି ପନିର

ଆବଶ୍ୟକ ସାମଗ୍ରୀ: ପନିର, ଦହି, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ତେଲ, କସ୍ତୁରି ମେଥି, କାଜୁ, ଧନିଆ ପାଉଡର, କଞ୍ଚାଲଙ୍କା, କ୍ରିମ, ପୁଦିନା ପତ୍ର ,ଧନିଆ ପତ୍ର, ଗୁଜୁରାତି, କାଜୁ ପେଷ୍ଟ, ଲୁଣ, କଟା ଅଦା,  ଶୁଖିଲା ଲଙ୍କା । ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ପନିରକୁ ଏକ ପାତ୍ରରେ ଛୋଟ ଛୋଟ ଖଣ୍ଡ  କରି  କାଟି ରଖନ୍ତୁ। ଏହାପରେ ଏକ ପାତ୍ରରେ ରିଫାଇନ୍‌ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ କସ୍ତୁରି ମେଥିକୁ ମିଶାଇ ଏକ ଘୋଳ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ  ଦହି ପନିର

Dahi paneer

Advertisment

ଆବଶ୍ୟକ ସାମଗ୍ରୀ:ପନିର, ଦହି, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ତେଲ, କସ୍ତୁରି ମେଥି, କାଜୁ, ଧନିଆ ପାଉଡର, କଞ୍ଚାଲଙ୍କା, କ୍ରିମ, ପୁଦିନା ପତ୍ର ,ଧନିଆ ପତ୍ର, ଗୁଜୁରାତି, କାଜୁ ପେଷ୍ଟ, ଲୁଣ, କଟା ଅଦା,  ଶୁଖିଲା ଲଙ୍କା ।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ପନିରକୁ ଏକ ପାତ୍ରରେ ଛୋଟ ଛୋଟ ଖଣ୍ଡ  କରି  କାଟି ରଖନ୍ତୁ। ଏହାପରେ ଏକ ପାତ୍ରରେ ରିଫାଇନ୍‌ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ କସ୍ତୁରି ମେଥିକୁ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ସେଥିରେ କଟା ପନିରକୁ ଭଲ ଭାବେ ଗୋଳାଇ ମ୍ୟାରିନେଟ୍‌ କରି ଦିଅନ୍ତୁ। ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ପନିରକୁ ହାଲକା ଫ୍ରାଏ କରି ଦିଅନ୍ତୁ।  ପନିର ଫ୍ରାଏ ହେବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପରେ ପ୍ୟାନରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବା ପରେ ସେଥିରେ ଶୁଖିଲା ଲଙ୍କା, ଛୋଟ ଛୋଟ ହୋଇ କଟା ହୋଇଥିବା ଅଦା ଓ ଗୁଜୁରାତିକୁ ପକାଇ ଦିଅନ୍ତୁ।  ତା’ପରେ  ସେଥିରେ ଅଳ୍ପ ପାଣି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଦହି ନେଇ ସେଥିରେ ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପାଉଡର ଓ କାଜୁ ପେଷ୍ଟକୁ ଭଲ ଭାବେ ମିଶାନ୍ତୁ।ଏହି ମିଶ୍ରଣକୁ ପ୍ୟାନରେ ପକାଇ ଗୋଳାଇ ଦିଅନ୍ତୁ।

Advertisment

ଏହାପରେ ମସଲା ଭଲ ଭାବେ କଷି ହେବା ପରେ ସେଥିରେ ସ୍ୱାଦ ଅନୁସାରେ  ଲୁଣ ଓ କଞ୍ଚାଲଙ୍କା  ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ପାଣି ଦେଇ ଅଳ୍ପ ସମୟ ପାଇଁ ଫୁଟାନ୍ତୁ। ଏହା ପରେ ଗ୍ୟାସକୁ  ବନ୍ଦ କରି ଦିଅନ୍ତୁ। ତା’ ପରେ କ୍ରିମ, କଟା ପୁଦିନା ଓ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ‘ଦହି ପନିର’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe