Advertisment

ପ୍ରତିଦିନ ଜୁସ୍ ପିଉଛନ୍ତି କି? ସାବଧାନ!

ଆମେ ସମସ୍ତେ ପ୍ରାୟ ଫଳ ରସ ବା ଫ୍ରୁଟ୍ ଜୁସ୍ ପିଇବାକୁ ଭଲ ପାଇଥାନ୍ତି। କିଛି ଲୋକଙ୍କର ପ୍ରତିଦିନ ସକାଳେ ଜୁସ୍ ପିଇବାର ଅଭ୍ୟାସ ରହିଥାଏ। କାରଣ ଜୁସ୍ ପିଇଲେ ଶରୀର ତାଜା ଓ ସତେଜ ରହିଥାଏ। ଆଜିକାଲିର ବ୍ୟସ୍ତ ଜୀବନରେ ସମସ୍ତେ ଫଳଗୁଡିକୁ ଗୋଟା ଖାଇବା ଅପେକ୍ଷା ଫଳର ଜୁସ୍ ପିଇବାକୁ ପସନ୍ଦ କରୁଛନ୍ତି। ହେଲେ ଆପଣ ଜାଣନ୍ତି କି କିଛି ଏପରି ଫଳ ଅଛି ଯାହାର ଜୁସ୍ ସବୁଦିନ ପିଇବା ଶରୀର ପାଇଁ କ୍ଷତିକାରକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପ୍ରତିଦିନ ଜୁସ୍ ପିଉଛନ୍ତି କି? ସାବଧାନ!

ଆମେ ସମସ୍ତେ ପ୍ରାୟ ଫଳ ରସ ବା ଫ୍ରୁଟ୍ ଜୁସ୍ ପିଇବାକୁ ଭଲ ପାଇଥାନ୍ତି। କିଛି ଲୋକଙ୍କର ପ୍ରତିଦିନ ସକାଳେ ଜୁସ୍ ପିଇବାର ଅଭ୍ୟାସ ରହିଥାଏ। କାରଣ ଜୁସ୍ ପିଇଲେ ଶରୀର ତାଜା ଓ ସତେଜ ରହିଥାଏ। ଆଜିକାଲିର ବ୍ୟସ୍ତ ଜୀବନରେ ସମସ୍ତେ ଫଳଗୁଡିକୁ ଗୋଟା ଖାଇବା ଅପେକ୍ଷା ଫଳର ଜୁସ୍ ପିଇବାକୁ ପସନ୍ଦ କରୁଛନ୍ତି। ହେଲେ ଆପଣ ଜାଣନ୍ତି କି କିଛି ଏପରି ଫଳ ଅଛି ଯାହାର ଜୁସ୍ ସବୁଦିନ ପିଇବା ଶରୀର ପାଇଁ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା କିଛି ଏପରି ଫଳର ନାଁ ଯାହାକୁ ପ୍ରତିଦିନ ଜୁସ୍ କରି ପିଇବା ଶରୀର ପାଇଁ କ୍ଷତିକାରକ।

Advertisment

କଲରା

ସାଧାରଣତ ଡାଏବେଟିସ୍‌ ରୋଗୀ କଲରା ଜୁସ୍‌ ପିଇଥାନ୍ତି। ଏହାର ତିକ୍ତତା ଶରୀରରେ ସୁଗାର ମାତ୍ରା କମ କରିଥାଏ। ହେଲେ ପ୍ରତିଦିନ ଏହାର ସେବନ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। କାରଣ ଏହାକୁ ଅତ୍ୟଧିକ ସେବନ କରିବା ଦ୍ୱାରା ହିମୋଲାଇଟିକ୍‌ ଏନିମିୟା ହୋଇପାରେ। ଯାହାଦ୍ୱାରା ମୁଣ୍ଡ ବିନ୍ଧା, ପେଟ ବିନ୍ଧା ଓ ଜ୍ୱର ପରି ସମସ୍ୟା ଦେଖାଦେଇଥାଏ।

ଆଖୁ

ମାତ୍ର ଏକ ଗ୍ଲାସ୍ ଆଖୁରସ ଆପଣଙ୍କ ଶରୀରରେ ସୁଗାର ମାତ୍ରା ଅନେକ ବଢାଇ ଦେଇଥାଏ। ତେଣୁ ପ୍ରତିଦିନ ଆଖୁରସ ପାନରୁ ଦୂରେଇ ରୁହନ୍ତୁ।

Advertisment

ଡାଳିମ୍ବ

ଡାଳିମ୍ବ ଶରୀର ପାଇଁ ଲାଭଦାୟକ। ହେଲେ ଢାଳିମ୍ବର ମଞ୍ଜି ସବୁଠାରୁ ଅଧିକ ଲାଭଦାୟକ। ଡାଳିମ୍ବ ମଞ୍ଜି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ । ତେଣୁ ଡାଳିମ୍ବର ଜୁସ୍ ନ ପିଇ ଏହାର ଦାନା ଗୁଡିକୁ ଖାଆନ୍ତୁ।

କମଳା

କମଳାରେ  ଅଧିକ ମାତ୍ରାରେ ଭିଟାମିନ୍‌ ସି ରହିଥାଏ। ଏହାକୁ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ତେଣୁ କମଳାକୁ ଜୁସ ନ କରି କୋଷା କୋଷା କରି ଖାଇବାକୁ ଚେଷ୍ଟାକରନ୍ତୁ।