Advertisment

ରୁପିର ଲକ୍ଷଣ ଓ ଚିକିତ୍ସା ପଦ୍ଧତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୁପି ଏକ ସାଧାରଣ ସମସ୍ୟା। ଚର୍ମରେ ଯେଉଁଠାରେ ସିବାସିସ୍‌ ଗ୍ଲାଣ୍ଡ ଥାଏ, ସେଠାରେ ରୁପି ଦେଖାଦେଇଥାଏ। ଋତୁଚକ୍ର ପରି ରୁପି ବି ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା। କିନ୍ତୁ ଠିକ୍‌ ସମୟରେ ରୁପିର ଉପଚାର ନକଲେ, ଏହା କାନ, କପାଳ, ନାକ, ଭ୍ରୁଲତା ଓ ଗାଲ ଆଡ଼କୁ ମଧ୍ୟ ବ୍ୟାପି ଯାଇଥାଏ। ତେବେ ରୁପିର ଲକ୍ଷଣ ଓ ଏହା ଅଧିକ ଦିନ ରହିଲେ, ଏହାର ଚିକିତ୍ସା କିପରି କରିବେ, ଏ ବିଷୟରେ ଚର୍ମରୋଗ […]

ଅଦ୍ୟତନ ହୋଇଛି
ରୁପିର ଲକ୍ଷଣ ଓ ଚିକିତ୍ସା ପଦ୍ଧତି

rupi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୁପି ଏକ ସାଧାରଣ ସମସ୍ୟା। ଚର୍ମରେ ଯେଉଁଠାରେ ସିବାସିସ୍‌ ଗ୍ଲାଣ୍ଡ ଥାଏ, ସେଠାରେ ରୁପି ଦେଖାଦେଇଥାଏ। ଋତୁଚକ୍ର ପରି ରୁପି ବି ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା। କିନ୍ତୁ ଠିକ୍‌ ସମୟରେ ରୁପିର ଉପଚାର ନକଲେ, ଏହା କାନ, କପାଳ, ନାକ, ଭ୍ରୁଲତା ଓ ଗାଲ ଆଡ଼କୁ ମଧ୍ୟ ବ୍ୟାପି ଯାଇଥାଏ। ତେବେ ରୁପିର ଲକ୍ଷଣ ଓ ଏହା ଅଧିକ ଦିନ ରହିଲେ, ଏହାର ଚିକିତ୍ସା କିପରି କରିବେ, ଏ ବିଷୟରେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ବିନାୟକ ଚନ୍ଦ୍ର ଦ୍ୱାରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

Advertisment

ରୁପି କେତେ ପ୍ରକାରର ?

ଶୁଷ୍କ ରୁପି ଏବଂ ତେଲିଆ ରୁପି। ଶୁଖିଲା ରୁପିରେ ଛୋଟ ଛୋଟ ଆକାରରେ ବାହାରିଥାଏ। କିନ୍ତୁ ତେଲିଆ ରୁପିରେ ବକଳ ପରି ଖୋଳ ଛାଡ଼ିଥାଏ।

ଲକ୍ଷଣ

୧. ମୁଣ୍ଡରେ ଘା’ ହେବା

୨. ଲାଲ୍‌ ହୋଇ ଫଳିଯିବା

୩. କେଶ ଝଡ଼ିବା

୪. ମୁଣ୍ଡ ଗନ୍ଧ ହେବା

୫. ମୁଣ୍ଡ, କାନ, ବେକ ଓ କାନ୍ଧ ଉପରେ ଏହା ଦେଖାଯାଇଥାଏ।

କାରଣ

ବ୍ୟାକ୍ଟେରିଆଲ୍‌ ଇନ୍‌ଫେକସନ୍‌ କିମ୍ୱା ଫଙ୍ଗାଲ୍‌ ଇନଫେକସନ୍‌ ଦ୍ୱାରା ରୁପି ବ୍ୟାପିଥାଏ। ତେବେ ରୁପି ହେଲେ ଶରୀରକୁ କୌଣସି କ୍ଷତି ପହଞ୍ଚେ ନାହିଁ।

Advertisment

ଚିକିତ୍ସା ପଦ୍ଧତି

୧. ଔଷଧ ଖାଇଲେ ଏହା ଭଲ ହୋଇପାରିବ

୨. ବାହାର ସାମ୍ପୋ ବ୍ୟବହାର ନକରି ଆଣ୍ଟି ଫଙ୍ଗାଲ୍‌ ସାମ୍ପୋ ବ୍ୟବହାର କରନ୍ତୁ।

୩. ସପ୍ତାହରୁ ଦୁଇଥର ସାମ୍ପୋ କରନ୍ତୁ। ଯଦି ଅଧିକ ରୁପି ଅଛି, ତେବେ ଦିନେ ଛାଡ଼ି ଦିନେ ସାମ୍ପୋ କରନ୍ତୁ। ତେବେ ଏହିସବୁ ସାମ୍ପୋକୁ ଅଧିକ ସମୟ ମୁଣ୍ଡରେ ଲଗାଇ ରଖନ୍ତୁ ନାହିଁ। ଅଧିକ ସମୟ ରଖିଲେ, ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ରହିଥାଏ।

୪. ଯଦି ପାରୁଛନ୍ତି, ଲେମ୍ୱୁ କିମ୍ୱା ଅଣ୍ଡା ମାଧ୍ୟମରେ ଘରୋଇ ଉପଚାର କରିପାରିବେ। ତେବେ ଏସବୁ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe