ଜାଣନ୍ତୁ କାହିଁକି ତିଷ୍ଠି ନ ଥାଏ ଏହି ରାଶିର ଝିଅମାନଙ୍କ ପ୍ରେମ

କୁହାଯାଏ ପ୍ରେମ କିଛି ମାନି ନଥାଏ। ଯେଉଁଠି ଦୁଇଟି ହୃଦୟ ମିଶିଯାଏ ସେଠାରେ ପ୍ରେମକୁ କେହି ଅଟକାଇ ପାରି ନଥାନ୍ତି। ତେବେ ଆଜିକାଲି ପ୍ରେମର ପରିଭାଷାରେ ପରିବର୍ତ୍ତନ ଘଟିଛି। ବହୁତ ପିଲା ଗୁଣକୁ ଛାଡି ଚେହେରା ଦେଖି ପ୍ରେମ କରୁଛନ୍ତି। ଏପରି ସ୍ଥିତିରେ ଏହି ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠୁ ନାହିଁ। ବହୁ ସମୟରେ ପ୍ରେମିକ ପ୍ରତି ଯୁବତୀଙ୍କ ବ୍ୟବହାର ଅତ୍ୟନ୍ତ ଖରାପ ହୋଇଥାଏ। ନିଜ ପ୍ରେମ ସମ୍ପର୍କକୁ ଭାଙ୍ଗିବାକୁ ଇଚ୍ଛା ନଥିଲେ ମଧ୍ୟ ଯୁବତୀଙ୍କ […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 05:01 AM IST

କୁହାଯାଏ ପ୍ରେମ କିଛି ମାନି ନଥାଏ। ଯେଉଁଠି ଦୁଇଟି ହୃଦୟ ମିଶିଯାଏ ସେଠାରେ ପ୍ରେମକୁ କେହି ଅଟକାଇ ପାରି ନଥାନ୍ତି। ତେବେ ଆଜିକାଲି ପ୍ରେମର ପରିଭାଷାରେ ପରିବର୍ତ୍ତନ ଘଟିଛି। ବହୁତ ପିଲା ଗୁଣକୁ ଛାଡି ଚେହେରା ଦେଖି ପ୍ରେମ କରୁଛନ୍ତି। ଏପରି ସ୍ଥିତିରେ ଏହି ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠୁ ନାହିଁ। ବହୁ ସମୟରେ ପ୍ରେମିକ ପ୍ରତି ଯୁବତୀଙ୍କ ବ୍ୟବହାର ଅତ୍ୟନ୍ତ ଖରାପ ହୋଇଥାଏ। ନିଜ ପ୍ରେମ ସମ୍ପର୍କକୁ ଭାଙ୍ଗିବାକୁ ଇଚ୍ଛା ନଥିଲେ ମଧ୍ୟ ଯୁବତୀଙ୍କ ବ୍ୟବହାର ଏତେ ଖରାପ ହୋଇଯାଇଥାଏ ଯେ, ଯୁବକମାନେ ସେମାନଙ୍କଠାରୁ ଦୂରେଇ ଯିବାକୁ ଉଚିତ ମଣିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି ନିର୍ଦ୍ଦିଷ୍ଟ ରାଶିର ଯୁବତୀ ଏପରି ବ୍ୟବହାର କରିଥାନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର ଝିଅମାନେ ଏପରି ବ୍ୟବହାର କରିଥାନ୍ତି।

କୁମ୍ଭ: ଏହି ରାଶିର ଝିଅଙ୍କ ସ୍ୱଭାବ ଭଲ ହୋଇଥାଏ। କିନ୍ତୁ ଏମାନଙ୍କ ସହ କେହି କିଛି ଖରାପ କଲେ, ସମ୍ଭାଳିବା କାଠିକର ପାଠ ହୋଇଯାଇଥାଏ। ଏହି ରାଶିର ଝିଅମାନେ ବହୁତ ଚାଲାକ ହୋଇଥାନ୍ତି। କଥା ଚାତୁରୀରେ ଏମାନେ ଅନ୍ୟଙ୍କୁ ସହଜରେ ନିଜ ଆଡକୁ ଆକର୍ଷିତ କରିପାରନ୍ତି। ହେଲେ ଥରେ ଏମାନଙ୍କ ମୁଣ୍ଡ ବିଗିଡି ଗଲେ, ସମ୍ପର୍କ ଆଗକୁ ବଢାଇବା ଆଉ ସମ୍ଭବ ହୋଇ ନଥାଏ।

ସିଂହ: ଏହି ରାଶିର ଝିଅମାନେ ନିଜ ପ୍ରେମକୁ ପାଇବାକୁ ଯେକୌଣସି ସ୍ତରକୁ ଯାଇପାରନ୍ତି। ପ୍ରେମ ମାମଲାରେ ଏମାନଙ୍କୁ ସାଇକୋ କୁହାଯାଇଥାଏ। ପ୍ରେମିକ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁରୁତ୍ୱ ଦିଅନ୍ତୁ ବୋଲି ଚାହିଁଥାନ୍ତି। ଯଦି ସେମାନେ ଭାବନ୍ତି ପ୍ରେମିକ ତାଙ୍କୁ ଗୁରୁତ୍ୱ ଦେଉନାହିଁ ତେବେ ସେ ତାଣ୍ଡବ ସୃଷ୍ଟି କରନ୍ତି। ଯାହା ଶେଷରେ ବ୍ରେକ୍‌ଅପର କାରଣ ପାଲଟିଥାଏ।

ବିଚ୍ଛା: ଏହି ରାଶିର ଯୁବତୀମାନେ ବହୁତ ରାଗି ହୋଇଥାନ୍ତି। ଯେକୌଣସି ସମୟରେ ଏମାନେ ରାଗି ଯାଇଥାନ୍ତି, ଯାହାର ଶିକାର ପ୍ରେମିକମାନେ ହୋଇଥାନ୍ତି। ଏମାନେ ଉଦାସୀନ ସ୍ୱଭାବର ହୋଇଥାନ୍ତି। ପ୍ରେମିକଙ୍କୁ ସେମାନଙ୍କ ସାଙ୍ଗମାନଙ୍କଠାରୁ ଦୂରେଇ ରଖିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଯାହା ଏମାନଙ୍କ ପ୍ରେମ ବିଚ୍ଛେଦର କାରଣ ପାଲଟି ଥାଏ।

ମୀନ: ଏହି ରାଶିର ଝିଅମାନଙ୍କୁ ବୁଝିବା ଭାରି କଷ୍ଟ।। ଥରେ ରାଗି ଗଲେ ନିଜକୁ ବି କ୍ଷତି ପହଞ୍ଚାବାକୁ ପଛାଇ ନଥାନ୍ତି। ରାଗରେ ଏମାନେ ଯାହା ମନକୁ ଆସେ କରି ବସନ୍ତି। ଏପରି ସ୍ଥିତିରେ ଏମାନଙ୍କ ସହ ଅଧିକ ଦିନ ପ୍ରେମ ସମ୍ପର୍କ ରଖିବା ପୁଅମାନଙ୍କ ପକ୍ଷେ ଅସମ୍ଭବ ହୋଇଥାଏ।

 

Related story