Advertisment

ଆଖିରେ କୃତ୍ରିମ ଆଇଲାସେସ୍‌ କରିପାରେ କ୍ଷତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ବହୁତ ଝିଅଙ୍କୁ ଦେଖିଥିବେ, ଯେଉଁମାନେ ଆଖିରେ ନକଲି ପଲକ ବା ଭୃଲତା ଲଗାଇବା ପାଇଁ ପସନ୍ଦ କରିଥାନ୍ତି। ସେମାନେ ନିଜ ଆଖିର ସୁନ୍ଦରତା ବଢ଼ାଇବା ପାଇଁ ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ଏପରି କରିଥାନ୍ତି। ଆପଣ ଏମିତି କରନ୍ତି କି? ଯଦି କରୁଛନ୍ତି ତା ହେଲେ ସାବଧାନ ହୋଇଯାଆନ୍ତୁ, କାରଣ ଏମିତି କରିବା ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ଅବଶ୍ୟ କିଛି ଝିଅଙ୍କ ଆଖି ପତାରେ ଅଧିକ କେଶ ରହିଥାଏ ଏବଂ ସେମାନଙ୍କୁ […]

ଅଦ୍ୟତନ ହୋଇଛି
ଆଖିରେ କୃତ୍ରିମ ଆଇଲାସେସ୍‌ କରିପାରେ କ୍ଷତି

y

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ବହୁତ ଝିଅଙ୍କୁ ଦେଖିଥିବେ, ଯେଉଁମାନେ ଆଖିରେ ନକଲି ପଲକ ବା ଭୃଲତା ଲଗାଇବା ପାଇଁ ପସନ୍ଦ କରିଥାନ୍ତି। ସେମାନେ ନିଜ ଆଖିର ସୁନ୍ଦରତା ବଢ଼ାଇବା ପାଇଁ ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ଏପରି କରିଥାନ୍ତି। ଆପଣ ଏମିତି କରନ୍ତି କି? ଯଦି କରୁଛନ୍ତି ତା ହେଲେ ସାବଧାନ ହୋଇଯାଆନ୍ତୁ, କାରଣ ଏମିତି କରିବା ଆପଣଙ୍କ ପାଇଁ ହାନିକାରକ ହୋଇପାରେ।

Advertisment

ଅବଶ୍ୟ କିଛି ଝିଅଙ୍କ ଆଖି ପତାରେ ଅଧିକ କେଶ ରହିଥାଏ ଏବଂ ସେମାନଙ୍କୁ ଏପରି କରିବାର କୌଣସି ଆବଶ୍ୟକତା ନ ଥାଏ। କିନ୍ତୁ କିଛି ଝିଅଙ୍କ ଆଖିରେ କମ୍ କେଶ ରହିଥିବା ଯୋଗୁ ସେମାନେ ଆଇଲାସେସ୍‌ ବା ପଲକ ଲଗାଇବା ପାଇଁ ବାଧ୍ୟ ହୋଇଥାନ୍ତି। ଅଧିକାଂଶ ଅଭିନେତ୍ରୀଙ୍କ କ୍ଷେତ୍ରରେ ଏପରି ପଲକ ଲଗାଇବାର ଦେଖାଯାଇଥାଏ।

କିନ୍ତୁ ସୁନ୍ଦର ଦେଖାଯିବା ପାଇଁ ଆପଣ ଲଗାଉଥିବା ଆଇଲାସେସ୍‌ ଯେ, ଆପଣଙ୍କୁ ବିପଦରେ ପକାଇପାରେ ସେ ବିଷୟରେ ବହୁତ୍‌ କମ୍‌ ଲୋକଙ୍କୁ ଜଣାଛନ୍ତି।
ସବୁ ଜିନିଷର କିଛି ଭଲ ଗୁଣ ରହିବା ସହିତ ଖରାପ ଗୁଣ ମଧ୍ୟ ରହିଛି। ସେହିପରି ଆଇଲାସେସ୍‌ର ମଧ୍ୟ ଖରାପ ଗୁଣ ରହିଅଛି। ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ଆଖିରେ ଆଲର୍ଜି ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଆଖିରେ ଆଇଲାସେସ୍‌ ଲଗାଇବା ଯୋଗୁ କେଉଁ କ୍ଷତି ହୋଇଥାଏ।

Advertisment

ନକଲି ଆଇଲାସେସ୍‌ ଆପଣଙ୍କ ଆଖିକୁ ମଇଳା ଆସିବାକୁ ଦିଏନାହିଁ, ଏହା ସତ। କିନ୍ତୁ ଏହା ଦ୍ୱାରା ଆପଣ ନିଜର ପ୍ରାକୃତିକ ଆଇଲାସେସ୍‌ଠାରୁ ଦୂରେଇ ରହିଥାନ୍ତି। ଅନେକ ସମୟରେ ଏପରି ପରିସ୍ଥିତି ହୋଇଥାଏ ଯେ, ଆପଣଙ୍କ ଆଇସାସେସ୍‌ ଝଡ଼ିବାକୁ ଆରମ୍ଭ କରେ ଏବଂ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହୋଇଥାନ୍ତି।  ଯଦି ଆପଣଙ୍କ ଆଖିରେ କେଶ ଝଡ଼ିବାକୁ ଆରମ୍ଭ ହୁଏ, ତେବେ ଆପଣଙ୍କ ଆଖି ପତାରେ ବ୍ୟାକ୍ଟେରିଆ ସୃଷ୍ଟି ହେବା ସହଜ ହୋଇଥାଏ। ଏହାର କାରଣ ବଜାରରେ ମିଳୁଥିବା ଆଇଲାସେସ୍‌ର କେମିକାଲ୍ । ଯାହାର ପ୍ରଭାବ ଆପଣଙ୍କ ଆଖି ଉପରେ ପଡ଼ିବା ଦ୍ୱାରା ଇନ୍‌ଫେକ୍‌ସନ୍‌ ହୋଇଥାଏ।
ଆଖିରେ ଅଧିକ ମେକ୍‌ଅପ୍‌ ନେବା ପରେ ଆଖି ଜଳାପୋଡ଼ା ହେବା ସହିତ ଏକ ସମସ୍ୟା ସୃଷ୍ଟି ହୋଇଥାଏ, ଯାହାର ନାମ ହେଉଛି (madarosis)। ଏହା ଆଖି ପତା ଝଡ଼ିବା ଜନିତ ଏକ ରୋଗ।
ଏହା ସହିତ ନକଲି ଆଇଲାସେସ୍‌ ଆପଣଙ୍କ ପ୍ରାକୃତିକ ଆଇଲାସେସ୍‌କୁ କ୍ଷତି ମଧ୍ୟ ପହଞ୍ଚାଇଥାଏ।
ମେକଅପ୍‌ ପରେ ଆପଣ ଯେବେ ଏହି ଆଇଲାସେସ୍‌କୁ ବାହାର କରିଥାନ୍ତି, ସେହି ସମୟରେ ଆପଣଙ୍କ ଆଖିପତା ଭିଡ଼ି ହୋଇ କେଶ ମଧ୍ୟ ଝଡ଼ି ଯାଇଥାଏ।
ଆଖିପତାକୁ ସୁସ୍ଥ କିପରି ରଖିବେ, ଜାଣନ୍ତୁ
ଶୋଇବାକୁ ଯିବା ପୂର୍ବରୁ ମେକଅପ୍‌ ସଫା କରନ୍ତୁ। ଏଥିରେ ରହିଥିବା କେମିକାଲ୍‌ ଆପଣଙ୍କ ଆଖିକୁ ଇନ୍‌ଫେକ୍‌ସନ୍‌ କରିଥାଏ।
ଆପଣ ନିଜ ମୁଣ୍ଡ କେଶକୁ ଧୋଇବା ପରି ଆଇଲାସେସ୍‌କୁ ମଧ୍ୟ ଧୁଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଆଖି ପତାରେ ରକ୍ତ ସଂଞ୍ଚାଳନ ହୋଇଥାଏ ଏବଂ କେଶ ବୃଦ୍ଧି ପାଇଥାଏ।
ଯେତେ ସମ୍ଭବ କମ୍‌ ପରିମାଣର ଆଇଲାସେସ୍‌ ବ୍ୟବହାର କରନ୍ତୁ।

ଭିଟାମିନ୍‌ ‘ଇ’ ଯୁକ୍ତ ତେଲକୁ ଆଖି ପତାରେ ଲଗାନ୍ତୁ। ଏହା ଆପଣଙ୍କ ଦୁର୍ବଳ ଆଖି ପତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ଏହା ସହିତ ଅଲିଭ୍‌ ଅଏଲ୍‌ ମଧ୍ୟ ଆପଣଙ୍କ ଆଖି ପତାର କେଶକୁ ବୃଦ୍ଧି କରିବା ସହିତ ମଶ୍ଚୁରାଇଜ୍‌ କରି ରଖିବାରେ ସାହାଯ୍ୟ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe