Advertisment

ଦାନ୍ତ ଚକ୍ ଚକ୍ କରିବାର ଘରୋଇ ଉପଚାର

ଭୁବନେଶ୍ୱର: ହସ ହସ ଚେହେରା ସମସ୍ତଙ୍କ ପସନ୍ଦ। ହେଲେ ଏହି ହସ ମୁହଁରେ ହଳଦିଆ ଦାନ୍ତ ଦେଖାଗଲେ କେମିତି ଲାଗିବ ଭାବିଲେ। ଯେଉଁ ମାନେ  ଅଧିକ ଧୂମପାନ, ଆଲକୋହଲ କିମ୍ୱା ଦାନ୍ତକୁ ଠିକ୍ ରୂପେ ସଫା ନକରନ୍ତି  ସେମାନଙ୍କ ଦାନ୍ତ ଧୀରେ ଧୀରେ ମଇଳା ହୋଇଯାଇଥାଏ। ଯଦି ଦାନ୍ତ ହଳଦିଆ ପଡୁଥାଏ ତେବେ ଚିନ୍ତା କରିବାର କିଛି କାରଣ ନାହିଁ। ମଇଳା ହୋଇଯାଇଥିବା ଦାନ୍ତକୁ ପୁଣି ଥରେ ସଫା କରିବାର ବିଭିନ୍ନ ଉପାୟ ଅଛି। ଦାନ୍ତ ସଫା […]

ଅଦ୍ୟତନ ହୋଇଛି
ଦାନ୍ତ ଚକ୍ ଚକ୍ କରିବାର ଘରୋଇ ଉପଚାର

Teeth

Advertisment

ଭୁବନେଶ୍ୱର: ହସ ହସ ଚେହେରା ସମସ୍ତଙ୍କ ପସନ୍ଦ। ହେଲେ ଏହି ହସ ମୁହଁରେ ହଳଦିଆ ଦାନ୍ତ ଦେଖାଗଲେ କେମିତି ଲାଗିବ ଭାବିଲେ। ଯେଉଁ ମାନେ  ଅଧିକ ଧୂମପାନ, ଆଲକୋହଲ କିମ୍ୱା ଦାନ୍ତକୁ ଠିକ୍ ରୂପେ ସଫା ନକରନ୍ତି  ସେମାନଙ୍କ ଦାନ୍ତ ଧୀରେ ଧୀରେ ମଇଳା ହୋଇଯାଇଥାଏ। ଯଦି ଦାନ୍ତ ହଳଦିଆ ପଡୁଥାଏ ତେବେ ଚିନ୍ତା କରିବାର କିଛି କାରଣ ନାହିଁ। ମଇଳା ହୋଇଯାଇଥିବା ଦାନ୍ତକୁ ପୁଣି ଥରେ ସଫା କରିବାର ବିଭିନ୍ନ ଉପାୟ ଅଛି। ଦାନ୍ତ ସଫା କରିବା କିଛି ଟିପ୍ସ ହେଲା...

Advertisment

ଷ୍ଟ୍ରବେରି, ଲେମ୍ୱୁ ଓ କମଳା ଏକ ପ୍ରକାର ପ୍ରାକୃତିକ ଭାଇଟାମିଙ୍ଗ୍ ଏଜେଣ୍ଟ । ଏହି ଫଳ ଗୁଡିକରେ ସାଇଟ୍ରିକ ଏସିଡ୍ ରହିଛି । ତେଣୁ ଏହାଦ୍ୱାରା ଦାନ୍ତ ମୂଳ ସଫା କଲେ ଦାନ୍ତର ସୌନ୍ଦର୍ଯ୍ୟ ଆସିବା ସହ ଦୁର୍ଗନ୍ଧରୁ ରକ୍ଷା ମିଳିଥାଏ।  ଯଦି ଆପଣ ସଫା ଦାନ୍ତ ଚାହୁଁଛନ୍ତି ତେବେ ଦିନକୁ ଦୁଇଥର ଦାନ୍ତକୁ ଲେମ୍ୱୁ ରସରେ ମାଲିସ କରନ୍ତୁ। ଦେଖିବେ ଦାନ୍ତ ସଫା ହୋଇଯିବ। ଦାନ୍ତକୁ କମଳା ଚୋପା ସହ ସ୍କ୍ରବ କରନ୍ତୁ। ଏହା ଏକ ଘରୋଇ ଉପଚାର। ସେହିପରି ଷ୍ଟ୍ରବେରି ଦ୍ୱାର ମଧ୍ୟ ଦାନ୍ତ ସଫା ହୋଇପାରିବ। କିଛି ଷ୍ଟ୍ରବେରିକୁ ନେଇ ଦାନ୍ତ ଉପରେ ଘସିଲେ ଦାନ୍ତ ଉଜ୍ଜଳ ହୋଇଥାଏ।

ବେକିଙ୍ଗ ସୋଢା ଏକ ପ୍ରକାର ପ୍ରାକୃତିକ ଉପାୟ ଯାହାଦ୍ୱାରା ଆପଣ ଦାନ୍ତକୁ ଉଜ୍ଜଳ କରିପାରିବେ। ବେକିଙ୍ଗ ସୋଢା ଏକ ପ୍ରକାର ବ୍ଲିଚ ହୋଇଥାଏ , ଯାହା ଦାନ୍ତକୁ ସହଜରେ ସଫା କରିଥାଏ। ଦାନ୍ତକୁ ବ୍ରସ୍ ବେକିଙ୍ଗ ସୋଢା ଓ ପାଣି ସହିତ ୪ରୁ ୫ ମିନିଟ ଯାଏଁ ପ୍ରତିଦିନ ସଫା କରନ୍ତୁ।  ଗରମ ପାଣିରେ ବେକିଙ୍ଗ୍ ସୋଢାକୁ ମିଶାଇ ଗାର୍ଗିଲ କରନ୍ତୁ। ମୁହଁରୁ ପାଣି ବାହାର କରିବା ପରେ ଦାନ୍ତକୁ ଅଙ୍ଗୁଳି ସହ ସ୍କ୍ରବ କରନ୍ତୁ। ଏହା ଦ୍ୱାରା ଦାନ୍ତ ଉଜ୍ଜଳ ଦେଖାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe