Advertisment

ବୟସରେ ଢେର ବଡ଼ ପୁରୁଷଙ୍କ ସହିତ ଡେଟିଂର ଚାର୍ମ ଅଲଗା; ପାଇବେ ଏସବୁ ଫାଇଦା

ଆପଣ ଜଣେ ପୁରୁଷକୁ ପସନ୍ଦ କରୁଛନ୍ତି। କିନ୍ତୁ ତାଙ୍କ ବୟସକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। କାରଣ ସେ ଆପଣଙ୍କ ଠାରୁ ବୟସରେ ଢେର ବଡ଼। ତାଙ୍କୁ ୪୦ ଟପିଲାଣି। ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ। ନିଜଠାରୁ ବୟସରେ ବହୁତ ବଡ଼ ପୁରୁଷଙ୍କ ସହ ଡେଟିଂ କରିବାର ଅଲଗା ଚାର୍ମ ଅଛି। ଏଭଳି ପୁରୁଷଙ୍କ ସହ ସଂପର୍କର କେତୋଟି ଭଲ ଫାଇଦା ଅଛି। -୪୦ ଟପି ସାରିଥିବା ପୁରୁଷଙ୍କର ମାନସିକ ସ୍ତରରେ ପରିପକ୍ୱତା ଆସିଯାଇଥାଏ। ତା’ସହିତ ତାଙ୍କର ଅନୁଭୂତି ମଧ୍ୟ […]

ବୟସରେ ଢେର ବଡ଼ ପୁରୁଷଙ୍କ ସହିତ ଡେଟିଂର ଚାର୍ମ ଅଲଗା; ପାଇବେ ଏସବୁ ଫାଇଦା

older

Advertisment

ଆପଣ ଜଣେ ପୁରୁଷକୁ ପସନ୍ଦ କରୁଛନ୍ତି। କିନ୍ତୁ ତାଙ୍କ ବୟସକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। କାରଣ ସେ ଆପଣଙ୍କ ଠାରୁ ବୟସରେ ଢେର ବଡ଼। ତାଙ୍କୁ ୪୦ ଟପିଲାଣି। ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ। ନିଜଠାରୁ ବୟସରେ ବହୁତ ବଡ଼ ପୁରୁଷଙ୍କ ସହ ଡେଟିଂ କରିବାର ଅଲଗା ଚାର୍ମ ଅଛି। ଏଭଳି ପୁରୁଷଙ୍କ ସହ ସଂପର୍କର କେତୋଟି ଭଲ ଫାଇଦା ଅଛି।

Advertisment

-୪୦ ଟପି ସାରିଥିବା ପୁରୁଷଙ୍କର ମାନସିକ ସ୍ତରରେ ପରିପକ୍ୱତା ଆସିଯାଇଥାଏ। ତା’ସହିତ ତାଙ୍କର ଅନୁଭୂତି ମଧ୍ୟ ବହୁତ ହୋଇଯାଇଥାଏ। ସେ ଜାଣିଥାଏ ସେ ଜୀବନରୁ କ’ଣ ପାଇବା ପାଇଁ ଚାହୁଁଛନ୍ତି। ଉଭୟ ଲାଇଫ୍ ଓ ଲଭ୍‌ରେ ଭଲ ଅନୁଭୂତି ଥିବାରୁ ଆପଣଙ୍କୁ ସେ ଭଲ ଜିନିଷ ପାଇଁ ଗାଇଡ୍ କରିପାରିବେ।

-ସେମାନେ ଭାବପ୍ରବଣ ହୋଇଥାଆନ୍ତି। ଆପଣଙ୍କ ଭାବନାକୁ ଭଲ ଭାବେ ବୁଝିପାରିବେ। ଯେକୌଣସି ସ୍ଥିତି ଆସିଲେ ଭଲ ଭାବେ ହ୍ୟାଣ୍ଡେଲ୍ କରିପାରିବେ।

Advertisment

-୪୦ ପାର କରିଯାଇଥିବା ବ୍ୟକ୍ତିମାନେ ନିଜ ବ୍ୟାଙ୍କ ଆକାଉଣ୍ଟକୁ ନେଇ ଭାରି ସିରିୟସ୍ ଥାଆନ୍ତି। ସେମାନେ ନିଜ କ୍ୟାରିୟରକୁ ମୋଡ଼ ଦେଇ ସାରିଥାଆନ୍ତି। ତେଣୁ ଭଲ ନିବେଶ ବି କରି ଥିବେ। ସେମାନେ ଆର୍ଥିକ ସ୍ଥିତିରୁ ଦୃଢ଼ ଥାଆନ୍ତି। ଆପଣଙ୍କ ଆର୍ଥିକ ସ୍ଥିତି ବି ସଜାଡ଼ିବାରେ ବି ସହାୟକ ହେବେ!

-ଏହି ବୟସର ପୁରୁଷମାନେ ଅତ୍ୟଧିକ ରୋମାଣ୍ଟିକ୍ ହୋଇଥାଆନ୍ତି। ଆପଣଙ୍କ ପସନ୍ଦ ଓ ନାପସନ୍ଦକୁ ସେମାନେ ଗୁରୁତ୍ୱ ଦେବେ। ତୁମକୁ ମନାଇ ରଖିବା ପାଇଁ ସବୁ କିଛି କରିବେ।

-ବେଡ୍‌ରେ ଏମାନେ ମନ୍ଦ କି ମାନ୍ଦା ନଥାଆନ୍ତି। ଏହି ବୟସରେ ସେକ୍ସ ସେମାନଙ୍କ ପାଇଁ ଆଡ୍‌ଭେନ୍‌ଚର ଭଳି ହୋଇଥାଏ। ସେ ସେକ୍ସର ସମସ୍ତ ପୋଶ୍ଚର ବିଷୟରେ ବେଶ୍ ଅବଗତ ଥାଆନ୍ତି। ତେଣୁ ଆପଣଙ୍କ ସବୁ ସେକ୍ସ ସେସନ୍‌କୁ ସେ ସ୍ପେଶାଲ୍ କରିପାରିବେ। ତାଙ୍କ ସହିତ ସମ୍ଭୋଗ ବେଳେ ଆପଣ ସ୍ୱର୍ଗୀୟ ଅନୁଭୂତି ପାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe