ଶୀତଦିନେ ଡାଇବେଟିସ୍‌ ରୋଗୀଙ୍କୁ ଦିଅନ୍ତୁ ଏହିସବୁ ଖାଦ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ରୋଗୀମାନଙ୍କୁ ସାଧାରଣତଃ ଖାଦ୍ୟପେୟ ଉପରେ ଅଧିକ ଯତ୍ନବାନ ହେବାକୁ ପଡ଼େ। ଖାଦ୍ୟର ପ୍ରକାର ଓ ପରିମାଣ ଉପରେ ସେମାନଙ୍କୁ ଗୁରୁତ୍ୱ ଦେବାକୁ ପଡ଼େ। ନହେଲେ ଔଷଧ ଖାଇଲେ ବି ସୁଗାରର ସ୍ତର ବଢ଼ିଯାଏ। ସେହିଭଳି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତଥା ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାଇବେଟିସ୍ ରୋଗୀମାନେ ଋତୁ ଅନୁଯାୟୀ ଖାଦ୍ୟପେୟରେ କିଛି ପରିବର୍ତ୍ତନ କରିବା ଜରୁରୀ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଶୀତ ଦିନେ ଡାଇବେଟିସ୍‌ ରୋଗୀମାନେ […]

p1

Puspanjali Panda
  • Published: Tuesday, 17 December 2019
  • , Updated: 17 December 2019, 12:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ରୋଗୀମାନଙ୍କୁ ସାଧାରଣତଃ ଖାଦ୍ୟପେୟ ଉପରେ ଅଧିକ ଯତ୍ନବାନ ହେବାକୁ ପଡ଼େ। ଖାଦ୍ୟର ପ୍ରକାର ଓ ପରିମାଣ ଉପରେ ସେମାନଙ୍କୁ ଗୁରୁତ୍ୱ ଦେବାକୁ ପଡ଼େ। ନହେଲେ ଔଷଧ ଖାଇଲେ ବି ସୁଗାରର ସ୍ତର ବଢ଼ିଯାଏ। ସେହିଭଳି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତଥା ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାଇବେଟିସ୍ ରୋଗୀମାନେ ଋତୁ ଅନୁଯାୟୀ ଖାଦ୍ୟପେୟରେ କିଛି ପରିବର୍ତ୍ତନ କରିବା ଜରୁରୀ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଶୀତ ଦିନେ ଡାଇବେଟିସ୍‌ ରୋଗୀମାନେ ସେମାନଙ୍କ ଖାଦ୍ୟରେ କ’ଣ ସବୁ ସାମିଲ କରିବା ଉଚିତ୍।

ଭଜା ବୁଟ

ବୁଟରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ଓ ଫାଇବର୍‌ ରହିଛି। ରକ୍ତରେ ସୁଗାର୍‌ ବା ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଏଥିରେ ସମସ୍ତ ପ୍ରକାର ଗୁଣ ରହିଛି। ଏଥିପାଇଁ ଡାଇବେଟିସ୍‌ ରୋଗୀ ଭଜା ବୁଟକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।

ବିଟ୍‌ରୁଟ୍‌ ସାଲାଡ୍‌

ଶୀତଦିନ ପାଇଁ ବିଟ୍‌ରୁଟ୍‌ ଅନ୍ୟ ଏକ ସୁଷମ ଖାଦ୍ୟ। ଏଥିରେ ରହିଛି ଫୋଲିକ୍‌ ଏସିଡ୍‌, ଫାଇବର୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌ ଓ ଅନ୍ୟାନ୍ୟ ଭିଟାମିନ୍‌। ଏହାକୁ ଆପଣ ସାଲାଡ୍ କରି ଖାଇପାରିବେ।  ବିଟ୍‌ରୁଟ୍‌ ସାଲାଡ୍‌ରେ ଆପଣ ଚାହିଁଲେ ବ୍ରୋକୋଲି, ସେଓ, ବନ୍ଧାକୋବି, ଗାଜର, ରୋଷ୍ଟେଡ୍‌ ପାମ୍ପଡ଼ ଓ ବାଦାମ ପକାଇ ସକାଳ ଜଳଖିଆ ଓ ସନ୍ଧ୍ୟାରେ ଖାଇପାରିବେ। କିନ୍ତୁ ଏଥିରେ ଚିନି ମିଶାନ୍ତୁ ନାହିଁ।

କନ୍ଦମୂଳ ଚାଟ୍‌

ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ କନ୍ଦମୂଳ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍‌, ଆଣ୍ଟି-ଅକ୍ସିଡାଣ୍ଟସ୍‌ ଓ ଫାଇବର୍‌ ପ୍ରଭୃତି ରହିଛି। ଏଥିପାଇଁ ପ୍ରଥମେ କନ୍ଦମୂଳକୁ ସିଝାଇ ଦିଅନ୍ତୁ। ତା’ପରେ ଚୋପା ଛଡ଼ାଇ ଏହାକୁ ଖଣ୍ଡ ଖଣ୍ଡ କରି କାଟି ସ୍ୱାଦିଷ୍ଟ କରିବା ପାଇଁ ଟିକେ ଲେମ୍ୱୁ ରସ ଓ ଚାଟ୍‌ ମସଲା ମିଶାନ୍ତୁ। ଏହିପରି ଭାବରେ କନ୍ଦମୂଳ ଚାଟ୍‌ ପ୍ରସ୍ତୁତ କରି ଖା’ନ୍ତୁ।

ଡ୍ରାଏ ଫ୍ରୁଟସ୍‌

ଶୀତଦିନେ ଡ୍ରାଏ ଫ୍ରୁଟ୍ସ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଖୁବ୍‌ ଉପକାରୀ। ସାଧାରଣତଃ ଗାଜର ହାଲୱା, ଅଟା ଲଡୁ ଓ କ୍ଷୀରି ପ୍ରସ୍ତୁତ କରିବା ସମୟରେ ଏହାକୁ ବହୁଳ ଭାବରେ ବ୍ୟବହାର କରାଯାଇଥାଏ। କିନ୍ତୁ ଏସବୁ ମିଠା ଜିନିଷ ଡାଇବେଟିସ୍‌ ରୋଗୀ ଖାଇବା ଉଚିତ ନୁହେଁ। ସେମାନେ କେବଳ ଡ୍ରାଏଫ୍ରୁଟ୍ସ ଖାଇବା ଉଚିତ୍। ଏପରିକି  ଆଲମଣ୍ଡ, କଖାରୁମଞ୍ଜି, ବାଦାମ, କିସ୍‌ମିସ୍‌,  ଚେରୀ ଓ କାଜୁବାଦାମ ଆଦିକୁ ସେମାନେ ଏକାଠି ମିଶାଇ ଖାଇପାରିବେ।

 

Related story