Advertisment

ସିଗାରେଟ୍ ପିଉଥିଲେ ଆପଣଙ୍କ ଶରୀରରେ ଏମିତି କ୍ଷତି ହୋଇଥାଏ: ଜାଣନ୍ତୁ ୮ଟି କୁପରିଣାମ

ସିଗାରେଟ୍‌ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ଏହା ଜାଣି ମଧ୍ୟ ଅଧିକାଂଶ ଲୋକ ସିଗାରେଟ୍‌ ଛାଡିପାରନ୍ତି ନାହିଁ। ହେଲେ ଏହାଦ୍ୱାରା ସିଗାରେଟ୍‌ ପିଉଥିବା ଲୋକମାନେ ନିଜ ଶରୀର ସହ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଥାନ୍ତି। ଆପଣ ସିଗାରେଟ୍‌ ପିଉଛନ୍ତି କି? ଯଦି ପିଉଛନ୍ତି ତେବେ ଏହି ଅଭ୍ୟାସ ଛାଡି ଦିଅନ୍ତୁ। ଆପଣଙ୍କ ମୂଲ୍ୟବାନ ଜୀବନକୁ ବିପଦରୁ ଦୂରେଇ ରଖନ୍ତୁ। ଜାଣିଶୁଣି ମୃତ୍ୟୁକୁ ଡାକନ୍ତୁ ନାହିଁ। ଅଧିକ ଦିନ ସିଗାରେଟ ପିଉଥିବା ବ୍ୟକ୍ତି କ୍ୟାନସର ରୋଗର ଶିକାର ହୋଇଥାନ୍ତି, ତେଣୁ […]

ଅଦ୍ୟତନ ହୋଇଛି
ସିଗାରେଟ୍ ପିଉଥିଲେ ଆପଣଙ୍କ ଶରୀରରେ ଏମିତି କ୍ଷତି ହୋଇଥାଏ: ଜାଣନ୍ତୁ ୮ଟି କୁପରିଣାମ

aaa_Fotor_Collage

Advertisment

ସିଗାରେଟ୍‌ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ଏହା ଜାଣି ମଧ୍ୟ ଅଧିକାଂଶ ଲୋକ ସିଗାରେଟ୍‌ ଛାଡିପାରନ୍ତି ନାହିଁ। ହେଲେ ଏହାଦ୍ୱାରା ସିଗାରେଟ୍‌ ପିଉଥିବା ଲୋକମାନେ ନିଜ ଶରୀର ସହ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଥାନ୍ତି। ଆପଣ ସିଗାରେଟ୍‌ ପିଉଛନ୍ତି କି? ଯଦି ପିଉଛନ୍ତି ତେବେ ଏହି ଅଭ୍ୟାସ ଛାଡି ଦିଅନ୍ତୁ। ଆପଣଙ୍କ ମୂଲ୍ୟବାନ ଜୀବନକୁ ବିପଦରୁ ଦୂରେଇ ରଖନ୍ତୁ। ଜାଣିଶୁଣି ମୃତ୍ୟୁକୁ ଡାକନ୍ତୁ ନାହିଁ। ଅଧିକ ଦିନ ସିଗାରେଟ ପିଉଥିବା ବ୍ୟକ୍ତି କ୍ୟାନସର ରୋଗର ଶିକାର ହୋଇଥାନ୍ତି, ତେଣୁ ଏବେଠୁ ସଜାଗ ହୋଇଯାଆନ୍ତୁ। ଜାଣନ୍ତୁ ସିଗାରେଟ୍‌ ପିଉଥିଲେ ଆପଣ ପ୍ରଥମ ପର୍ଯ୍ୟାୟରେ କେଉଁ ସମସ୍ୟାର ସମ୍ମୁଖିନ ହେବେ।

Advertisment

୧-ସିଗାରେଟ୍‌ ପିଇବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାସହ ଅତ୍ୟାଧିକ ପରିଶ୍ରମ କରିପାରିବେ ନାହିଁ।

୨-  ଆପଣ ଅଧିକ ସମୟ ଏକ୍ସରସାଇଜ୍‌ କିମ୍ବା ଚଲାବୁଲା କଲେ ଥକିଯିବା ଭଳି ଅନୁଭବ କରିବେ।

Advertisment

୩- ସିଗାରେଟ୍‌ ପିଇବା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିବା ସହ ଷ୍ଟ୍ରୋକ୍‌ ଓ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଛି।

୪-ସିଗାରେଟ୍‌ ଧୂଆଁ ଶରୀର ଭିତରକୁ ଯିବା ଦ୍ୱାରା ଶ୍ୱାସ ରୋଗ ହେବାର ସମ୍ଭାବନା ଅଧିକ ରହିଛି।

୫-ଅକ୍ସିଜେନ୍‌ର କମି ଅନୁଭବ ହୋବା ସହ ଥାକାପଣ ଓ ଦୁର୍ବଳ ଅନୁଭବ କରିବେ।

୬- ଏହାଦ୍ୱାରା ଏସିଡିଟି ହେବା ସହ ଶରୀର ଜଳାପୋଡା କରିଥାଏ।

୭- ସିଗାରେଟ୍‌ ପିଉଥିଲେ ଗଳାରେ ସମସ୍ୟା ଦେଖାଦେବା ସହ ଛାତିରେ କଫ ଜମିଥାଏ ।

୮-ଏହାଦ୍ୱାରା ଓଠ କଳା ପଡିବା ସହ ନିଦ୍ରାହୀନତା ମଧ୍ୟ ଦେଖାଦେଇଥାଏ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe