Advertisment

ପ୍ରତିଦିନ ଖାଆନ୍ତୁ ଏହି ଦେଶୀ ଜଳଖିଆ, ବଢ଼ିବନି ଓଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତେ ପ୍ରତିଦିନ ଜଳଖିଆ ଖାଆନ୍ତି। କିନ୍ତୁ ଜଳଖିଆର କିଛିଟା ନିୟମ ଥାଏ ତା’ପୁଣି ସକାଳ ସମୟରେ। ସକାଳ ସମୟରେ କ’ଣ ଖାଇବା ଶରୀର ପାଇଁ ହିତକର ହୋଇଥାଏ ଅନେକ ଜାଣିଥିବେ। ଏହାଛଡ଼ା ଅଧିକାଂଶ ଲୋକ ମାନନ୍ତି ଯେ, ଭାରତୀୟ ଜଳଖିଆ ଯେମିତିକି ପରଟା, କିମ୍ବା କୌଣସି ତୈଳ ଯୁକ୍ତ ବା ଛଣା ଖାଦ୍ୟ ଓଜନ ବଢ଼ାଇଥାଏ। ଏହା ସମ୍ପୂର୍ଣ୍ଣ ଭାବେ ସତ ନୁହେଁ। ଯଦି ଏହାକୁ ସଠିକ୍‌ ଭାବେ ଖିଆ ଯାଏ ତେବେ ଏହି […]

author-image
Sangita Sahoo
ପ୍ରତିଦିନ ଖାଆନ୍ତୁ ଏହି ଦେଶୀ ଜଳଖିଆ, ବଢ଼ିବନି ଓଜନ

weight

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତେ ପ୍ରତିଦିନ ଜଳଖିଆ ଖାଆନ୍ତି। କିନ୍ତୁ ଜଳଖିଆର କିଛିଟା ନିୟମ ଥାଏ ତା’ପୁଣି ସକାଳ ସମୟରେ। ସକାଳ ସମୟରେ କ’ଣ ଖାଇବା ଶରୀର ପାଇଁ ହିତକର ହୋଇଥାଏ ଅନେକ ଜାଣିଥିବେ। ଏହାଛଡ଼ା ଅଧିକାଂଶ ଲୋକ ମାନନ୍ତି ଯେ, ଭାରତୀୟ ଜଳଖିଆ ଯେମିତିକି ପରଟା, କିମ୍ବା କୌଣସି ତୈଳ ଯୁକ୍ତ ବା ଛଣା ଖାଦ୍ୟ ଓଜନ ବଢ଼ାଇଥାଏ। ଏହା ସମ୍ପୂର୍ଣ୍ଣ ଭାବେ ସତ ନୁହେଁ। ଯଦି ଏହାକୁ ସଠିକ୍‌ ଭାବେ ଖିଆ ଯାଏ ତେବେ ଏହି ଭାରତୀୟ ବ୍ରେକ୍‌ଫାଷ୍ଟ୍‌ ବା ଜଳଖିଆ ଓଜନ ବଢ଼ାଇ ନ ଥାଏ ବରଂ କମାଇଥାଏ।

Advertisment

publive-imageପନିର୍ ଯୁକ୍ତ ପରଟା: ପନିର୍‌ରେ ବହୁତ ପ୍ରୋଟିନ୍‌ ରହିଥାଏ। ସକାଳେ ପନିର୍‌ ପରଟା ତିଆରି କରନ୍ତୁ ଓ ତାକୁ ଗରମ କରି ହିଁ ଖଆନ୍ତୁ। ଏହା ସହ ଆପଣ ଚଟଣୀ ବା ଦହି ଦେଇ ଖାଇପାରିବେ। ଏ ସମୟରେ ଧ୍ୟାନ ଦେବେ ଆପଣଙ୍କ ପରଟାରେ ଯେପରି ଅଧିକ ତେଲ, ଘିଅ କିମ୍ବା ବଟର ନ ରୁହେ।

publive-imageଢୋକ୍‌ଲା: ବେସନରେ ତିଆରି ହୋଇଥିବା ଢୋକ୍‌ଲା କେବଳ ହାଲୁକା ଖାଦ୍ୟ ନୁହେଁ। ଏହା ଖାଦ୍ୟକୁ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି ଆପଣ କ୍ୟାଲୋରୀକୁ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଏହି ଖାଦ୍ୟ ଆପଣଙ୍କ ପାଇଁ ବେଷ୍ଟ୍‌ ।

Advertisment

publive-imageଛତୁଆ ପରଟା: ଛତୁଆ ପରଟା ବି ସ୍ୱାସ୍ଥ୍ୟକର ଓ ଦେଶୀ ବ୍ରେକ୍‌ଫାଷ୍ଟ୍‌ଗୁଡ଼ିକ ମଧ୍ୟରେ ଗୋଟିଏ । ପରଟା ତିଆରି କରିବା ସମୟରେ ଛତୁଆରେ ଚଣା ଡାଲି ପାଉଡର, ଅମ୍‌ଚୁର୍‌ ଓ ଜୁଆଣି ମିଶାନ୍ତୁ। ଏହା ଦ୍ୱାରା ଦେଶୀ ପରଟା ଆହୁରି ସ୍ୱାଦିଷ୍ଟ ହୋଇଥାଏ।