Advertisment

ମଧୁମେହ ରୋଗୀ ଖାଇପାରିବେ ଏହି ୫ ପ୍ରକାର ଅଟା

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତିା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡିତ। ତେଣୁ ଡାଇବେଟିସ୍‌ ରୋଗୀଙ୍କୁ ଖାଦ୍ୟପେୟକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହୋଇଥାଏ। ଖାସ୍‌ କରି ମଧୁମେହ ରୋଗୀ କେଉଁ ଅଟା ବ୍ୟବହାର କରିବା ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି। କାରଣ ସୁଗର ସ୍ତରକୁ ନିୟନ୍ତ୍ରିତ କରିବାରେ ରୁଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆଜି ଆମେ ମଧୁମେହ ରୋଗୀ ବ୍ୟବହାର […]

ଅଦ୍ୟତନ ହୋଇଛି
ମଧୁମେହ ରୋଗୀ ଖାଇପାରିବେ ଏହି ୫ ପ୍ରକାର ଅଟା

ata

Advertisment

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତିା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡିତ। ତେଣୁ ଡାଇବେଟିସ୍‌ ରୋଗୀଙ୍କୁ ଖାଦ୍ୟପେୟକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହୋଇଥାଏ। ଖାସ୍‌ କରି ମଧୁମେହ ରୋଗୀ କେଉଁ ଅଟା ବ୍ୟବହାର କରିବା ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି। କାରଣ ସୁଗର ସ୍ତରକୁ ନିୟନ୍ତ୍ରିତ କରିବାରେ ରୁଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆଜି ଆମେ ମଧୁମେହ ରୋଗୀ ବ୍ୟବହାର କରିବା ପାଇଁ ୫ପ୍ରକାର ଅଟା ବିଷୟରେ କହିବୁ।

Advertisment

publive-imageଯଅ ଅଟା

ଯଅ ଅଟା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ। ଯଅ ଅଟା ଖଇବା ଦ୍ୱାରା ମଧୁମେହ ରୋଗୀଙ୍କ ସୁଗର ସ୍ତର ନିୟନ୍ତ୍ରିତ ରହିଥାଏ। ଏଥିସହ ଏହି ଅଟା ମେଟାବୋଲିଜିମ୍‌କୁ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ। ସପ୍ତାହରେ ୨-୩ଦିନ ଏହି ଅଟା ଖାଇବାଦ୍ୱାରା ମଧୁମେହରୋଗୀଙ୍କ ଶରୀର ମଧ୍ୟ ସୁସ୍ଥ ରହିଥାଏ।

publive-imageବେସନ ଅଟା

ବେସନର ବ୍ୟବହାର କରି ଆମେ ପକୁଡି, ତରକାରୀ ଜାତୀୟ ଖାଦ୍ୟ ପ୍ରସ୍ତୁତ କରୁ। କିନ୍ତୁ ବେସନ ଅଟା ମଧ୍ୟ ଶରୀର ପାଇଁ ବେଶ୍‌ ଉପଯୋଗୀ। ମଧୁମେହ ରୋଗୀ ବେସନ ଅଟା ଖାଇବା ଦ୍ୱାରା ତାଙ୍କ ସୁଗର ସ୍ତର ନିୟନ୍ତ୍ରିତ ରହିଥାଏ। ବେସନ ଏବଂ ଚଣାକୁ ଗ୍ରାଇଣ୍ଟିଂ କରି ଅଟା ପ୍ରସ୍ତୁତ କରନ୍ତୁ। ଏବଂ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କରନ୍ତୁ। ଏହି ଅଟାରେ ପ୍ରୋଟିନ୍‌ ଫାଇବର ମାତ୍ରା ଭରପୂର ଥାଏ। ବେସନରେ ଡାଇଟାରୀ ଫାଇବର ରହିଥାଏ ଯାହା ବ୍ଲଡ ସ୍ତରକୁ ନିୟନ୍ତ୍ରିତ କରିଥାଏ।

Advertisment

publive-imageକୁଟ୍ଟୁ ଅଟା

ମଧୁମେହରେ କୁଟ୍ଟୁ ଅଟା ଖାଇବା ଦ୍ୱାରା ବ୍ଲଡ୍‌ ସୁଗର ସ୍ତର କମ୍‌ ହୋଇଥାଏ। ମଧୁମେହ ରୋଗୀ କଟ୍ଟୁ ଅଟାକୁ ବିକଳ୍ପ ଭାଗରେ ଖାଦ୍ୟରେ ସାମିଲ୍‌ କରିପାରିବେ।

publive-imageରାଜଗିରି ଅଟା

ରାଜଗିରି ଅଟାରେ ପୋଷକ ତତ୍ତ୍ୱ ଭରିକି ରହିଛି। ମଧୁମେହ ରୋଗୀଙ୍କ ପାଇଁ ଏହା ବେଶ୍‌ ଲାଭ ଦାୟକ। ରାଜଗିରା ଅଟାରେ ପ୍ରୋଟିନ୍‌, ଭିଟାମିନ୍‌  ଥାଏ। ଯାହା ମଧୁମେହ ରୋଗୀଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

publive-imageରାଗି ଅଟା

ରାଗି ଅଟା ଶରୀର ପାଇଁ ବେଶ୍‌ ଉପକାରୀ। ମଧୁମେହ ରୋଗୀ ରାଗୀ ଅଟାକୁ ଖାଦ୍ୟରେ ସାମିଲ୍‌ କରିପାରିବେ। ଏହା ବ୍ଲଡ୍‌ ସୁଗର ସ୍ତରକୁ ନିୟନ୍ତ୍ରିତ କରିଥାଏ। ଏହା ପାଚନତନ୍ତ୍ରକୁ ମଜବୁତ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe